ଆଜିର ରାଶିଫଳ

ଭୁଲରେ ବି କରନ୍ତୁନାହିଁ ଏହି ୫ଟି କାମ

0 79

ଜୁନ୍ ମାସ ୨୦ତାରିଖ ୨୦୨୪ମସିହା(ଗୁରୁବାର)
ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ପ୍ରାତଃ ଘ ୦୭/୪୭ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଅନୁରାଧା ସନ୍ଧ୍ୟା ଘ ୦୬/୪୪ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୯,
ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୭/୪୭ ଗତେ ବାୟବ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୩/୦୬ ଗତେ ଘ୦୬/୨୪ ମଧ୍ୟେ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,ବିଶୁଦ୍ଧ ଅମୃତ ବେଳା-ଦିବାଘ୦୨/୪୭ଗତେ ଘ୦୩/୦୫ମଧ୍ୟେ ଓ ସନ୍ଧ୍ୟାଘ୦୭/୧୨ଗତେଘ୦୯/୩୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବାଘ୦୬/୦୦ ମଧ୍ୟେ ଘ୦୯ /୦୨ ଗତେ ଘ୧୦/୪୯ମଧ୍ୟେ,ଅଦ୍ୟ ବିରିଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବ ରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ।ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବକରିବେ।କୌଣସି ଅନୁଭବୀବ୍ୟକ୍ତିଙ୍କର ରାୟ ଆପଣଙ୍କଲାଗି ବଢ଼ିଆ ସାବ୍ୟସ୍ତ ହେବ।ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

