ଆଜିର ରାଶିଫଳ

ଏହି ଦିନମାନଙ୍କରେ କରନ୍ତୁ ଶଙ୍ଖ ସହ ଭଗବାନଙ୍କ ପୂଜା

0 134

୨୦୨୪ମସିହା ମଇମାସ ୨୮ତାରିଖ ମଙ୍ଗଳବାର।ବିବିଧ – ଶରଣଂ।ଋତୁ- ଗ୍ରୀଷ୍ମ ଋତୁର (ପ୍ରଥମ ମାସ)ସୂର୍ୟ୍ୟ- ଉତ୍ତରାୟଣସୁର୍ୟ୍ୟୋଦୟ- ଘ୫/୧୧/୪ ,ସୂର୍ୟ୍ୟାସ୍ତ- ଘ୬/୧୬/୨୦ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ପଞ୍ଚମୀ ଦିବା ଘ୩/୩୧ମିପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଉତ୍ତରାଷାଢ଼ା ନକ୍ଷତ୍ର ଦିବା ଘ୧୦/୧୬ମିପର୍ୟ୍ୟନ୍ତ ତଦନ୍ତେ ଶ୍ରବଣାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଦିବା ଘ୩/୩୧ମି ପରେ ପଶ୍ଚିମ ଦିଗରେ।ମଙ୍ଗଳବାର ଓ ଅଗନ୍ତବ୍ୟତିଥିଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର- ସିଂହରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଷଷ୍ଠୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବେଲ ଦିବା ଘ୩/୩୧ମିପରେ ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା- (ବାରବେଳା) ପ୍ରାତଃ ଘ୬/୪୯ମି ରୁ ଘ୮/୨୮ମିପର୍ୟ୍ୟନ୍ତ।(କାଳବେଳା)ଦିବା ଘ୧/୨୩ମି ରୁ ଘ୩/୨ମିପର୍ୟ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୭/୪୦ମି ରୁ ଘ୯/୧ମି ପର୍ୟ୍ୟନ୍ତ।ଶୁଭ ବେଳା–(ଅମୃତ) ପ୍ରାତଃରୁ ଦିବା ଘ୭/୩୫ମି ମଧ୍ୟେ, ଘ୯/୧୧ମି ରୁ ଘ୧୧/୩୫ମି ମଧ୍ୟେ, ଘ୨/୪୭ମି ରୁ ଘ୩/୩୫ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୭/୫ମି ମଧ୍ୟେ, ଘ୧୨/୧୨ମି ରୁ ଘ୨/୩୬ମି ପର୍ୟ୍ୟନ୍ତ ।ମାହେନ୍ଦ୍ରବେଳା- ଦିବା ଘ୩/୩୫ମି ରୁ ଘ୪/୨୩ମି ମଧ୍ୟେ, ରାତ୍ରି ଘ୮/୪୨ମି ରୁ ଘ୧୦/୧୮ମି ପର୍ୟ୍ୟନ୍ତ।ପୁଷ୍କର ଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦବାର ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ। ଘ୧୦/୧୬ମିପରେ ୧ ପାଦବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସ୍ତ୍ରୀ ବିଧବା। ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ।ଶୁଭକର୍ମ- ନାହିଁ ।
🐏ମେଷ👉ଆଜି ଦିନଟି ମଧ୍ୟମ ଧରଣର ରହିବ ।ପରିବାରରସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତହେବ ।ଏପରି ଛୋଟକଥାରେ କଳିଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧିପାଇବ ।ବାହ୍ୟଆଡମ୍ଵର ଦେଖାଇ ଅଯଥା ଖର୍ଚ୍ଚ କରନ୍ତୁନାହିଁ ।
🐮ବୃଷ👉ଆଜି ଦିନଟିର ପ୍ରଥମଭାଗରେ ଶୁଭଫଳ ପ୍ରଦାନକରିବ ।ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜକର୍ମରେ ଅଜେୟ ପ୍ରତିଦ୍ୱନ୍ଦୀଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକଜୀବନରେ ଉଚ୍ଚପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନପରେ ପରିସ୍ଥିତି ଭିନ୍ନ ହୋଇପାରେ ।
