ଆଜିରରାଶିଫଳ

0 72

ଜୁନ୍ ମାସ ୧୨ତାରିଖ ୨୦୨୪ ମସିହା(ବୁଧବାର) ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି-ଷଷ୍ଠୀ ସନ୍ଧ୍ୟା ଘ୦୭/୧୨ ଗତେ ସପ୍ତମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୯, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୨/୧୯,ଯୋଗିନୀ ପଶ୍ଚିମେ ସନ୍ଧ୍ୟା ଘ୦୭/୧୨ଗତେ ବାୟବ୍ୟେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଦ୍ୟ ମୃତେ ସନ୍ଧ୍ୟା ଘ୦୭/୧୨ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୮/୩୦ଗତେ ଘ୧୦/୦୯ ମଧ୍ୟେ,ବାରବେଳା – ଦିବା ଘ୧୧/୪୭ ଗତେ ଘ୦୧/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୦୭/୩୪ଗତେ ଘ୦୮/୨୯ ମଧ୍ୟେ ଓ ଘ୦୧/୨୮ଗତେ ଘ୦୨/୨୩ ମଧ୍ୟେ,
ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ଅଦ୍ୟ ନିମ୍ବ ସନ୍ଧ୍ୟା ଘ୦୭/୧୨ଗତେ ତାଳ ଭକ୍ଷଣ ନିଷେଧ।
ମେଷ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ବୃଷ👉ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
ମିଥୁନ👉ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
କର୍କଟ👉ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ।ଶିଳ୍ପ,ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ।ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟିହୋଇପାରେ।ଯେତେ ଭଲ କାମକଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।
ସିଂହ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁ ମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
କନ୍ୟା👉ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ତୁଳା👉ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
ବିଛା👉ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ଧନୁ👉ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର,ଗାଡି ମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
