ଆଜିରରାଶିଫଳ

ଘରର ମୁଖ୍ୟଦ୍ୱାର ସହ ରହିଛି ଆପଣଙ୍କ ଭାଗ୍ୟ

0 148

ଜୁନ୍ ମାସ ୦୬ତାରିଖ ୨୦୨୪ମସିହା(ଗୁରୁବାର)
ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ୦୬/୦୧ଗତେ ପ୍ରତିପଦ,ଅଦ୍ୟ ସାବିତ୍ରୀବ୍ରତ,
ସୁର୍ୟୋଦୟ-ପ୍ରାତଃଘ୦୫/୧୧/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୨୧,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୬/୦୧ଗତେ ପୂର୍ବେ,ଅମାବାସ୍ୟାର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟାବିଧିରେ ହେବ,ବିଛାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୩/୦୪ ଗତେ ଘ୦୬/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୭/୦୮ଗତେ ଘ୦୯/୩୩ ମଧ୍ୟେ ଓ ଘ୧୨/୩୪ ଗତେଘ୦୩/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୫/୫୯ମଧ୍ୟେ ଓ ଘ୦୯/୧୦ ଗତେ ଘ୧୦/୪୬ମଧ୍ୟେ,ଅଦ୍ୟ ଆମିଷ ରାତ୍ରି ଘ୦୬/୦୧ଗତେ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ ।ନୈରାଶ୍ୟର ଛାୟା ଆଚ୍ଛାଦିତମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ।ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ ।ସନ୍ତାନଙ୍କ ବିଷୟ ଚିନ୍ତାକରି ମନ ଭଲ ଲାଗି ନପାରେ।
ମିଥୁନ:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନଘଟିବ ।ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭକରି ଖୁସିରହିବେ ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
କର୍କଟ:-ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି।ଜମିଜମାକାରବାର,ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନଦିଗରୁ ପ୍ରେରଣାଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ।କିନ୍ତୁ ଶନିଙ୍କସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ ।ଈର୍ଷାପରାୟଣବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁନାହିଁ ।ମାଲିମକଦ୍ଦମା କିମ୍ବା ବିବାଦୀୟଘଟଣାରେ ସନ୍ତୋଷଜନକଫଳ ପାଇବେ।
କନ୍ୟା:-ଆଜି ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ ।ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ ମନ ଆନନ୍ଦିତ ରହିବ।
ତୁଳା:-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ହସ୍ତା ନକ୍ଷତ୍ର ସକାଶେ ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା:-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟ ବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି।ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ।କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।
ଧନୁ:-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି।ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ।ଦୀର୍ଘଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
ମକର:-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ:-ଆଜି ଜଣେ ବନ୍ଧୁଙ୍କସାହାଯ୍ୟକୁ ଭୁଲିପାରିବେ ନାହିଁ।ଘରସାଜସଜ୍ଜାରେ,ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜିରହିପାରନ୍ତି।ଆର୍ଥିକଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବାପାଇଁ ଚିନ୍ତାକରିବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କରହି କାମକରିବା ଭଲ ହେବ।
ମୀନ:-ପ୍ରତ୍ୟେକକର୍ମରେ ଶୁଭଫଳ ପାଇବେ।କିନ୍ତୁ ପାରିବାରିକଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି।ଯେତେ ଭଲ କାମକଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ,ରାଜନୀତି ଓ ପ୍ରଶାସନକ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।

