ଆଜିର ରାଶିଫଳ

ମାରାମଚଣ୍ଡୀଙ୍କପୀଠରେ ପୋଡା ମାଛବଳି କାହିକି ପଡେ ?

0 219

୨୦୨୩ମସିହା ଅକ୍ଟୋବରମାସ ୧୨ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୩/୪୪ ,ସୂର୍ଯ୍ୟାସ୍ତ- ଘ୫/୨୨/୫୪ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତ୍ରୟୋଦଶୀ ରାତ୍ରିଘ୭/୪୭ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୭/୪୭ମିପରେ ପଶ୍ଚିମଦିଗରେ। ରିକ୍ତାତିଥି, ବିଷ୍ଟିକରଣ,ଶନିସପ୍ତପରେ ରବିଯୁକ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଏବଂ ସନ୍ଧ୍ୟାଘ୬/୫୨ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ବାଇଗଣ ରାତ୍ରିଘ୭/୪୭ମିପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୨୮ମି ରୁ ଘ୫/୨୩ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୧୧/୩୩ମି ରୁ ଘ୧/୬ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ସୂର୍ଯ୍ୟୋଦୟରୁ ଦିବା ଘ୭/୨୧ମି ମଧ୍ୟେ, ଘ୧/୪୫ରୁ ଘ୩/୨୧ମି ମଧ୍ୟେ, ସନ୍ଧ୍ୟା ଘ୬/୮ମି ରୁ ରାତ୍ରି ୯/୨୦ମି ମଧ୍ୟେ, ଘ୧୧/୪୪ମି ରୁ ଘ୨/୫୬ମି ମଧ୍ୟେ, ଘ୩/୪୪ମି ରୁ ନିଶାନ୍ତ ଘ୫/୨୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ଦିବାଘ୧୧/୧୩ମି ପରେ ୧ପାଦ ନକ୍ଷତ୍ରପୁଷ୍କର ଦୋଷ।ଫଳଂ ଗୋତ୍ରବଂଶସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା।କନ୍ୟାର ଦିବାଘ୧୨/୧୩ମିମଧ୍ୟେ ସାତମାସଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା।ପୀତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳଦାନ କରଣୀୟ।ରାତ୍ରିଘ୭/୪୭ମିଗତେ ତିଥିଦୋଷହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ-ହଳପ୍ରବାହ,ବୀଜବପନ,ଦୂରଯାତ୍ରା,ବୃକ୍ଷରୋପଣ,ଔଷଧକରଣ,ବାଣିଜ୍ୟ କରଣ, କ୍ରୟବିକ୍ରୟ,ରାଜଦର୍ଶନ,ନବପସ୍ତ୍ରପରିଧାନ।
ମେଷ-ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ସୁସ୍ଥତାର ଧ୍ୟାନ ରଖିବେ। ଆଜି ଧନପ୍ରାପ୍ତିର ଯୋଗ ଅଛି।
