ମୁକୁଳା ଡ୍ରେନରେ ଭାସିଗଲେ ନାବାଳକ

0 59

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଯାଇଛି । ଏହିସମୟରେ ଡ୍ରେନ ପାଣି ସୁଅରେ ଭାସିଗଲା ୮ ବର୍ଷୀୟ ନାବାଳକ । ୟୁନିଟ-୩ ମସଜିଦ ପାଖରୁ ଭାସିଯାଇଥିବା ସୂଚନାମିଳିଛି । ଲକ୍ଷ୍ମୀସାଗର ପର୍ଯ୍ୟନ୍ତ ଖୋଜୁଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ସନ୍ଧ୍ୟା ହୋଇ ଆସୁଥିବାରୁ ନାବାଳକକୁ ଉଦ୍ଧାର କରିବା ଓଡ୍ରାଫ ଟିମ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ଭୁବନେଶ୍ୱରରେ ପ୍ରବଳ ବର୍ଷା ପରେ ତଳିଆ ଅଞ୍ଚଳରେ ପାଣି ଜମିଛି । ରାସ୍ତା ଉପରେ ଛୁଟୁଛି ବର୍ଷା ପାଣିର ସୁଅ । ୟୁନିଟ-୩ଅଂଚଳର ମସଜିଦକଲୋନୀରେ ମୁକୁଳାଡ୍ରେନରେ ପଡି ଆବୁ ବକରସାହା ନାମକ ବାଳକର ମୃତ୍ୟୁଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖପ୍ରକାସକରିବାସହ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବାସହ ମୃତବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ଲକ୍ଷଟଙ୍କାର ଅନୁକମ୍‌ାମୁଳକ ସହାୟତା ଘୋଷଣାକରିଛନ୍ତି ।ମୁକୁଳା ଡ୍ରେନରେ ପଡ଼ି ଅନେକ ଜୀବନ ନଷ୍ଟ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.