ଘରର ମୁଖ୍ୟଦ୍ୱାର ସହ ରହିଛି ଆପଣଙ୍କ ଭାଗ୍ୟ ଓ ଭବିଷ୍ୟତର ସମ୍ପର୍କ
ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାର ସହିତ ପରିବାରର ସୁଖ ଓ ଶାନ୍ତି ନିର୍ଭର କରିଥାଏ। ମୁଖ୍ୟଦ୍ୱାର ସହ ବ୍ୟକ୍ତିଙ୍କଭାଗ୍ୟର ମଧ୍ୟ ସମ୍ପର୍କ ରହିଛି ବୋଲି କୁହାଯାଏ। ସେଥିପାଇଁ ଘରେ ମୁଖ୍ୟଦ୍ୱାରର ଦଶା ଓ ସ୍ଥାନ ଠିକ୍ ରଖିବାପାଇଁ ବାସ୍ତୁବିତ୍ ପରାମର୍ଶ ଦେଇଥାନ୍ତି।ଜ୍ୟୋତିଷଶାସ୍ତ୍ର ଅନୁସାରେ ମଧ୍ୟ ଆପଣଙ୍କ ଭାଗ୍ୟ ଆପଣଙ୍କ ଘରର ମୁଖ୍ୟ ପ୍ରବେଶଦ୍ୱାରରେ ଲେଖାହୋଇଥାଏ। ଏଥିପାଇଁ ମୁଖ୍ୟଦ୍ୱାର ତିଆରି କରିବାବେଳେ କିଛି ନିର୍ଦ୍ଦିଷ୍ଟକଥା ଉପରେ ଧ୍ୟାନଦେବା ଜରୁରୀ। ଆସନ୍ତୁ ଜାଣିବା ଘରର ମୁଖ୍ୟଦ୍ୱାରରେ କଣ ସବୁ ରଖିଲେ, ଏହା ଆପଣଙ୍କଭାଗ୍ୟ ଉପରେ ସକାରାତ୍ମକପ୍ରଭାବ ପକାଇଥାଏ।
୧.ସ୍ୱସ୍ତିକ-ଏହିଚିହ୍ନ ଚାରିଭୁଜରେ ତିଆରି ଏକ ଆକୃତି। କୁହାଯାଏ, ଏହିଚିହ୍ନ ଘରର ମୁଖ୍ୟଦ୍ୱାରରେ ରହିଲେ, ପରିବାର ଓ ବ୍ୟକ୍ତିଙ୍କ  ଭାଗ୍ୟରେଖା ବୃଦ୍ଧି ପାଇଥାଏ। ଏହା ସହ ସ୍ୱସ୍ତିକଚିହ୍ନ ନକାରାତ୍ମକଶକ୍ତିକୁ ଘରେ ପ୍ରବେଶ କରିବାକୁ ଦେଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମୁଖ୍ୟଦ୍ୱାରରେ ଲାଲ୍ କିମ୍ୱା ନୀଳ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାଇଲେ, ଏହା ବିଶେଷ ପ୍ରଭାବଶାଳୀ ହୋଇଥାଏ। ମୁଖ୍ୟଦ୍ୱାରର ଦୁଇପାଖରେ ଲାଲରଙ୍ଗର ସ୍ୱସ୍ତିକଚିହ୍ନ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ପରିବାରସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଥାଏ।
୨. ଘୋଡ଼ାନାଲ-ଜ୍ୟୋତିଷଶାସ୍ତ୍ରଅନୁସାରେ,ଘୋଡ଼ାନାଲର ସମ୍ୱନ୍ଧ ଶନିଗ୍ରହଙ୍କ ସହ ରହିଛି। ଶନିଦଶା ଦୂର କରିବାପାଇଁ ଏହାର ବ୍ୟବହାର କରାଯାଏ।ଏଣୁ ଘୋଡ଼ା ପାଦରେ ପୂର୍ବରୁ ବନ୍ଧାହୋଇ ରହିଥିବା ନାଲର ବ୍ୟବହାର କରନ୍ତୁ।ଘରର ମୁଖ୍ୟଦ୍ୱାରରେ ଘୋଡ଼ାନାଲ ଲଗାଇବା ଦ୍ୱାରା କଳହ ଦୂରହୋଇଥାଏ।ଏହା ସହ ଗୃହ ମୁଖିଆଙ୍କର ଭାଗ୍ୟରେଖା ମଧ୍ୟ ବୃଦ୍ଧିପାଇଥାଏ।
୩. ଶ୍ରୀଗଣେଶଙ୍କଚିତ୍ର-କିଛିଲୋକ ଘରର ମୁଖ୍ୟଦ୍ୱାରରେ ଶ୍ରୀଗଣେଶଙ୍କଫଟୋ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ରଅନୁସାରେ,ଗଣେଶଙ୍କଚିତ୍ର ଲଗାଇଲେ ଘରେ ରିଦ୍ଧି-ସିଦ୍ଧି ବାସ କରିଥାନ୍ତି।ଏହାବ୍ୟତୀତ ଘରେ ଖୁସିର ପରିବେଶ ସୃଷ୍ଟିହୋଇଥାଏ।ବାସ୍ତୁବିତ୍‌ଙ୍କମତରେ ଘରରମୁଖ୍ୟଦ୍ୱାରରେ ଗଣେଶଙ୍କଚିତ୍ର ଲଗାଇଲେ,ଘରର ସଦସ୍ୟଙ୍କର ଭାଗ୍ୟ ପରିବର୍ତ୍ତନହୋଇ ସଫଳତା ମିଳିଥାଏ!!ଜୟଜନ୍ନାଥ, ଜୟ ସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.