👩❤️👨ମିଥୁନ👉ଆପଣ ନିଜମନକୁ ଶାନ୍ତରଖନ୍ତୁ ।ଆପଣ ନିଜରଖର୍ଚ୍ଚର ସମୀକ୍ଷା କରନ୍ତୁ ।ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜିଦିନଟି ଶୁଭଦାୟକ।ସନ୍ଧ୍ୟାରେ କିଛି ଭଲ ଖବର ପାଇବେ ।
🦀କର୍କଟ👉ବାହାରକୁ ଯିବା କିମ୍ୱା ପିକ୍‌ନିକ୍‌ରେ ଯିବା ଆପଣଙ୍କପାଇଁ ଦିନ ଭଲଆଡକୁ ନେଇପାରେ ।ଦିନର ଦ୍ୱିତୀୟଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁଭାବରେ ପ୍ରଭାବିତ ହେବେନାହିଁ।
🦁ସିଂହ👉କୌଣସି ଗୁରୁତ୍ୱପୁର୍ଣ୍ଣନିଷ୍ପତ୍ତି ଆଜି ନିଅନ୍ତୁନାହିଁ । କିଛି କହିବାପୁର୍ବରୁ ଦୁଇଥରଭାବନ୍ତୁ ।କାହା ସହିତ ବିଶେଷଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି ।ସାବଧାନ ରୁହନ୍ତୁ।
🙎♀️କନ୍ୟା👉ଏହି ଦିନ ଆପଣଙ୍କପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଅନୁକୂଳ ରହିବ ।ତେବେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
⚖️ତୁଳା👉ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦରଦିନ ଅପେକ୍ଷାରେ ରହିଛି ।ଆପଣଙ୍କ ଘରକୁ ଅଧିକ ସୁନ୍ଦର, ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ଭାବରେ ସଂପୃକ୍ତ ଅଛନ୍ତି ।କାର୍ୟ୍ୟରେ ବରିଷ୍ଠଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି ।
🦂ବିଛା👉ଏହିରାଶି ଆଜିପାଇଁ ଭାଗ୍ୟଶାଳୀ ରହିବ ।ଧର୍ମଯାତ୍ରା ଏବଂ ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ୟ୍ୟଜନକ ଉପକାର ଆଣିବ।
🏹ଧନୁ👉ଆଜିର ସକାଳ ସବୁଦିନ ଭଳି ଆପଣଙ୍କପାଇଁ ଆନନ୍ଦମୟ ହେବ ନାହିଁ ।ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳମନ ଆପଣଙ୍କୁ ହତାତର ଅନୁଭବ ଦେବ ।ଗୀତଶୁଣି ମନ ଆନନ୍ଦ କରନ୍ତୁ ।ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବାପାଇଁ ଏହା ହେଉଛି ଏକ ଭଲ ପ୍ରତିକାର।
🐊ମକର👉 ଦିନଟି ଶୁଭଙ୍କର। ଆଜିଦିନ ଆପଣ ପରିବାର, ପ୍ରିୟଜନ କିମ୍ୱା ବନ୍ଧୁଙ୍କସହିତ ବାହାରକୁ ଯିବାସହିତ ଆରମ୍ଭ କରିପାରନ୍ତି ।ଖର୍ଚ୍ଚପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ସମସ୍ୟା ରହିପାରେ ।
🏺କୁମ୍ଭ👉ଆଜିରଦିନ ଆପଣଙ୍କପାଇଁ ସ୍ୱାସ୍ଥ୍ୟ,ସମ୍ପଦ ଏବଂ ଖୁସୀ ଆଣିଦେବ ।ଆପଣ ଆଜି ଅନ୍ତ୍ୟନ୍ତସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଖର୍ଚ୍ଚ କରିପାରନ୍ତି ।
🐟ମୀନ👉 ମୀନ ରାଶି ପାଇଁ ଏହିଦିନ ମଧ୍ୟମ ଧରଣର ରହିବ ।ବହୁ ସାଂସ୍କୃତିକଆକର୍ଷଣରୁ ଦୁରରେରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଇଛି, ଯାହାକି ଆପଣଙ୍କ ମନକୁ ଟାଣିପାରେ ।ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ ।