ମକର👉ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
କୁମ୍ଭ👉ଦୀର୍ଘଦିନରୁ ପାଉନ ଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ମୀନ👉ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।

ରବି ଚଳନ
ସନ ୧୪୩୧ସାଲ ବୃଷ ୧ଦିନ ଇଂ ୨୦୨୪ମସିହା ମଇମାସ ତା୧୪ରିଖ ମଙ୍ଗଳବାରଦିନ ରବି ବୃଷରାଶିକୁ ଚଳନକରିବେ ଏବଂ ଇଂ ୨୦୨୪ମସିହା ଜୁନ ମାସ ୧୪ତା ପର୍ୟ୍ୟନ୍ତ ରବି ବୃଷରାଶିରେ ଅବସ୍ଥାନ କରିବେ । ଏହାରପ୍ରଭାବ ୧୨ଗୋଟି ରାଶିଉପରେ ଭିନ୍ନଭିନ୍ନ ରହିବ । ଏହି ସଂଙ୍କ୍ରାନ୍ତିର ନାମ ମହୋଦରୀ । ସଂଙ୍କ୍ରାନ୍ତିପୁରୁଷ ନୀଳବସ୍ତ୍ର ପରିଧାନକରି ମନ୍ଦାରପୁଷ୍ପର ହାର ଗଳାରେଲମ୍ବାଇ ଦଧିଭକ୍ଷଣ ପୂର୍ବକ ହସ୍ତେମୁଦଗର୍ ଧାରଣସଙ୍ଗେ ମହିଷବାହନରେ ଦକ୍ଷିଣେ ମୁଖକରି ବାୟବ୍ୟେ ଦୃଷ୍ଟିଦେଇ ପଶ୍ଚିମଦିଗକୁ ଗମନକରିବେ। ଏହିମାସରେ ଜାତବ୍ୟକ୍ତି ଦୟାବାନ ମାତ୍ର ଅସ୍ଥିରମନାହେବେ ।ବୃଷସଂଙ୍କ୍ରାନ୍ତି ବରୁଣ ମଣ୍ଡଳରେ ଅବସ୍ଥାନ ଫଳରେ ଅତ୍ୟାଧିକ ଗ୍ରୀଷ୍ମପ୍ରବାହ ଅଂଶୁଘାତ ଆଦିରେ ଜନଜୀବନ ଅସ୍ତବ୍ୟସ୍ତ ହେବେ। ବିଶେଷକରି ପଶ୍ଚିମ ତଥା ମଧ୍ୟ ଓଡିଶା ଅନୁଗୁଳ ,ତାଳଚେର ,ଝାରସୁଗୁଡ଼ା, ଟିଟିଲାଗଡ ,ରାଉରକେଲା ,ସମ୍ବଲପୁର,କଟକ ,ଭୁବନେଶ୍ଵରଠାରେ ଭୟଙ୍କର ରୌଦ୍ରତାପ ଅନୁଭୂତହେବ। ପ୍ରଚଣ୍ତ ବାୟୁପ୍ରବାହ ଘୂର୍ଣ୍ଣିବାତ୍ୟା ବଜ୍ରପାତ ଘଡଘଡି ସହ ବର୍ଷା ତଥା କାଳବୈଶାଖୀର ପ୍ରକୋପରେ ବହୁଧନଜୀବନ କ୍ଷୟକ୍ଷତିରଭୟ ରହିଛି । ମଇ୧୫ ରୁ ୨୧ମଧ୍ୟେ ଓ ମଇ୨୭ ରୁ ୩୧ମଧ୍ୟେ ଓ ଜୁନ୨ ରୁ ୫ ମଧ୍ୟେ ଓ ଜୁନ୮ ରୁ ୧୪ମଧ୍ୟେ ଭୂମିକମ୍ପ ହେବାର ସମ୍ପାବନା ରହିଛି ।ଅସମାଜିକତତ୍ତ୍ଵ ମାଓବାଦୀ ଓ ଆତଙ୍କବାଦୀଙ୍କ କାର୍ୟ୍ୟକଳାପଦ୍ୱାରା ଜନଜୀବନ ପ୍ରଭାବିତ ହେବେ । ଦେଶ ତଥା ରାଜ୍ୟର ଦକ୍ଷିଣପଶ୍ଚିମ ଭାଗରେ ଭୂମିକମ୍ପ ,ଦୃଘଟଣାରେ ବହୁ ଧନଜୀବନ କ୍ଷୟକ୍ଷତି ହେବ । ଦେଶ ତଥା ରାଜ୍ୟର କେତେକସ୍ଥାନରେ ମରୁଡି ତଥା ଉତ୍କଟ ପାନିୟଜଳ ସଂଙ୍କଟରେ ଜନଜୀବନ ପ୍ରଭାବିତହେବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣକରିବେ ।ପାକିସ୍ତାନ ଓ ଅନ୍ୟ ମୁସଲମାନରାଷ୍ଟ୍ରରେ ଆଭ୍ୟନ୍ତରୀଣ ଅଶାନ୍ତି ବୃଦ୍ଧିପାଇବ ।ଦେଶର ଆର୍ଥିକସ୍ଥିତି ଦୁର୍ବଳହେତୁ ସରକାର ଚିନ୍ତିତହେବା ସହ ନୂତନନୀତି ପ୍ରଣୟନକରିବେ।ୟୁରୋପୀୟରାଷ୍ଟ୍ରମାନଙ୍କ ମଧ୍ୟରେ ଅନ୍ତର୍ଦ୍ଵନ୍ଦ ଉତ୍କଟରୂପ ନେବ ।ଚଳିତ ନିର୍ବାଚନରେ ଦେଶରେ ଶାସକଦଳ ପୁନଶ୍ଚ ସରକାର ଗଠନକରିବେ ।ରାଜ୍ୟରେ ଶାସକଦଳର ପୂର୍ବ ଅପେକ୍ଷା ଭୋଟ ତଥା ଆସନ ସଂଖ୍ୟାରେ ହ୍ରାସ ଘଟିବା ଫଳରେ ଗୋଳମାଳିଆସ୍ଥିତି ଉତ୍ପନ୍ନ ହୋଇପାରେ।
