ଆଜିର ରାଶିଫଳ

ରାହୁମହାଗ୍ରହକୁ ସନ୍ତୁଷ୍ଟ କରିବାର ମହାଉପାୟ

0 77

ଜୁନ୍ ମାସ ୧୪ତାରିଖ ୨୦୨୪ମସିହା(ଶୁକ୍ରବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୦୦ ଗତେ ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୪୯ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୦୦ ଗତେ ପୂର୍ବେ , ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୃଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶି ର ଘାତବାର ,ଅଦ୍ୟ ମୃତେ ପ୍ରାତଃ ଘ ୦୫/୪୮ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୮/୨୮ ଗତେ ଘ୧୧/୪୮ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୪୯ ଗତେ ଘ୦୨/୦୦ମଧ୍ୟେ ଓ ରାତ୍ରି ଘ୦୮/୪୮ ଗତେ ଘ୦୧/୩୫ ମଧ୍ୟେବିଶୁଦ୍ଧ ମାହେନ୍ଦ୍ରବେଳ।- ପ୍ରାତଃ ଘ୦୬/୪୮ ମଧ୍ୟେ ,ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ
ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।
ବୃଷ-ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମିଥୁନ-ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
କର୍କଟ-ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।
ସିଂହ-ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା,କଳା,ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କନ୍ୟା-ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ତୁଳା-ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।
ବିଛା-ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ-ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର-ମାନସିକ ଅସ୍ଥିରତା ସଙ୍ଗକୁ କଡ଼ାମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ।ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ।ନିକଟଅତୀତର ବିବାଦୀୟଘଟଣାର ଦିଗ ବଦଳିଯାଇପାରେ।କଥାଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।
କୁମ୍ଭ-ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନ-ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।