ବୃଷ-ଶାରୀରିକ ତଥା ମାନସିକରୂପରେ ଆଜିଆପଣ ବ୍ୟଗ୍ରରହିପାରନ୍ତି।ଚିନ୍ତାରକାରଣ ମାନସିକଭାର ରହିପାରେ,ଯାହାକି ଆପଣଙ୍କୁ ମାନସିକରୂପରେ ଅସୁସ୍ଥରଖିପାରେ।ପରିଜନମାନଙ୍କସହିତ ମଧ୍ୟ ମନମାଳିନ୍ୟ ହେବାରପ୍ରସଙ୍ଗ ବନିପାରେ।ଘରରବାତାବରଣ ବିଗିଡ଼ିପାରେ।ସଫଳତାରପ୍ରାପ୍ତି କମହେବାରୁ ଆର୍ଥିକ ସଂକଟର ଚିନ୍ତ।ରହିବ।
ମିଥୁନ-ଅବିବାହିତମାନଙ୍କୁ ଯୋଗ୍ୟଜୀବନସାଥୀ ମିଳିବାରଯୋଗ ଅଛି।ଧନପ୍ରାପ୍ତିପାଇଁ ଦିନ ଶୁଭଅଟେ। ମିତ୍ରମାନଙ୍କ ଅଚାନକସାକ୍ଷାତ ଆନନ୍ଦଦାୟୀରହିବ।ମିତ୍ରମାନଙ୍କଠାରୁ ଲାଭହେବ।ଆଜି ଆପଣଙ୍କୁ ଭଲଖାଦ୍ୟ ମିଳିବ।ମହିଳାମିତ୍ରମାନଙ୍କଠାରୁ ଲାଭହେବ ଏବଂ ସନ୍ତାନପକ୍ଷରୁ ଭଲସମାଚାର ମିଳିବ।ବ୍ୟାପାର କିମ୍ବା ଚାକିରିରେ ଲାଭହେବ।ଆୟରେ ବୃଦ୍ଧିହେବ।ବୈବାହିକ ସୁଖର ଅନୁଭୂତିହେବ।
କର୍କଟ- ଆଜିରଦିନ ଆପଣଙ୍କପାଇଁ ଭଲରହିବ।ଆପଣ ଆଜି ପ୍ରତ୍ୟେକକାମ ସରଳତାରେସଂପନ୍ନ କରି ପାରିବେ।ଚାକିରିରେ ଆପଣଙ୍କ ଉଚ୍ଚପଦାଧିକାରୀ ଖୁସିରହିବେ।ଆପଣଙ୍କ ପ୍ରମୋଶନଯୋଗ ଅଛି। ଉଚ୍ଚ ଅଧିକାରୀମାନଙ୍କସହିତ ମହତ୍ଵକଥାଗୁଡ଼ିକ ଉପରେ ଚର୍ଚ୍ଚାହେବ।ପରିଜନମାନଙ୍କ ସହିତ ମୁକ୍ତମନରେ କଥାବାର୍ତ୍ତାହେବ।ମାତାଙ୍କସହିତ ସମ୍ବନ୍ଧ ଭଲରହିବ,ସରକାରୀ ଲାଭହେବ ଏବଂ ସ୍ଵାସ୍ଥ୍ୟଭଲ ରହିବ।
ସିଂହ- ଆଜି ଆପଣଙ୍କଦିନ ମଧ୍ୟମ ଫଳଦାୟୀ ରହିବ। ପୂର୍ବ ନିର୍ଦ୍ଧାରିତ କାମ ଆଡ଼କୁ ଆପଣଙ୍କ ପ୍ରୟାସ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଲିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସଂଭାବନା ଅଛି। ଆଜି କ୍ରୋଧର ମାତ୍ରା ଅଧିକ ରହିବ, ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବିଦେଶରେ ରହୁଥିବା ବନ୍ଧୁମାନଙ୍କର ଭଲ ସମାଚାର ମିଳିବ।
କନ୍ୟା-ଆଜିର ଦିନ କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଯୋଗ ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ ଏବଂ ବିଶେଷକରିକି ବାହରର ଖାଦ୍ୟ-ପାନୀୟ ଗ୍ରହଣ ନକରିବାକୁ ଚେଷ୍ଟା କରିବେ। ପରିଜନମାନଙ୍କର ଉଗ୍ର ଚର୍ଚ୍ଚାର କାରଣରୁ ମନମାଳିନ୍ୟ ନ ହେଉ, ଏହାର ବିଶେଷ ଧ୍ୟାନ ରଖିବେ। ଆଜି ଧନର ବ୍ୟୟ ଅଧିକ ହେବ। ଆଜି ରାଜ୍ୟ ତଥା ସରକାର ଏବଂ ବିରୋଧୀମାନଙ୍କ ଠାରୁ ଦୂରରେ ରୁହନ୍ତୁ ଏବଂ ବିବାଦରେ ପଡ଼ନ୍ତୁ ନାହିଁ।
