ଡ୍ରେସକୋଡ ପାଇ ଚିଠି

0 117

ପୁରୀ,୧୨ା୧୦(ଏସଏସନିଉଜ) । ଶ୍ରୀମନ୍ଦିର ନୀତି ସବ୍‌କମିଟିର ସହମତି ପରେ ଶ୍ରୀମନ୍ଦିରରେ ଧାର୍ମିକ ବାତାବରଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ପୋଷାକ ପରିଧାନରେ ଶାଳୀନତା ଆଣିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଆଜି ଛତିଶାନିଯୋଗକୁ ଚିଠି ଲେଖି ଭକ୍ତଙ୍କୁ ଏ ଉପରେ ସଚେତନ କରିବାକୁ ସହଯୋଗ ଲୋଡ଼ିଛନ୍ତି।ଚିରାଫଟା ଜିନ୍ସ, ହାଫ୍ ପ୍ୟାଣ୍ଟ, ଦେହ ଦିଶିବା ଭଳି ପୋଷାକ ପରିଧାନ ନ କରି ପାରମ୍ପରିକ ପୋଷାକ ଅର୍ଥାତ୍ ଚୁଡ଼ିଦାର ପଞ୍ଜାବୀ, ଧୋତି, ଶାଢ଼ି, ସାଲୱାର ଆଦି ପିନ୍ଧି ଆସିବାକୁ ପରାମର୍ଶ ଦେଇଛନ୍ତି।ଭକ୍ତିପୂର୍ଣ୍ଣପରିବେଶ ସୃଷ୍ଟି ସହ ଆଧ୍ୟାତ୍ମିକ ସମର୍ପଣଭାବ ଜାଗ୍ରତ କରିବା ନିମନ୍ତେ ଶ୍ରୀମନ୍ଦିରକୁ ଆସୁଥିବା ପୁରୁଷଭକ୍ତମାନେ ଫୁଲ୍‌ପ୍ୟାଣ୍ଟ୍‌, ସାର୍ଟ, ଚୁଡ଼ିଦାର ପଞ୍ଜାବି, ଧୋତି ଆଦି ପାରମ୍ପରିକ ପୋଷାକ ଓ ମହିଳାଭକ୍ତମାନେ ଶାଢ଼ି, ସାଲୱର କମିଜ ଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିପାରିବେ ବୋଲି କୁହାଯାଇଛି । ଦୂରଦୂରାନ୍ତରରୁ ଆସୁଥିବା ଭକ୍ତମାନେ ରହୁଥିବା ହୋଟେଲ୍‌, ଗେଷ୍ଟ୍‌ହାଉସ୍ ,ହୋଟେଲ, ରେଷ୍ଟୁରାଣ୍ଟ୍‌, ଟୁରିଷ୍ଟଗାଇଡ୍‌ସ, ଯାତ୍ରୀ ପଣ୍ଡାମାନେ ମିଳିତ ଭାବେ ଏହାଉପରେ ଭକ୍ତମାନଙ୍କୁ ସଚେତନ କରିପାରିବେ ସେ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।ତେବେ ନୂଆବର୍ଷରୁ ପାରମ୍ପରିକ ପୋଷାକ ପରିଧାନର ନିୟମକୁ କଡ଼ାକଡ଼ି କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.