ମେଷ:-କର୍ମକ୍ଷେତ୍ରରେ ହଇରାଣ ହୋଇପାରନ୍ତି। କର୍ମକ୍ଷେତ୍ରରେ ଚାପରପରିମାଣ ବୃଦ୍ଧିଘଟିବ। ବାଦବିବାଦଠାରୁ ଦୂରରେ ରହି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।ଶତ୍ରୁମାନେ ପଛରେ ଲାଗିଯାଇ ଅନେକସମସ୍ୟା ସୃଷ୍ଟି କରିପାରନ୍ତି।ବ୍ୟବସାୟକ୍ଷେତ୍ରରେ ଲାଭବାନହେବାର ଆଶା କମରହିବ ।ପୌତ୍ରିକସମ୍ପତ୍ତିକୁ ନେଇ ବାଦ ବିପାଦ ଲାଗିରହିବ ।ସ୍ୱାସ୍ଥ୍ୟହାନି ଦେଖାଦେଇ ପାରେ।ଦାମ୍ପତ୍ୟ ଜୀବନ ରେ ସାମାନ୍ୟ ମତପାର୍ଥକ୍ୟ ଉପୁଜିପାରେ ।ବିଦ୍ୟାର୍ଥିମାନେ ବିଦ୍ୟା କ୍ଷେତ୍ରରେ ସଂଘର୍ଷରତ ରହିବେ ।
ବୃଷ:-କର୍ମକ୍ଷେତ୍ରରେ ବନ୍ଧୁମାନେ ହଇରାଣ କରିବେ। କର୍ମକ୍ଷେତ୍ରରେ ଜଗିରଖି ଚଳନ୍ତୁ ଅନ୍ୟଥା ଅନ୍ୟମାନେ ଅସୁବିଧାରେ ପକେଇବେ ।ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେବେ।ମାନଶିକଚିନ୍ତା ବୃଦ୍ଧିପାଇବ ।ଆର୍ଥିକକ୍ଷେତ୍ରରେ ସମସ୍ୟା ଉପୁଜିପାରେ ।ପାରିବାରିକକଳହ ଦେଖାଦେଇପାରେ।ପିତାଙ୍କସ୍ୱାସ୍ଥ୍ୟ ହାନି ଘଟିପାରେ । ଧନହାନୀ ପ୍ରାଣପୀଡାର ଯୋଗ ରହୁଛି । ସମ୍ପତ୍ତିକୁ ନେଇ ବିବାଦ ଲାଗିରହିବ ।ବିଦ୍ୟାର୍ଥି ଅଧୟନ କ୍ଷେତ୍ରରେ ବ୍ୟସ୍ତ ରହିବେ।
ମିଥୁନ:-କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ଲାଭକରିବେ ।କର୍ମକ୍ଷେତ୍ରରେ ନୂତନ ନିଯୁକ୍ତିର ସୁଯୋଗ ପ୍ରାପ୍ତିକରିବେ ।ସାମାଜିକକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ ।ବ୍ୟବସାୟରେ ଉନ୍ନତ୍ତି କରିବେ ।ପୁରାତନ ବିବାଦରୁ ମୁକ୍ତ ହେବେ ।ଶତ୍ରୁମାନେ ପରାଜିତ ହେବେ ।ଶାରିରିକ ଅସୁସ୍ଥତା ଦେଖାଦେଇପାରେ।କିଛି କାର୍ୟ୍ୟ ରେ ବିଳମ୍ବ ହୋଇପାରେ ।ବିଦ୍ୟାର୍ଥି ଉଚ୍ଚଶିକ୍ଷାରେ ସଫଳ ହେବେ ।