ତୁଳା-ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ ବିତିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ମିତ୍ର ଏବଂ ପ୍ରିୟଜନ ଆପଣଙ୍କ ଯାତ୍ରାକୁ ଆନନ୍ଦରେ ଭରି ଦେବେ। ନୂଆ ବସ୍ତ୍ର କ୍ରୟ କରିବାର ଯୋଗ ଅଛି। ମନ ପ୍ରଫୁଲ୍ଲିତ ରହିବ। ମାନ-ସମ୍ମାନ ମିଳିବ। ଭଲ ଭୋଜନ ଏବଂ ବୈବାହିକ ସୁଖର ଅନୁଭୂତି ହେବ।
ବିଛା-ଆଜି ଆପଣ ଅନିଶ୍ଚିତତା ଏବଂ ସୁଖଶାନ୍ତି ସହିତଘରେ ସମୟ ବିତାଇବେ।ଶାରୀରିକ ତଥା ମାନସିକ ପ୍ରସନ୍ନତାକାର୍ଯ୍ୟ କରିବାରେ ଉତ୍ସାହପ୍ରଦାନ କରିବ।ଅଫିସ୍ ରେ ସହକାରୀଙ୍କର ସହାୟତାପାଇ ବହୁତକାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ।
ଧନୁ-ଆଜି କାର୍ଯ୍ୟସିଦ୍ଧି ବା ସଫଳତା ନମିଳିଲେ ହତାଶ ହୁଅନ୍ତୁନାହିଁ, କ୍ରୋଧଉପରେ ନିୟନ୍ତ୍ରଣରଖିବେ। ସଂପତ୍ତି ସମ୍ବନ୍ଧିତ ବିବିଧପ୍ରଶ୍ନର ବିଷୟରେ ମନଚିନ୍ତାଗ୍ରସ୍ତ ରହିବ।ଆଜି କୌଣସିଯାତ୍ରା କରନ୍ତୁନାହିଁ,ଅଧିକ ଧନବ୍ୟୟ ହୋଇପାରେ।
ମକର-ଆଜି ଆପଣ ବୌଦ୍ଧିକ ତଥା ଲେଖନ କାର୍ଯ୍ୟଗୁଡ଼ିକରେ ସକ୍ରିୟ ରହିବେ। ନୂଆ କାର୍ଯ୍ୟ ପ୍ରାରମ୍ଭ ପାଇଁ ଦିନ ଭଲ ଅଟେ। ଲମ୍ବା ଯାତ୍ରା କିମ୍ବା ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭର ସୁଯୋଗ ମିଳିବ। ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ନେହୀଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟବସାୟ ଏବଂ ଚାକିରି ସହକର୍ମିମାନଙ୍କ ତରଫରୁ ସହଯୋଗ କମ ମିଳିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସନ୍ତାନମାନଙ୍କ ବିଷୟରେ ଦ୍ୱନ୍ଦ୍ୱ ରହିବ।
କୁମ୍ଭ-ଚିନ୍ତାର ବାଦଲ ହଟିଲାପରେ ଆପଣ ମାନସିକହାଲୁକାପଣ ଅନୁଭବ କରିବେ। ମନରେ ଉତ୍ସାହର ସଂଚାର ହେବ,ଏହି କାରଣରୁ ଦିନରସମୟ ଆନନ୍ଦପୂର୍ବକ ବିତିବ।ଭାଇବନ୍ଧୁମାନଙ୍କସହ ମିଳାମିଶାବଢ଼ିବ। ଆଜି କୌଣସି ମହତ୍ତ୍ଵପୂର୍ଣ୍ଣଯୋଜନା ମଧ୍ୟ ବନାଇପାରିବେ।କୌଣସି ଛୋଟଯାତ୍ରାର ଆୟୋଜନମଧ୍ୟ ହୋଇପାରେ।
