ଆଜିର ରାଶିଫଳ

ଗହଣାରେ ଚମକିବ ଆପଣଙ୍କ ଭାଗ୍ୟ

0 55

୨୦୨୪ ମସିହା ଜୁନ୍ ମାସ ୧୯ ତାରିଖ ବୁଧବାର ।ଅଦ୍ୟ ଶ୍ରୀମନ୍ଦିରେ ଚମ୍ପକ ଦ୍ଵାଦଶୀ, ଅଦ୍ୟ ସନ୍ଧ୍ୟାପରେ ଋକ୍ମିଣୀ ଓ ମାଧବଙ୍କର ରାଜନବରରୁ ଓ ଯମେଶ୍ବରଙ୍କର ନିକଟକୁ ବିଜେ।ସୁର୍ଯ୍ୟୋଦୟ- ଘ୫/୧୧/୫୧ ,ସୂର୍ଯ୍ୟାସ୍ତ- ଘ୬/୨୩/୩୧ ,ଜ୍ୟେଷ୍ଠମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଦ୍ବାଦଶୀ ଦିବା ଘ୭/୨୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ବିଶାଖା ନକ୍ଷତ୍ର ଅପରାହ୍ନ ଘ୬/୦ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ନକ୍ଷତ୍ର ।ଯୋଗ- ସିଦ୍ଧିଯୋଗ ରାତ୍ରି ଘ୧୦/୨୪ମି ପର୍ଯ୍ୟନ୍ତ ତଦନ୍ତେ ସାଧ୍ୟଯୋଗ। କରଣ- ବାଳବକରଣ ଦିବା ଘ୭/୨୭ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ଅପରାହ୍ନ ଘ୫/୨୩ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୭/୨୭ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି, ମଙ୍ଗଳସପ୍ତ ଦୋଷ ହେତୁ ଦିବା ଘ୧୧/୩୮ମି ପରେ ରାତ୍ରି ଶେଷପର୍ଯ୍ୟନ୍ତ ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ ।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବା ଘ୧୧/୩୮ମି ପରେ ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ଘାତଚନ୍ଦ୍ରନାହିଁ।ଘାତବାର–କର୍କଟରାଶିର ଘାତବାର।ତାରାଶୁଦ୍ଧି -୨।୪।୬।୮।୯।୧୧।୧୩। ୧୫।୧୭।୧୮।୨୦। ୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଅପରାହ୍ନ ଘ୬/୦ମି ପରେ ୧।୩।୫।୭।୯।୧୦। ୧୨।୧୪।୧୬।୧୮। ୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଦିବା ଘ୭/୨୭ମି ପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭ ବେଳା-(କାଳବେଳା) ଦିବା ଘ୮/୩୧ମି ରୁ ଘ୧୦/୧୦ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧୧/୪୯ମି ରୁ ଘ୧/୨୮ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୨/୩୧ମି ରୁ ଘ୩/୫୨ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୭/୩୭ମି ରୁ ଘ୧୦/୩୯ମି ମଧ୍ୟେ, ଘ୧/୧୩ମି ରୁ ଘ୪/୨୫ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୧୦/୨୫ମି ମଧ୍ୟେ, ଘ୧୨/୪୯ମି ରୁ ଘ୨/୨୫ମି ପର୍ଯ୍ୟନ୍ତ ।ମାହେନ୍ଦ୍ର ବେଳା- ନାହିଁ।ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୨ ପାଦ ତିଥି ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋପଶୁସମ୍ପଦର ବିନାଶ ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ଅନ୍ନବସ୍ତ୍ର ଓ ତିଳ ସୁବର୍ଣ୍ଣଦାନ। ଦିବା ଘ୭/୨୭ମି ପରେ ଅପରାହ୍ନ ଘ୬/୦ମି ମଧ୍ୟେ ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ତିଳ ସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା (ଶୁଭ) ଦିବା ଘ୧୧/୫୩ମି ପରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା)।