ଭୁଲରେ ବି କରନ୍ତୁନାହିଁ ଏହି ୫ଟି କାମ ନଚେତ , କେବେବି ହୋଇପାରିବେ ନାହିଁ ଧନୀ
ସବୁବ୍ୟକ୍ତି ବଡବ୍ୟକ୍ତିତ୍ୱ ହାସିଲ୍ କରିବା ସହିତ ଅଧିକ ପଇସା କମାଇବାକୁ ଇଚ୍ଛାପ୍ରକାଶ କରିଥାନ୍ତି, ସମସ୍ତେ ଚଂହାନ୍ତିକି ତାଙ୍କପାଖରେ ଏତେପଇସା ରହୁ ଯେ ଯାହାଦ୍ୱାରା ସେ ନିଜକୁ ଓ ନିଜ ପରିବାରରକୁ ସବୁବେଳେ ଖୁସିରେ ରଖିପାରିବେ।କିନ୍ତୁ କିଛି ବି ଜିନିଷ୍ ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିଥାଏ ଏମିତି ବହୁତ କମ୍ ଲୋକଅଛନ୍ତି ଯିଏକି ବିନା ପରିଶ୍ରମରେ ଅଧିକଧନ କମାଇପାରିଥାନ୍ତି । ଏମିତି ଲୋକଙ୍କର ଭାଗ୍ୟ ତାଙ୍କ ସାଥିରେ ସବୁବେଳେ ରହିଥାଏ , କିନ୍ତୁ ଏହା ସମସ୍ତଙ୍କ ସହିତ ହୋଇନଥାଏ । ସମାଜରେ ଜଣେ ଧନୀ ଓ ସଫଳ ବ୍ୟକ୍ତି ହେବାକୁ ହେଲେ କଠିନପରିଶ୍ରମ ଦରକାରପଡିଥାଏ। କିନ୍ତୁ ବହୁତଥର ଏମିତି ଦେଖାଯାଇଛି ଯେ ଭଲକର୍ମ ଓ କଠିନପରିଶ୍ରମ କରିବାସତ୍ୱେ ବି ମଣିଷ ଧନୀ ହେବାରେ ସଫଳ ହୋଇପାରିନଥାଏ। ଏହାର କାରଣ ହେଉଛି ଆମ ଦ୍ୱାରା ଅଜାଣତରେ ହେଉଥିବା କିଛି ଭୁଲ।ଯାହାଫଳରେ ଆମେ ସବୁବେଳେ ଆର୍ଥିକ ଓ ମାନସିକସମସ୍ୟା ଦେଇ ଗତି କରିଥାଉ।ତେବେ ଆଜି ଜାଣିବା ଏମିତି ୫ଟି ଭୁଲ ବିଷୟରେ ,ଯାହାଦ୍ୱାରା ମନୁଷ୍ୟ କେବେବି ଧନୀ ହୋଇପାରି ନଥାଏ।
୧) ସଂନ୍ଧ୍ୟାସମୟରେ ଝାଡୁକରିବା:- ଶାସ୍ତ୍ରନୁସାରେ କେବେବି ସଂନ୍ଧ୍ୟା ସମୟରେ ଝାଡୁ ଲଗାଇବା ଉଚିତ୍ ନୁହେଁ ।ସଂନ୍ଧ୍ୟାରେ ଘରେ ଝାଡୁ ଲଗାଇଲେ ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ,ଏମିତି ଘରେ ରହିବାପାଇଁ ଲକ୍ଷ୍ମୀଙ୍କର ପସନ୍ଦ କରିନଥାନ୍ତି, ଏବଂ ସିହି ଘରେ ସବୁବେଳେ ଟଙ୍କାପଇସାର ଅଭାବ ଦେଖାଦେଇ ଥାଏ,ତେଣୁ ଯଦି ଆପଣ ସଂନ୍ଧ୍ୟାରେ ଝାଡୁ ଲଗାଉଛନ୍ତି ତେବେ ବନ୍ଦ କରିଦିଅନ୍ତୁ , ଆପଣଙ୍କ ଘରେ କେବେ ବି ଆର୍ଥିକ ଅସୁବିଧା ଦେଖାଦେବ ନାହିଁ ।
୨) ମଇଳାହାତରେ ତୁଳସୀରଗଛକୁ ଛୁଇଁବା:- ପ୍ରାୟ ସମସ୍ତ ହିନ୍ଦୁ ଘରେ ତୁଳସୀରଗଛ ଏଏହିଥାଏ , ହିନ୍ଦୁ ଧର୍ମରେ ତୁଳସୀଗଛର ବହୁତ ମାନ୍ୟତା ରହିଛି । ତେଣୁ କେବେବି ତୁଳସୀରପତ୍ରକୁ ମଇଳା ହାତରେ ଛୁଇଁବା କଥାନୁହେଁ ,ଏହାଛଡା ମଇଳାହାତରେ କେବେ ବି ଏହାର ପତ୍ରକୁତୋଳିବା ଉଚିତ୍ ନୁହେଁ ,ଯଦି ଆପଣ ଏପରି କରୁଛନ୍ତି ,ତେବେ ମାତାଲକ୍ଷ୍ମୀ ଆପଣଙ୍କ ଉପରେ କୋପଦୃଷ୍ଟି ପକାଇଥାନ୍ତି ଏଥିସହିତ ଆପଣଙ୍କ ଘରେ ଟଙ୍କାପଇସାର ଘୋରଅଭାବ ଲାଗିରହିଥାଏ ।
୩) ଗୁରୁବାରକୁ ନଖକାଟିବା:-ଗୁରୁବାର ମାତା ଲାଷ୍ମୀଙ୍କୁ ସମର୍ପିତ କରାଯାଇଛି ।ଶାସ୍ତ୍ରନୁସାରେ ଗୁରୁବାରକୁ ନଖକାଟିବା ଦ୍ୱାରା ମାଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ଏବଂ ଆପଣଙ୍କଜୀବନ ଦାରିଦ୍ରତାର ସହିତ କଟିଥାଏ , ଏଥିପାଇଁ ଆପଣହାତ ଓ ଗୋଡରନଖ ଗୁରୁବାରଦିନ କାଟନ୍ତୁ ନାହିଁ ।
୪) ରାତିରେ ସେଭିଙ୍ଗ୍ କରିବା:=ରାତିସମୟରେ କୌଣସିବ୍ୟକ୍ତି କେବେବି ଦାଢ଼ିକାଟିବା ଉଚିତ୍ ନୁହେଁ , ଏହାଛଡା ଗୁରୁବାର ଓ ଶନିବାରଦିନ କେବେବି ଦାଢ଼ି କାଟିବା କଥାନୁହେଁ , ଏହା ଅଲକ୍ଷଣ ବୋଲି ଧରାଯାଏ , ଯଦି ଆପଣ ଏପରିକରୁଛନ୍ତି ତେବେ ଆପଣଙ୍କ ଘରେ ଟଙ୍କାନପଇସାର ଅଭାବ ଦେଖାଦେବା ସହିତ ମାତାଲଷ୍ମୀ ଆପଣଙ୍କଘରେ କେବେବି ବାସ କରିବେ ନାହିଁ।
୫) ସ୍ତ୍ରୀ ବା ନାରୀମାନଙ୍କର ଅପମାନ:- ସ୍ତ୍ରୀ ବା ନାରୀ ମାନଙ୍କର ଅପମାନ ମାଲକ୍ଷ୍ମୀଙ୍କର ଅପମାନ କରିବା ସମାନ ହୋଇଥାଏ,ଯେଉଁ ଗୃହରେ ସବୁବେଳେ ମାରପିଟ୍ ଗାଳିଗୁଳଜ ପାଟିତୁଣ୍ତ ଆଦି ଲାଗିରହୁଥାଏ ତେବେ ସେହି ଘରେ ମାଲକ୍ଷ୍ମୀ କେବେବି ବାସ କରିନଥାନ୍ତି, ଏମିତିଘରୁ ମାତାଲକ୍ଷ୍ମୀ ସବୁଦିନ ପାଇଁ ଚାଲିଯାଆନ୍ତି ଏଥିସହିତ ଘରର ସୁଖସମୃଦ୍ଧି ଓ ଶାନ୍ତି ପୁରାପୂରି ଭାବରେ ଶେଷ ହୋଇଯାଇଥାଏ। ତେଣୁ କେବେବି ନାରୀମାନଙ୍କର ଅପମାନ କରିବା ଉଚିତ ନୁହେଁ।!!ଜୟଜଗନ୍ନାଥ,ଜୟସୋମନାଥ, ଜୟମା ଯୋଗମାୟା!!

Leave A Reply

Your email address will not be published.