ବୁଦାମୁଳରୁ ମିଳିଲା ଯୁବକର ମୃତଦେହ

ସିମାବିବାଦରୁ ପଡିରହିଛି

0 79

ବାରଙ୍ଗ,୧୨ା୬(ଏସଏସନିଉଜ) ତିନିଦିନତଳୁ ନିଖୋଜଥିବା ବାରଙ୍ଗକନକଦୁର୍ଗାଆଦିବାସୀସାହିର ସୁଶାନ୍ତଟୁଡୁ ନାମକ ଯୁବକ ର ମୃତଦେହ ଏକ ବୁଦାମୁଳରେ ପଡିଥିବାରବୁଧବାରଅପରାହ୍ନରେ ସ୍ଥାନିୟଲୋକମାନେ ଦେଖିବାକୁ ପାଇଛନ୍ତି ।ସ୍ଥାନୀୟଲୋକ ମୃତଦେହକୁ ଚିହ୍ନଟକରି ମୃତକଙ୍କ ପରିବାରକୁ ଜଣାଇବାସହ ପୋଲିସକୁ ମଧ୍ୟ ଖବର ଦେଇଛନ୍ତି ।ତେବେ ସିମା ବିବାଦ ଯୋଗୁ ମୃତଦେହଟି ଅଦ୍ୟାବଧି ସେହିଜାଗାରେ ପଡି ରହିଥିବାର ଜଣାପଡିଛି ।
ପ୍ରକାସଯେ,ବାରଙ୍ଗଥାନା ଅଧିନସ୍ଥ କନକ ଦୁର୍ଗା ଆଦିବାସି ସାହିର ରାମଚନ୍ଦ୍ର ଟୁଡୁଙ୍କର ଏକମାତ୍ର ପୁଅ ସୁଶାନ୍ତ ମଙ୍ଗଳବାରଠାରୁ ନିଖୋଜ ଥିବାର ତାଙ୍କ ବାପା ରାମଚନ୍ଦ୍ର ବୁଧବାରସକାଳେ ବାରଙ୍ଗଥାନା ରେ ଅଭିଯୋଗ କରିଥିଲେ ।ବୁଧବାର ଅପରାହ୍ନରେ ଚନ୍ଦକା ଥାନା ଅଧିନସ୍ଥ ଚୁଡଙ୍ଗଗ୍ରାମର ପାଂଚମାଣିଆ ସାହି ପାଖ ଏକ ଚୁଆପାଖରେ ଦୁଗର୍ଦ୍ଧ ଆସୁଥିବା ର ସ୍ଥାନିୟ ଲୋକମାନେ ଜାଣିବାକୁପାଇଥିଲେ ।ଦୁଗର୍ଦ୍ଧହେଉଥିବାସ୍ଥାନକୁ ଯାଇ ଏକ ମୃତଦେହ ପଡିଥିବାର ଦେଖିବାସହ ଚିହ୍ନଟ କରିଥିଲେ ।ଏହାପରେ ପୋଲିସ ଓ ମୃତକଙ୍କ ପରିବାରକୁ ଖବରଦେଇଥିଲେ ।ମୃତକଙ୍କ ପରିବାରଲୋକଆସି ମୃତଦେହକୁଚିହ୍ନଟ କରିଥିଲେ ।ତେବେ ଏକମାତ୍ର ପୁଅକୁହରାଇ ରାମ ଭାଙ୍ଗିପଡିଥିବାବେଲେ କେହି ହତ୍ୟାକରିଛି ବୋଲି ଅଭିଯୋଗ କରିଛନ୍ତି । ବାରଙ୍ଗ ଥାନାରେ ମୃତକଙ୍କ ବାପା ଅଭିଯୋଗ କରିଥିବା ବେଳେ ମୃତଦେହ ଚନ୍ଦକାଥାନା ଅଂଚଳରେ ମିଳିଥିବାରୁ ସିମାବିବାଦ କୁନେଇ ଅଦ୍ୟାବଧି ମୃତଦେହଟି ପଡିରହିଥିବାର ଝଣାପଡିଛି ।ଘଟଣାସ୍ଥଳରେ ଚନ୍ଦକାଥାନାପୋଲିସ ପହଁଚି ମୃତଦେହକୁ ଜଗିରହିଛି।  ଅନ୍ୟପଟେ ବାରଙ୍ଗ ଥାନାପୋଲିସ ଦୁଇଜଣ ଯୁବକଙ୍କୁ ଅଟକରଖି ପଚରାଉଚରା ଚଳାଇଛି ।ଏହି ଯୁବକମାନଙ୍କ ସହ ସୁଶାନ୍ତ ସାଙ୍ଗହୋଇ ମଙ୍ଗଳବାର ରାତିରେ ଚୁଡଙ୍ଗ ଯାଇ ଏକାଠି ମଦ୍ୟପାନ କରିଥିଲେ ବୋଲି ଅଟକରହିଥିବା ଯୁବକମାନଙ୍କ ଠାରୁ ପୋଲିସ ଜାଣିବାକୁ ପାଇଥିବାର ଜଣାପଡିଛି ।

Leave A Reply

Your email address will not be published.