ଆଜିର ରାଶିଫଳ

0 247

୨୦୨୩ମସିହା ଅକ୍ଟୋବରମାସ ୧୩ତାରିଖ ଶୁକ୍ରବାର।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା।ସୁର୍ଯ୍ୟୋଦୟ-ଘ୫/୪୪/୨,ସୂର୍ଯ୍ୟାସ୍ତ-ଘ୫/୨୨/୬ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୯/୪୬ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ଦିବା ଘ୨/୪୯ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୯/୪୬ମି ପରେ ଐଶାନ୍ୟ କୋଣରେ।ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ବିରି ରାତ୍ରି ଘ୯/୪୬ମିପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା- ଦିବା ଘ୮/୩୯ମି ରୁ ଘ୧୧/୩୧ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୮/ ୨୬ମି ରୁ ଘ୯/୫୯ମି ପର୍ଯ୍ୟନ୍ତ,ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୩୩ମି ମଧ୍ୟେ, ଘ୭/ ୨୧ ମିରୁ ଘ୯/୪୫ମି ମଧ୍ୟେ, ଘ୧୨/୯ମି ରୁ ୩/୨୧ମି ମଧ୍ୟେ, ଘ୪/୧୦ମି ରୁ ସୂର୍ଯ୍ୟାସ୍ତ ଘ୫/ ୨୨ମି ମଧ୍ୟେ, ସନ୍ଧ୍ୟା ଘ୬/୭ମି ରୁ ରାତ୍ରି ଘ୯/୧୯ମି ମଧ୍ୟେ, ଘ୧୧/୪୩ମି ରୁ ଘ୨/୫୫ମି ମଧ୍ୟେ, ଘ୩/୪୩ମି ରୁ ନିଶାନ୍ତ ଘ୫/୧୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ଦିବା ଘ୨/୪୯ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ।ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା। ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ-ନାହିଁ ।
ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥପ୍ରାପ୍ତି ପାଇଁ ଆଶାବାଦୀ ହେବେ।ବିତ୍ତପ୍ରାପ୍ତିର ସୂଚନାମିଳୁଛି।ବିଳାସବ୍ୟସନଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି।ଶ୍ରେଷ୍ଠ ପଦପଦବୀରେ ଆରୁଢ଼ହେବେ।ଜନସାଧାରଣ ଓ ବିଭାଗରପ୍ରିୟପାତ୍ର ହେବେ।
ମିଥୁନ-ପରିଶ୍ରମର ଉଚିତମୂଲ୍ୟ ମିଳିବ।ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ମିଷ୍ଟାନ୍ନଭୋଜନ ମିଳିବ।ଧନବାନ ହେବେ। ଗୁଣଜ୍ଞହୋଇପାରନ୍ତି।ଉପାର୍ଜନ ଯଥେଷ୍ଟପରିମାଣର ହେବ।ବିନୀତସ୍ୱଭାବର ହୋଇପାରନ୍ତି।ଚେତନଶୀଳ ହେବେ।
କର୍କଟ- ସଙ୍କଟରେପଡିଲେ ବି ମୁକାବିଲାକରି କୃତକାର୍ଯ୍ୟହେବେ।ଏନେଇ ଅଧିକବ୍ୟୟ ହୋଇପାରେ। ଧର୍ମପ୍ରିୟହେବେ।ହାସ୍ୟଯୁକ୍ତ ହେବେ।ପାଣ୍ଡିତ୍ୟର ପରିପ୍ରକାଶଘଟାଇ ପାରନ୍ତି।ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତାମାତାଙ୍କ ସ୍ୱାସ୍ଥ୍ୟପାଇଁ ଚିନ୍ତିତହୋଇପାରନ୍ତି।କର୍ମଚଞ୍ଚଳ ରହିବେ।ମନୋଜ୍ଞ ହେବେ। ବିଚକ୍ଷଣବୁଦ୍ଧିଯୁକ୍ତ ହେବେ।ସମୃଦ୍ଧିର ସୋପାନଉଠିପାରନ୍ତି।ବହୁମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କଦ୍ୱାରା ଉପକୃତହେବେ।କର୍ମଚଞ୍ଚଳ ରହିବେ।ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନାମିଳୁଛି। ପ୍ରଦୂଷଣ ମୁକ୍ତଗୃହରେ ବସତିସ୍ଥାପନ କରିବେ।କୀର୍ତ୍ତି,ମର୍ତ୍ତି,ସତ୍ତ୍ୱ,ସନ୍ତୋଷ ଓ ଉତ୍ତମଗୁଣର ଆଧାର ହେବେ।

ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି।ବହୁସୁଖ ଭୋଗକରିବେ।ଧାର୍ମିକପ୍ରବର ହୋଇପାରନ୍ତି।ସରକାରଙ୍କ ପ୍ରିୟପାତ୍ର ହେବେ।ନିଜ ବନ୍ଧୁବାନ୍ଧବଙ୍କସେବାରେ ନିୟୋଜିତହୋଇପାରନ୍ତି।ପୁତ୍ର ସୁଖମିଳିବ।ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତରଘଟିପାରେ।ଶାରୀରିକ ଦୁର୍ବଳତାଅନୁଭବ କରିପାରନ୍ତି।କୃଷିକ୍ଷେତ୍ରରୁ ଲାଭ ମିଳିବ।ବିଳାସବ୍ୟସନ କରିବେ।ଶତ୍ରୁ ବିନାଶକରିବାରେ ସିଦ୍ଧହସ୍ତହେବେ।ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି|
ଧନୁ-ବହୁ ଶୁଭଫଳପ୍ରାପ୍ତିର ସୂଚନାମିଳୁଛି।ମିତ୍ରଲାଭ ହେବ।ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି।ସନ୍ମାର୍ଗୀ ହେବେ। ଦୟାଳୁସ୍ୱଭାବର ହୋଇପାରନ୍ତି।ବନ୍ଧୁବର୍ଗ ଓ ପ୍ରିୟଜନଙ୍କ ସହାୟତାପାଇବେ।ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର-ଅଟକିଥିବା କାର୍ଯ୍ୟ ଆଗେଇବେ।ବନ୍ଧୁସୁଖ ପାଇ ଉତ୍ଫୁବଲ୍ଲିତହେବେ।କାର୍ଯ୍ୟକ୍ଷେତ୍ରରେଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ।ବହୁଧନର ଅଧିକାରୀହୋଇପାରନ୍ତି।ଉତ୍ତମବଂଶରୁ କନ୍ୟାଲାଭ ହୋଇପାରେ।
କୁମ୍ଭ-ଦେବଗୁର-ଗୁରୁଜନଙ୍କୁ ଭକ୍ତିକରିବେ।ଗରିମାମୟ ଜୀବନଯାପନ କରିବେ।ତେଜିୟାନ୍‍ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟପାଇ ଖୁସିହେବେ।ନାନା ସୁନ୍ଦରବସ୍ତୁ ଲାଭର ସୁଯୋଗ ସୃଷ୍ଟିହୋଇଛି।ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶଦେବେ।
ମୀନ-ଠାକୁରଆଶୀର୍ବାଦପାଇ ଆଶ୍ୱସ୍ତ ହେବେ।ବିବାଦୀୟଘଟଣାରେ ବିଜୟୀହେବେ।ସର୍ବଦା ସତ୍ପେଥ ଅନୁସରଣ କରିବେ।କଥାବାର୍ତ୍ତାରେ ଶାଳୀନତା ରକ୍ଷାକରିବେ।ବିବେକୀବ୍ୟକ୍ତିର ପରିଚୟ ସୃଷ୍ଟିକରିବେ।କୃଷି କାର୍ଯ୍ୟରେ ମନଦେବେ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.