କର୍କଟ:-କର୍ମକ୍ଷେତ୍ରରେ ବେସ୍ତତା ବଢିବ। ବରିଷ୍ଟ ଅଧିକାରୀଙ୍କ ସହ ଯୋଗ ପ୍ରାପ୍ତି କରିବେ । ବ୍ୟବସୟ ରେ ମଧ୍ୟମ ଫଳ ପ୍ରାପ୍ତି କରିବେ। ନିଜର ବୁଦ୍ଧି ଓ କୌଶଳ ବଳରେ ବାଧା ବିଘ୍ନରୁ ମୁକ୍ତ ହେବେ। ମାନସମ୍ମାନ ବୃଦ୍ଧି ପାଇବାର ସମ୍ପାବନା ରହିଛି । ପୂର୍ବରୁ ପଡିଥିବା କାର୍ୟ୍ୟ ଗୁଡିକରେ ସଫଳତା ପ୍ରାପ୍ତି କରିବେ। ସ୍ୱାସ୍ଥ୍ୟ ହାନି ଲାଗି ରହିବ । ଅନ୍ୟର ବୁଦ୍ଧି ରେ କାର୍ୟ୍ୟ କରି ଅସୁବିଧା ରେ ପଡିବାର ସମ୍ପାବନା ରହିଛି । ବିଦ୍ୟାର୍ଥି ସଫଳତା ଲାଭ କରିବେ।
ସିଂହ:-କର୍ମକ୍ଷେତ୍ର ରେ ସହ ଯୋଗୀ ମାନେ ସାହାର୍ୟ୍ୟ କରିବେ। ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ। ମାନଶିକ ଚିନ୍ତା କିଛି ବୃଦ୍ଧି ପାଇବ । ବ୍ୟବସାୟ ରେ ସଫଳତା ପ୍ରାପ୍ତି କରିବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ଆୟର ପରିମାଣ ବୃଦ୍ଧି ଘଟିବ । ପୂର୍ବରୁ ବିଗିଡି ଯାଇଥିବା କାର୍ୟ୍ୟରୁ ସଫଳତା ପ୍ରାପ୍ତି କରିବେ । ବିଦ୍ୟାର୍ଥି ବିଦ୍ୟାରେ ସଫଳ ହେବେ ।
କନ୍ୟା:-କର୍ମକ୍ଷେତ୍ରରେ ଉନ୍ନତ୍ତି ହେବ। କର୍ମକ୍ଷେତ୍ର ରେ ସହ ଯୋଗୀ କର୍ମୀଙ୍କ ସହ ମନାନ୍ତର ଦେଖାଦେଇ ପାରେ । ବ୍ୟବସାୟ ରେ ସଫଳତା ପ୍ରାପ୍ତି କରିବେ । ଆୟ ଆସିଲେ ମଧ୍ୟ ବେୟ ର ପରିମାଣ ଅଧିକ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗ ପ୍ରାପ୍ତି କରିବେ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ପୁରାତନ କର୍ମ ଗୁଡିକରେ ସଫଳ ହେବେ । ସ୍ୱାସ୍ଥ୍ୟହାନି ହେବାର ସମ୍ପାବନା ରହିଛି । ବିଦ୍ୟାର୍ଥି ଉଚ୍ଚଶିକ୍ଷା ଲାଭ କରିବେ ।
ତୁଳା:-କର୍ମକ୍ଷେତ୍ରରେ ଉନ୍ନତ୍ତି ହେବ ।କର୍ମକ୍ଷେତ୍ରରେ ପ୍ରଶଂସିତହେବେ ।ବ୍ୟବସାୟରେ ଲାଭବାନହେବେ ।କୌଣସିବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁନାହିଁ ହଇରାଣରେ ପଡି ପାରନ୍ତି ।ନୂତନ ଦ୍ରବ୍ୟ କ୍ରୟର ସୁଯୋଗ ଆସିବ।ସ୍ୱାସ୍ଥ୍ୟବସ୍ଥାରେ ସୁଧାରଆସିବ ।ପାରିବାରିକକ୍ଷେତ୍ରରେ ଶାନ୍ତିମିଳିବ।ବିଦ୍ୟାର୍ଥି ସଫଳତାଲାଭ କରିବେ ।
ବିଛା:-କର୍ମକ୍ଷେତ୍ରରେ ବାଧାସୃଷ୍ଟି ହେବ।କର୍ମକ୍ଷେତ୍ରରେ ସାମାନ୍ୟଅଶାନ୍ତି ଭୋଗକରିବେ। ବ୍ୟବସାୟରେ ଆର୍ଥିକକ୍ଷତି ହେବାର ସମ୍ପାବନାରହିଛି ।ଆର୍ଥିକସଂଙ୍କଟ ଦେଖାଦେବ ଏଣୁ ସତର୍କରୁହନ୍ତୁ ଋଣମଧ୍ୟ କରିବାକୁପଡିପାରେ ।ଅପମାନିତହୋଇପାରନ୍ତି ।ଶାରରିକଅସୁସ୍ଥତାପାଇଁ ଅର୍ଥ ବେୟକରିବେ ।ବିଦ୍ୟାର୍ଥିମାନେ ବିଫଳ ହେବେ।