ଶାନ୍ତିକରଣୀୟ। ଅପରାହ୍ନ ଘ୬/୦ମି ପରେ ପୁତ୍ରିଣୀ। ଶୁଭକର୍ମ- ଅନୁରାଧା ନକ୍ଷତ୍ରେ ବୃକ୍ଷରୋପଣ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଦୀକ୍ଷା ଗ୍ରହଣ, ନବାନ୍ନ, ନାଟ୍ୟାରମ୍ଭ, କ୍ରୟବାଣିଜ୍ୟକରଣ, ଦେବତାଗଠନ, ନବବସ୍ତ୍ରାଳଙ୍କାରଧାରଣ, ନୂତନଯାନାରୋହଣ, ନୌକାଗଠନ ଓ ଯାତ୍ରା, ହଳପ୍ରବାହ, ବୀଜବପନ, ନବଶଯ୍ୟାସନାଦ୍ବୁପଭୋଗ।
🐏ମେଷ-ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
🐮ବୃଷ-ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।
👩❤️👨ମିଥୁନ-ପ୍ରେମ ଘଟଣାରେ ସଫଳ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
🦀କର୍କଟ-କୌଣସି କାର୍ଯ୍ୟକୁ ନେଇ ନିଜେ ନିଜକୁ ସଙ୍କୁଚିତ ମନେ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
🦁ସିଂହ-ବାଣିଜ୍ୟ-ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ।
🙎♀️କନ୍ୟା-ବିପଦର ସୂଚନା ପାଇପାରନ୍ତି। କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳ କଥାରେ ଅନ୍ୟକୁ ଭୁଲାଇ ପାରିବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
⚖️ତୁଳା-ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।
🦂ବିଛା-ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ-ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।
🏹ଧନୁ-ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
🐊ମକର-ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।
🏺କୁମ୍ଭ-ଯାନବାହନ କିଣିବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହେବେ। ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
🐟ମୀନ-କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳବାନ୍‌ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି। ଜନକଲ୍ୟାଣ ଲାଭ କରିବେ।
ରାଶିଅନୁସାରେ ଜାଣନ୍ତୁ ଆପଣଙ୍କୁ କେଉଁଧାତୁର ଗହଣା ପିନ୍ଧିବା ଅଧିକ ଜରୁର?
