ସିବିଆଇ ହାତରେ ଧରାପଡ଼ିଲେ ଡ଼ାକ୍ତର

0 122

ଜଗତସିଂହପୁର,୧୨ା୧୦(ଏସଏସନିଉଜ)ପାରାଦୀପ ସ୍ୱାସ୍ଥ୍ୟସଂଗଠନ (ପିଏଚଓ)କାର୍ଯ୍ୟାଳୟରେ  ଆଜି  ପଚାଶହଜାରଟଙ୍କା ଲାଞ୍ଚନେଉଥିବାବେଳେ ସ୍ୱାସ୍ଥ୍ୟସଂଗଠନଅଧିକାରୀ ଡ.ରାଜେନ୍ଦ୍ର ନାରାୟଣପାଣିଗ୍ରାହୀ ସିବିଆଇ ହାତରେ ଧରାପଡ଼ିଥିବାର ଜଣାପଡିଛି ।ପାରାଦୀପ ଭୂୟାଁଛକରେ ଥିବା ପିଏଚଓକାର୍ଯ୍ୟାଳୟରେ  ଏମିନେନ୍ସ ସିପିଂଠାରୁ ଟଙ୍କା ନେଉଥିବାବେଳେ ହଠାତ୍ ସିବିଆଇ ଅଧିକାରୀମାନେ ଚଢ଼ଉ କରିଥିବା ଜଣାପଡ଼ିଛି।କୋଭିଡ କ୍ଲିୟରାନ୍ସପାଇଁ କ୍ରିଉମେମ୍ବରଙ୍କଠାରୁ ଲାଞ୍ଚନେଉଥିବାବେଳେ ଧରାପଡିଥିବାର ଜଣାପଡିଛି । ଏହାସହିତ ତାଙ୍କର ସରକାରୀବାସଭବନ ଓ ବାଲେଶ୍ୱରସ୍ଥିତ ପୈତୃକଘରେ ମଧ୍ୟ ଚଢ଼ଉଚାଲିଥିବାର ଝଣାପଡିଛି ।

 

Leave A Reply

Your email address will not be published.