ମୀନ-ଆଜି ଆପଣ ନିଜର ବାଣୀଉପରେ ନିୟନ୍ତ୍ରଣରଖିବେ,ଅନ୍ୟଥା ଲଢ଼ାଇଝଗଡ଼ାର ଆଶଂକାଅଛି।ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣରଖିବା ଅତିଆବଶ୍ୟକ ଅଟେ।ଧନସମ୍ବନ୍ଧିତ ଦେବାନେବାରେ ସାବଧାନରୁହନ୍ତୁ। ଶାରୀରିକ ଏବଂ ମାନସିକସ୍ଵାସ୍ଥ୍ୟ ଖରାପହୋଇପାରେ।ପରିଜନମାନଙ୍କସହିତ ମନମାଳିନ୍ୟର ପ୍ରସଂଗ ଆସିପାରେ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ଶରତର ଆଗମନସହ ଧରାପୃଷ୍ଠକୁ ମାଙ୍କଆଗମନର ବାର୍ତ୍ତା ନେଇଆସିଛି କାଶତଣ୍ଡି ।ଚଳଚଞ୍ଚଳ ହୋଇଉଠିଛି ସବୁଅଞ୍ଚଳ।ଆରମ୍ଭହୋଇଛି ଶାରଦୀୟପାର୍ବଣର ଅଦ୍ୟଅଧ୍ୟାୟ ଷୋଳପୂଜା। ଆଜିଜାଣିବା କୃପାମୟୀ ମା ରାମଚଣ୍ଡୀଙ୍କ ପୋଡ଼ାମାଛ ବଳିଭୋଗ ବିଷୟରେ…

ମାରାମଚଣ୍ଡୀଙ୍କପୀଠରେ ପୋଡାମାଛବଳି ସାଙ୍ଗକୁ ମାଆଙ୍କପାଖରେଚାଲିଛି ଦୁଇବେଳାଚଣ୍ଡୀପାଠା ପାର୍ବଣଋତୁରେ ନିଆରାପରମ୍ପରା।ରାଜ୍ୟରଅନ୍ୟତମ ପ୍ରମୁଖଶକ୍ତିପୀଠ କୋଣାର୍କ-ପୁରୀ ବେଳାମାର୍ଗରେ ଅବସ୍ଥିତ ମାରାମଚଣ୍ଡୀଙ୍କପୀଠରେ ମାଆଙ୍କୁ ସନ୍ତୁଷ୍ଟପାଇଁ ପୋଡାମାଛବଳି ଦିଆଯାଉଛି। ତାସାଙ୍ଗକୁ ଦୁଇବେଳା ଚଣ୍ଡୀପାଠ ଚାଲିଛି।
ପବିତ୍ର କୁଶଭଦ୍ରାନଦୀର ମୁହାଣନିକଟରେ ରହିଛି ରାଜ୍ୟର ଅଷ୍ଟଶକ୍ତିପୀଠ ମଧ୍ୟରୁ ଅନ୍ୟତମ ମାଆରାମଚଣ୍ଡୀ।
ମାଆରାମଚଣ୍ଡୀଙ୍କୁ ନେଇ ରହିଛି ଅନେକକିମ୍ବଦନ୍ତୀ।ମାଦଳାପାଞ୍ଜି ଓ ଅନ୍ୟାନ୍ୟପୌରାଣିକ ମତାନୁସାରେ କୋଣାର୍କକ୍ଷେତ୍ରର ରକ୍ଷୟିତ୍ରୀରୂପେ ଏହିକ୍ଷେତ୍ରରେ ଅଷ୍ଟଚଣ୍ଡୀଙ୍କ ପ୍ରତିଷ୍ଠାକରାଯାଇଥିଲା।ସେମାନଙ୍କ ମଧ୍ୟରେ ମାରାମଚଣ୍ଡୀ ଅନ୍ୟତମ। କୁହାଯାଏ ।କୋଣାର୍କମନ୍ଦିର ଆକ୍ରମଣବେଳେ କଳାପାହାଡ ମାଆରାମଚଣ୍ଡୀ ମନ୍ଦିରରେ ପ୍ରବେଶକଲାବେଳେ ମାଲୁଣୀବେଶରେ ମାଆରାମଚଣ୍ଡୀ କୁଶଭଦ୍ରାନଦୀକୁ ପାଣି ଆଣିବାପାଇଁ ଯାଇ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।ସେବେଠାରୁ ପଣ୍ଡାମାନେ ସ୍ଵପ୍ନାଦେଶପାଇ କୁଶଭଦ୍ରାନଦୀକୂଳରେ ମାଆଙ୍କମନ୍ଦିର ପ୍ରତିଷ୍ଠା କରି ପୂଜାଆରମ୍ଭ କରିଥିଲେ।ସେଥିପାଇଁ ଉପାକ୍ଷାନ ଅଛି ଭଲା ରାମଚଣ୍ଡୀ ଭଲାରେ କଳାପାହାଡକୁ ଦୁଆରେ ବସାଇ ଭଲାପାଣି ଆଣି ଗଲାରେ

ସାରଳାମହାଭାରତ ବର୍ଣ୍ଣନାଅନୁଯାୟୀ, ମହାପ୍ରଭୁରାମଚନ୍ଦ୍ର ଲଙ୍କାକୁ ସେତୁବାନ୍ଧିବା ପୂର୍ବରୁ ଏହିପୀଠରେ ମାଆଙ୍କ ପୂଜାର୍ଚ୍ଚନା କରିଥିଲେ। ତ୍ରେତୟାଯୁଗରୁ ଏହି ଶକ୍ତିପୀଠ ମାଆରାମଚଣ୍ଡୀ ଭାବେ ନାମିତହୋଇ ପୂଜାପାଉଛନ୍ତି।ମାଆ ଏଠାରେ ଦଶଭୁଜାମହିଷମର୍ଦ୍ଦିନୀ ଦୁର୍ଗାବେଶରେ ବନଦୁର୍ଗାମନ୍ତ୍ରରେ ପୂଜିତହୁଅନ୍ତି।ଐଶ୍ଵନ୍ୟମାସରେ ମୂଳାଷ୍ଟମୀଠାରୁ ମହାଷ୍ଟମୀଜୟନ୍ତ ପର୍ଯ୍ୟନ୍ତ ପାର୍ବଣରେ ବିଶେଷପୂଜାନୀତି ହୋଇଥାଏ।