ଜୀବନରେ ଅଶାନ୍ତି ଓ ଅସ୍ଥିରତାରକାରକ ରାହୁମହାଗ୍ରହକୁ ସନ୍ତୁଷ୍ଟ କରିବାପାଇଁ କରନ୍ତୁ ଏହି ମହାଉପାୟ-ଯଦି ରାହୁଗ୍ରହଙ୍କୁ ପ୍ରସନ୍ନକରନ୍ତି ତେବେ ଅଶୁଭପ୍ରଭାବରୁ ରକ୍ଷାପାଇବେ ।ଯେଉଁମାନଙ୍କର ଜାତକରେ ରାହୁଦୋଷଚାଲିଥାଏ ସେମାନେ ନିମ୍ନରେଦିଆଯାଇଥିବା ଉପାୟମାନକରିଲେ ରାହୁଙ୍କପ୍ରକୋପ ଦୂରହେବ ଓ ସୁଖରେ ଜୀବନ ବିତାଇବେ ।
ରାହୁ ଶୁଭାଶୁଭ ହେବାର ଲକ୍ଷଣ:-ରାହୁ ଅଶୁଭ ହେଲେ ପୋଷା କୁକୁର ମରିଯାଏ, ହାତର ନଖ ସବୁ ପାଚିଯାଏ ବା ଝଡ଼ିଯାଏ,ମସ୍ତିସ୍କ ବିକୃତ ହୁଏ, ଅଜଥା ଶତୃ ବୃଦ୍ଧିହୁଏ, ପାରିବାରିକ ଅଶାନ୍ତି,ଚାକିରି କ୍ଷେତ୍ରରେ ଅବନ୍ନତି, ମାନସିକ ଅଶାନ୍ତି ଲଗିରହିଥାଏ ।
ରାହୁଗ୍ରହର କାଳ, ଆୟୁ ଏବଂ ଗତି :- ରାହୁରକାଳ ୪୦ଦିନ, ୪୨ବର୍ଷ, ଆୟୁ ୯୦ ବର୍ଷ, ମହାଦଶା ୧୮ବର୍ଷ, ସାମାନ୍ୟ ଚକ୍ର ଛ‌ଅ। ରାହୁର ପ୍ରଭାବ ୧ ରୁ ୪ ବର୍ଷ, ୩୪ ରୁ, ୪୯ ବର୍ଷ, ୬୯ ରୁ ୭୪ ବର୍ଷ, ୧୦୪ ରୁ ୧୦୯ ବର୍ଷ ହୋଇଥାଏ।ରବି, ଚନ୍ଦ୍ର, ମଙ୍ଗଳ,ବୁଧ ବୃହସ୍ପତି ଶୁକ୍ର, ଶନିକୁ ବାଦ୍ ଦେଲେ, କେତୁ ଅପେକ୍ଷା ରାହୁ ସର୍ବାଧିକ ବଳି ଅଟେ।
ରାହୁଙ୍କ ଉପାୟ:-ରାହୁଗ୍ରହଙ୍କ ନୀଳରଙ୍ଗର ବସ୍ତୁ ଅତିପ୍ରିୟ।ତେଣୁ ଯେଉଁମାନଙ୍କର ଜାତକରେ ରାହୁଦୋଷ ଚାଲିଥାଏ ସେମାନେ ଭିକାରୀ ମାନଙ୍କୁ ନୀଳରଙ୍ଗର ବସ୍ତୁ ଦାନ କରନ୍ତୁ ଓ ଖାଇବାକୁ ଦିଅନ୍ତୁ। ଏହା କରିଲେ ରାହୁଗ୍ରହ ପ୍ରସନ୍ନ ହୋଇଥାନ୍ତି ଓ କଷ୍ଟରୁ ମୁକ୍ତି ମିଳେ।
କୋଇଲା:-କୋଇଲା ଦାନ ମଧ୍ୟ କରନ୍ତୁ ।କୋଇଲା ମଧ୍ୟ ରାହୁ ଗ୍ରହଙ୍କ ସହ ସଂଯୁକ୍ତ ଅଟେ ।
କଳାରଙ୍ଗର କମ୍ବଳ:-କଳାରଙ୍ଗର କମ୍ବଳଦାନ କରନ୍ତୁ।ଯଦି ଶନିବାର ଦିନ କମ୍ବଳଦାନ କରିବେ ତେବେ ରାହୁଙ୍କ ଖରାପପ୍ରଭାବ ପଡିବ ନାହିଁ।
ନୀଳରଙ୍ଗର ଫୁଲ:-ଯଦି କାର୍ଯ୍ୟରେ ବାଧା ଦେଖା ଦେଉ ଥାଏ ତେବେ ନୀଳରଙ୍ଗର ଯେ କୌଣସି ଫୁଲ ଅର୍ପିତ କରନ୍ତୁ।ଏହାକରିଲେ କୌଣସି କାର୍ଯ୍ୟରେ ବାଧାସୃଷ୍ଟି ହେବ ନାହିଁ।
ମୂଳା:-ମୂଳା ଦାନ କରିଲେ ମଧ୍ୟ ପ୍ରକୋପରୁ ରକ୍ଷା ପାଇପାରିବେ। ସେଥିପାଇଁ ବେଳେ ବେଳେ ଅସହାୟମାନଙ୍କୁ ମୂଳାଦାନ କରନ୍ତୁ ବା ସକାଳ ସମୟରେ ଯେ କୌଣସି ମନ୍ଦିରରେ ମୂଳା ଦାନ କରନ୍ତୁ।
ନଡିଆ:-ଗୋଟିଏ ନଡିଆ ନେଇ ଏକ ଛିଦ୍ର କରି ତା ମଧ୍ୟରେ ଗୋଟିଏ ତମ୍ବା ପଇସା ବା ଅନ୍ୟ ତମ୍ବା ଜାତୀୟ ବସ୍ତୁ ପକାଇବ, ସେଥିରେ ଏକ କପଡା ଗୁଡାଇବା ପରେ ପାଣିରେ ପ୍ରବାହିତ କରନ୍ତୁ । ଏହା କରିଲେ ରାହୁ ଶାନ୍ତ ହୁଅନ୍ତି ଓ ଜୀବନରେ ସବୁ ଚିନ୍ତା ଦୂର ହୋଇଯାଏ । ଏହା ବ୍ୟତୀତ ଯଦି ୪୮ଟି ତମ୍ବାର ଟୁକୁଡା ପାଣିରେ ପ୍ରବାହିତ କରିବେ ତେବେ ମଧ୍ୟ ରାହୁ ଶାନ୍ତ ହୁଅନ୍ତି ଓ ଜୀବନରେ ସବୁ କଷ୍ଟ ଦୂର ହୋଇଯାଏ ।
କୁକୁର:-ସପ୍ତାହରେ ଯେକୌଣସି ଗୋଟିଏ ଦିନ ରୁଟିରେ ଗୁଡ ମିଶାଇ ଏକ କଳା କୁକୁରକୁ ଖାଇବାକୁଦିଅନ୍ତୁ ।ଯଦି ସେହି ରୁଟିକୁ କୁକୁର ଖାଇଦିଏ ତେବେ ଏହି ଗ୍ରହଦୋଷ ଦୂର ହୋଇଯାଏ !!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.