କୁହାଯାଏକି, କୌଣସିବି ମହିଳାରଶରୀର ଗହଣାବିନା ଅଧୁରା ହୋଇଥାଏ ।ସେଥିପାଇଁ ସେହାତରେ ଚୁଡି, ବେକରେମଙ୍ଗଳସୂତ୍ର,ଗୋଡରେ ପାଉଁଜି ଇତ୍ୟାଦିପିନ୍ଧିଥାଏ ।ଏହି ଗହଣାଗୁଡିକ କେବଳ ଗୋଟିଏମହିଳାକୁ ସୁନ୍ଦର କରିନଥାଏ ଏହାସହିତ ସଠିକଜିନିଷ ପିନ୍ଧିବାଦ୍ଵାରା ତାହାର ଭାଗ୍ୟ ବି ଚମକିଥାଏ ।ଗହଣା ବିଭିନ୍ନପ୍ରକାରର ହୋଇଥାଏ ଓ ବହୁତ ଡିଜାଇନର ହୋଇଥାଏ ଓ କେତକ ଧାତୁସହ ମିଶି ଏହା ପ୍ରସ୍ତୁତ ହୋଇଥାଏ । ଆଜି ଆମେ ଜାଣିବା ରାଶିଅନୁସାରେ କେଉଁସବୁ ଗହଣାପିନ୍ଧିବା ଉଚିତ । ଏହାଦ୍ଵାରା ଆପଣଙ୍କର ଭାଗ୍ୟ ବଦଳିଯିବ ।
ମେଷ:-ଏହି ରାଶିର ମହିଳାମାନଙ୍କର ନାକରେ ନାଲିନାଗ ଜଡିଥିବା ସୁନାରନୋଥ ପିନ୍ଧିବା ଉଚିତ । ଏହାଦ୍ଵାରା ଆପଣଙ୍କର ଶୋଇଥିବାଭାଗ୍ୟ ଜାଗିଉଠିବ ।
ବୃଷ:-ଏହିରାଶିର ଲୋକମାନେ ବାମହାତରେ ଚାନ୍ଦିଦ୍ଵାରା ପ୍ରସ୍ତୁତ ବ୍ରେସଲେଟପିନ୍ଧିବା ଉଚିତ ।ଆପଣ ଚାହିଁବେଯଦି ଦୁଇହାତରେ ଚାନ୍ଦିର ଚୁଡି ପିନ୍ଧି ପାରିବେ ।
ମିଥୁନ:-ଏମାନଙ୍କୁ ବେକରେ ଗୋଲପରିବର୍ତ୍ତେ ତ୍ରିଭୁଜା,ବର୍ଗାକାର କିମ୍ବା ଏହାଠାରୁ ଅଧିକକୋଣଥିବା ପେଂଡେଂଟପିନ୍ଧିବା ଉଚିତ ।ଜଦି ଆପଣ କୁଆଁରୀଅଛନ୍ତି ତେବେ ଏହିପେଂଡେଂଟ ଚେନରେଲଗାଇ ପିନ୍ଧନ୍ତୁ ଓ ଅନ୍ୟ ବିବାହିତମହିଳାମାନେ ମଙ୍ଗଳସୂତ୍ର ସହ ଏହାକୁପିନ୍ଧନ୍ତୁ ।ଏହାକୁ ଆପଣ ଅନ୍ୟ ଧାତୁସହ ବି ପିନ୍ଧିପାରିବେ ।
କର୍କଟ:-ଏହିରାଶିର ମହିଳାମାନେ କାନରେ ସୁନାରେପ୍ରସ୍ତୁତ ଲଟକନବାଲାକାନର ଅଧିକପିନ୍ଧନ୍ତୁ ।ଏହାଦ୍ଵାରା ଆପଣଙ୍କର ସମସ୍ତକାମ ଜଲ୍ଦି ପୁରା ହୋଇଯିବ ।
ସିଂହ:-ଏହିରାଶିର ମହିଳାମାନଙ୍କୁ ନାଭିରେ ଚାନ୍ଦିଦ୍ଵାରା ପ୍ରସ୍ତୁତ ଏକରିଙ୍ଗ ପିନ୍ଧିବାଉଚିତ ।ଏହାଦ୍ଵାରା ଆପଣଙ୍କଜୀବନରେ ପ୍ରେମ ଓ ସୁଖରହିବ ।
କନ୍ୟା:-ଏହିରାଶିର ମହିଳାମାନେ ଦୁଇଟିଗୋଡର ତିନୋଟିଆଙ୍ଗୁଠିରେ ନୀଳ,ନାଲି କିମ୍ବା ହଳଦିଆ ନାଗବାଲା ଗୋଡମୁଦି ପିନ୍ଧିବା ଉଚିତ । ଏହାଦ୍ଵାରା ଆପଣଙ୍କଘରେ ଧନର ଅସୁବିଧା ହେବନାହିଁ ।
ମକର:-ଏହିରାଶିର ମହିଳାମାନେ ସମସ୍ତ ଶୁଭକାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ମଥାରେ କୌଣସି ବି ଧାତୁରେତିଆରି ଟିକା ପିନ୍ଧିବାଉଚିତ ।
ତୁଳା:-ଏହିରାଶିର ମହିଳାମାନେ ଅଣ୍ଟାରେ ଚାବିରଗୁଚ୍ଛା ଲଗାଇ ବୁଲିବାଉଚିତ ।ଖାସକରି ବିବାହିତାମହିଳା ଏହିଭଳି ନିଶ୍ଚିତକରନ୍ତୁ ।
ବିଛା:-ଆପଣମାନେନିଜର ସିଧାହାତରଭୁଜାଉପରେ କଳାନାଗବାଲା ବାଜୂବଂଧବାନ୍ଧନ୍ତୁ ।ଏହାଦ୍ଵାରା ଆପଣଙ୍କୁ କେହିବି ନଜରଲଗାଇବ ନାହିଁ ।
ଧନୁ:-ଏମାନଙ୍କୁ ବେକରେ ସୁନା,ଚାନ୍ଦି ଓ କଳାମୋତିର କମ୍ବିନେଶନରେପ୍ରସ୍ତୁତ ମଙ୍ଗଳସୂତ୍ରପିନ୍ଧିବା ଉଚିତ ।କୁଆଁରୀଝିଅମାନେ ଏଥିରୁ କଳା ମୋତି ହଟାଇଦିଅନ୍ତୁ ।
କୁମ୍ଭ:-ଏହିରାଶିର ମହିଳାମାନେ ନିଜରଗୋଡରେ ଚାନ୍ଦିରପାଉଁଜି ପିନ୍ଧନ୍ତୁ ।ଏହାଦ୍ଵାରା ଆପଣଙ୍କଜୀବନ ସୁଖମୟ ରହିବ ।
ମୀନ:-ତର୍ଜନୀଆଙ୍ଗୁଠିରେ ଚାନ୍ଦିରଆଙ୍ଗୁଠି ପିନ୍ଧନ୍ତୁ । ଏହିରାଶିର ମହିଳାମାନଙ୍କପାଇଁ ଏହା ଅତ୍ୟଧିକ ଶୁଭରହିବ । !!ଜୟଜଗନ୍ନାଥ,ଜୟସୋମନାଥ, ଜୟମା ଯୋଗମାୟା!!

Leave A Reply

Your email address will not be published.