ରାସ୍ତାରେ ଚାଲିଛି ହାତୀ !

0 135

ମେଣ୍ଢାଶାଳ,୧୧ା୧୦(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ପଲାସପୁର ଛକରେ ନିକଟରେ ବୁଧବାରରାତିରେ ଦୁଇଟିହାତୀ ଘୁରିବୁୁଲୁଥିବାର ଦେଖାଦେଇଛି ।ଏହିଦୁଇଟି ହାତୀ ଦେଉଳିଆପାହାଡରୁ ବାହାରି ମେଣ୍ଢାଶାଳ ଓ ଛତାବର ଗହିରଦେଇ ଚନ୍ଦକା-ପିତାପଲ୍ଲୀ ରାସ୍ତା ଡେଇଁ ପଳାଶପୁର ନିକଟ ରତନପୁର କାଜୁଜଙ୍ଗଲକୁ ଯାଉଥିବାର ଦେଖିବାକୁ ମିଳିଛି ।ପାଣିଓରାଠାରୁ ପଳାସପୁର ପିଚୁରାସ୍ତାରେ ହାତୀଦୁଇଟି ଯାଉଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇଯାଇଛନ୍ତି ।କେବଳ ନିକଟସ୍ଥ ଗ୍ରାମବାସୀ ନୁହଁନ୍ତି ପଥଚାରୀମାନଙ୍କଠାରୁ ଆରମ୍ଭ କରି ସାଧାରଣଲୋକଙ୍କ ପାଇଁ ହାତୀଦୁଇଟି ବିପଦ ସାଜିଥିବାର ଆଶଙ୍କା ଦେଖାଦେଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.