ଧନୁ:-କର୍ମକ୍ଷେତ୍ରରେ ସ୍ଥିତି ଭଲ ରହିବ। କିଛି ବିଶିଷ୍ଟବ୍ୟକ୍ତିଙ୍କ ସହ ଯୋଗରେ ଇପସିତ ଅଭିଳାଷ ପୂର୍ଣ୍ଣହେବ । କିଛି ନୂତନକାର୍ୟ୍ୟ ଆରମ୍ପ କରିପାରନ୍ତି । ବ୍ୟବସାୟ ରେ ସଫଳତା ଲାଭ କରିବେ। ବନ୍ଧୁ ସହଯୋଗ ପ୍ରାପ୍ତି କରିବେ।ଆର୍ଥିକପରିସ୍ଥିତି ରେ ସୁଧାର ଆସିବ । ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆସିବ । ପାରିବାରିକ ଜୀବନ ରେ ଶାନ୍ତି ବୃଦ୍ଧି ପାଇବ ।ମାନସମ୍ମାନ ବୃଦ୍ଧିପାଇବ ।ବିଦ୍ୟାର୍ଥି ଉଚ୍ଚଶିକ୍ଷା ଲାଭ କରିବେ।
ମକର:-ନୂତନ କର୍ମପ୍ରାପ୍ତିର ସୁଯୋଗ ସୃଷ୍ଟିହେବ । ସମସ୍ତକାର୍ୟ୍ୟରେ ଇଛା ଅନୁସାରେ ସଫଳତା ପ୍ରାପ୍ତିକରିବେ । ବ୍ୟବସାୟରେ ଲାଭବାନ ହେବେ । ଦୂର ଯାତ୍ରା କରିବାକୁ ପଡିପାରେ ।ପାରିବାରିକ ସୁଖ ବୃଦ୍ଧି ପାଇବ ।ପୂର୍ବରୁ ଲାଗିଥିବା ଦୁଖରୁ ମୁକ୍ତ ହେବେ । ଆର୍ଥିକକ୍ଷେତ୍ରରେ ଅଭି ବୃଦ୍ଧି ଦେଖାଦେବ । ସାମାନ୍ୟ ସ୍ୱାସ୍ଥ୍ୟ ହାନି ହୋଇପାରେ ସେଥିପ୍ରତି ଯତ୍ନବାନ ରୁହନ୍ତୁ। ବିଦ୍ୟାର୍ଥି ଉଚ୍ଚଶିକ୍ଷା ଲାଭ କରିବେ।ଶ୍ରୀ ଜଗନ୍ନାଥ ଆଷ୍ଟ୍ରୋଲଜି
କୁମ୍ଭ:-କର୍ମକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି ।ବ୍ୟବସାୟରେ ସାମାନ୍ୟ କ୍ଷତିର ସମ୍ମୁଖିନ ହେବେ ।ମାନସମ୍ମାନ ବୃଦ୍ଧି ପାଇବ ।ପାରିବାରିକଜୀବନରେ ଅଶାନ୍ତି ସୃଷ୍ଟି ହେବ ।ଆର୍ଥିକଅବସ୍ଥାରେ ସୁଧାରଆସିବ, ଆୟରମାତ୍ରା ଅଧିକରହିବ।ଶାରିରିକଅସୁସ୍ଥତା ଦେଖାଦେଇପାରେ ।ବିଦ୍ୟାର୍ଥି ବିଦ୍ୟା କ୍ଷେତ୍ରରେ ଅସଫଳ ହୋଇ ପାରନ୍ତି।
ମୀନ:-କର୍ମକ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହେବ ।ବ୍ୟବସାୟରେ ଅଯଥା ଅଶାନ୍ତି ବୃଦ୍ଧି ହେବ ।ବନ୍ଧୁମାନେ ହଇରାଣ କରିପାରନ୍ତି । ପରିବାରିକ ଜୀବନ ରେ ଅଶାନ୍ତି ଦେଖାଦେବ । ଦୃଘଟଣା ର ସମ୍ମୁଖିନ ହୋଇପାରନ୍ତି । ମାନଶିକ ଚାପ ବୃଦ୍ଧି ଘଟିବ ବିଦ୍ୟାର୍ଥି ସଫଳ ହେବେ।
ଅଧିକ ଶୁଭଫଳ ପାଇଁ-
 ଆଦିତ୍ୟ ହୃଦୟସ୍ତୋର୍ତ ପାଠକରନ୍ତୁ
 ସୂର୍ୟ୍ୟଙ୍କୁ ନିୟମିତ ଜଳ ଅର୍ଘ୍ୟ ଦିଅନ୍ତୁ
 “ଓଁ ଘୃଣିଃ ସୂର୍ୟ୍ୟାୟ ନମଃ ” ଜପ କରନ୍ତୁ
 ରାଶି ବା ଖସାକୁ ବ୍ରାହ୍ମଣଙ୍କୁ ଦାନ କରନ୍ତୁ
 ରାଶି ତେଲକୁ ମହାଦେବଙ୍କୁ ଅର୍ପଣ କରନ୍ତୁ
 ବିଷ୍ଣୁ ସହସ୍ରନାମ ଶ୍ରାବଣ କରନ୍ତୁ
 ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.