ହିନ୍ଦୁଧର୍ମରେ ପୂଜାପାଠର ଅଧିକ ମହତ୍ତ୍ବ ରହିଛି ।ସେହିପରି ପୂଜାରେ ବ୍ୟବହାର କରାଯାଉଥିବା ପବିତ୍ରଶଙ୍ଖର ମଧ୍ୟ ଅଧିକ ମହତ୍ତ୍ବରହିଛି ।ପୌରାଣିକକଥା ଅନୁସାରେ, ସମୁଦ୍ରମନ୍ଥନ ସମୟରେ ବିଷ ଓ ଅମୃତସହ ସେଥିରୁ ପ୍ରାପ୍ତ ହୋଇଥିବା ୧୪ରତ୍ନ ମଧ୍ୟରୁ ପବିତ୍ରଶଙ୍ଖ ଥିଲା ଅନ୍ୟତମ ।ଶଙ୍ଖ,ମାଲକ୍ଷ୍ମୀ ଏବଂ ଭଗବାନବିଷ୍ଣୁଙ୍କର ଅତିପ୍ରିୟ ଅଟେ ।ଏହାକୁ ଘରେ ରଖିବାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଗ୍ରହର ଅଶୁଭପ୍ରଭାବରୁ ରକ୍ଷାପାଇବାପାଇଁ ପ୍ରତ୍ୟେକଦିନ ପୂଜା କରିବାସମୟରେ ଶଙ୍ଖବଜାଇବା ଉଚିତ୍ ।ଏହାଦ୍ୱାରା ଗ୍ରହମାନଙ୍କସ୍ଥିତି ଅନୁକୂଳ କରାଯାଇପାରିବ ।
ସୋମବାର-ଭଗବାନଶିବ ଏବଂ ଚନ୍ଦ୍ରଙ୍କଦିନ ବୋଲି ଜଣାଯାଏ ।କ୍ଷୀର ଚନ୍ଦ୍ରଙ୍କର ଦ୍ରବ୍ୟ ବୋଲି କୁହାଯାଏ ତେଣୁ, ଚନ୍ଦ୍ରଙ୍କୁ ଅନୁକୂଳ କରିବାପାଇଁ ସୋମବାରଦିନ ପୂଜାସମୟରେ ଶଙ୍ଖରେ କ୍ଷୀରଭରି ଶିବଙ୍କୁ ଚଢାଇବା ଉଚିତ୍ ।
ମଙ୍ଗଳବାର-ମଙ୍ଗଳଗ୍ରହଙ୍କ ଦିନ ବୋଲି ଜଣାଯାଏ ।ମଙ୍ଗଳ ସାହାସ ଏବଂ ପରାକ୍ରମର ପ୍ରତୀକଅଟନ୍ତି ,ତେଣୁ ମଙ୍ଗଳଙ୍କୁ ଅନୁକୂଳ କରିବାପାଇଁ ମଙ୍ଗଳବାରଦିନ ଶଙ୍ଖବଜାଇ ସୁନ୍ଦରାକାଣ୍ଡ ପାଠକରିବା ଉଚିତ୍ ।
ବୁଧବାର-ବୁଧଗ୍ରହଙ୍କର ବୋଲି ଜଣାଯାଏ,ବୁଧଙ୍କୁ,ବୁଦ୍ଧି ଏବଂ ବାଣୀର ପ୍ରତୀକକୁହାଯାଏ ।ତେଣୁଏହିଦିନ ଶଙ୍ଖରେଜଳଭରି ଶାଳଗ୍ରାମଙ୍କୁ ଅଭିଷେକକରିବା ଉଚିତ୍ 
ଗୁରୁବାର-ଦିନ ଶଙ୍ଖଉପରେ କେଶରରେ ତିଳକକରି ଭଗବାନବିଷ୍ଣୁଙ୍କୁ ପୂଜାକରିବା ଉଚିତ୍ । ଏହାଦ୍ୱାରା ଆପଣଙ୍କ ଗୁରୁଗ୍ରହ ଶୁଭଫଳ ପ୍ରଦାନ କରିଥାଏ ।ଭଗବାନବିଷ୍ଣୁ ଏବଂ ଗୁରୁଙ୍କକୃପାରୁ ଆପଣଙ୍କଘରେ ସୁଖସମୃଦ୍ଧି ବୃଦ୍ଧି ହେବ ।
ଶୁକ୍ରବାର- ଶୁକ୍ରଗ୍ରହଙ୍କର ବୋଲି କୁହାଯାଏ ।ଏହିଗ୍ରହ ଧନବୈଭବ ଏବଂ ଭୌତିକସୁଖ ସୁବିଧାର ପ୍ରତୀକବୋଲି କୁହାଯାଏ ।ଶୁକ୍ରଙ୍କ ମଜବୁତ କରିବାପାଇଁ ଶଙ୍ଖକୁ ଧଳାରଙ୍ଗର କପଡ଼ାରେରଖିବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କର ଶୁକ୍ରଗ୍ରହ ଶକ୍ତିଶାଳୀ ହୋଇଥାଏ ।
ସୂର୍ଯ୍ୟଙ୍କୁ ମାନସମ୍ମାନର ପ୍ରତୀକ କୁହାଯାଏ । ଯଦି କାହାକୁଣ୍ଡଳୀରେ ସୂର୍ଯ୍ୟଙ୍କୁ ଦୁର୍ବଳହୋଇଥାନ୍ତି ତାଙ୍କର ସମ୍ମାନହାନିହୋଇଥାଏ ।ପିତାଙ୍କ ସହ ସମ୍ପର୍କ ଖରାପହୋଇଥାଏ ।ସୂର୍ଯ୍ୟଙ୍କସ୍ତିତି ଅନୁକୂଳ କରିବାପାଇଁ ରବିବାରଦିନ ଶଙ୍ଖରେ ଜଳପୂର୍ଣ୍ଣକରି ସୂର୍ଯ୍ୟଙ୍କୁ ଅର୍ପଣ କରିବା ଉଚିତ୍ !!ଜୟଜଗନ୍ନାଥ,ଜୟସୋମନାଥ, ଜୟମାଯୋଗମାୟା!!

Leave A Reply

Your email address will not be published.