ଓଡ଼ିଶା ଛୁଇଁଲା ମୌସୁମୀ

0 62

ଭୁବନେଶ୍ୱର,୮।୬(ଏସଏସନିଉଜ) ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣପଶ୍ଚିମ ମୌସୁମୀବାୟୁ। ସ୍ୱାଭାବିକ ସମୟର ୪ଦିନପୂର୍ବରୁ ମୌସୁମୀ ଆସି ପହଂଚିଥିବ| ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି।ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି।କିଛିଦିନ ମଧ୍ୟରେ ସାରା ଓଡ଼ିଶାକୁ ଏହା ଛୁଇଁବ ।ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳବର୍ଷା ହୋଇଛି।ଯାଜପୁର, ମାଲକାନଗିରି,ନୟାଗଡ଼,ଭଦ୍ରକ,ଢେଙ୍କାନାଳ, କେନ୍ଦ୍ରାପଡା, ଢେଙ୍କାନାଳରେ ବର୍ଷା ହୋଇଛି।

Leave A Reply

Your email address will not be published.