ମୂଳାଷ୍ଟମୀରପ୍ରତ୍ୟୁଷରୁ ୧୦୮କୁମ୍ଭାଭିଷେକ କରାଯିବାପରେ କୁମ୍ଭବସାଇ ଅଖଣ୍ଡଦୀପ ଲଗାଇ ଷୋଡଶ ଉପଚାରରେ ପୂଜାରମ୍ଭ ହୋଇଥାଏ। ଦୈନନ୍ଦିନସ୍ନାନ, ସକାଳଆଳତି, ବେଶ, ସୂର୍ଯ୍ୟପୂଜା,ଦ୍ଵାରପାଳପୂଜା, ବଲ୍ଲଭ, ଖଇଭୋଗ,ଖେଚୁଡିଭୋଗ ପରେ ସାହାଣମେଲା,ଦୁଇବେଳାଚଣ୍ଡୀପାଠ,ଦ୍ଵିପ୍ରହରଭୋଗ, ପହଡପରେ ପୁନଃ ସାହାଣମେଲା ଓ ସନ୍ଧ୍ୟାଆଳତି,ପୁନଃଚଣ୍ଡୀପାଠ,ରାତ୍ରିଭୋଗ,ବଡସିଂହାରବେଶପରେ ପହଡ଼ ପଡିଥାଏ।
ଚଳିତବର୍ଷ ମୂଳାଷ୍ଟମୀଠାରୁ ପାର୍ବଣ ଆରମ୍ଭହୋଇଛି।ପାର୍ବଣରେ ଆନନ୍ଦଉଲ୍ଲାସ ମଧ୍ୟରେ ଭକ୍ତମାନେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିବାସହ ମାଆଙ୍କଦର୍ଶନ ଲାଭକରୁଛନ୍ତି!!ଜୟମାରାମଚଣ୍ଡୀ!!

ସମଗ୍ର ଭାରତରେ ନବରାତ୍ରୀ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ନବରାତ୍ରିର ନଅ ଦିନରେ ମାତା ଦେବୀ ୯ ପ୍ରକାର ରୂପରେ ପୂଜା ପାଇଥାନ୍ତି ।ଚଳିତବର୍ଷ ଶାରଦୀୟ ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବରରେ ଶେଷ ହେବା ହିନ୍ଦୁକ୍ୟାଲେଣ୍ଡର ଅନୁଯାୟୀ, ଏହା ଆଶ୍ୱିନ ମାସର ଶୁକ୍ଲା ପକ୍ଷର ପ୍ରତିପଦା ତାରିଖରୁ ଆରମ୍ଭ ହୋଇଥାଏ ।
ଶାରଦୀୟ ନବରାତ୍ରୀ କେବେ:-
ନବରାତ୍ରୀ ବର୍ଷକୁ ୪ଥରପଡ଼େ -ମାଘ,ଚୈତ୍ର,ଆଷାଣ ଓ ଆଶ୍ଵିନ। ଆଶ୍ଵିନମାସରେ ପଡୁଥିବା ନବରାତ୍ରୀ ଶାରଦୀୟନବରାତ୍ରୀ ଭାବରେ ଜଣାଶୁଣା ।ନବରାତ୍ରୀରପରିବେଶରେ ସଂସାରରେ ପାପ ଏବଂ ନକାରାତ୍ମକ ଶକ୍ତିର ସମାପ୍ତିହୋଇଥାଏ ।ଶାରଦୀୟନବରାତ୍ରୀ ମନରେ ଉତ୍ସାହ ଏବଂ ଆନନ୍ଦ ବଢାଇଥାଏ ।ଦୁନିଆର ସମସ୍ତ ଶକ୍ତିର ଅଧିକାରିଣୀ କେବଳ ଜଣେ ନାରୀହୋଇଥାଏ, ତେଣୁ ନବରାତ୍ରିରେ କେବଳ ଦେବୀଙ୍କୁ ପୂଜା କରାଯାଏ ।ଦେବୀଙ୍କୁ ଶକ୍ତିରରୂପ କୁହାଯାଏ, ତେଣୁ ଏହାକୁ ଶକ୍ତିନବରାତ୍ରୀ ମଧ୍ୟ କୁହାଯାଏ ।ନବରାତ୍ରିର ନଅଦିନ ମଧ୍ୟରେ ଦେବୀଙ୍କର ବିଭିନ୍ନରୂପ ପୂଜା କରାଯାଏ, ଯାହାକୁ ନବଦୁର୍ଗାରରୂପ କୁହାଯାଏ ।ପ୍ରତ୍ୟେକଧର୍ମରୁ ଏକ ବିଶେଷ ପ୍ରକାରର ଆଶୀର୍ବାଦ ଏବଂ ଉତ୍ସାହପ୍ରାପ୍ତ ହୁଏ । ଏହାସହିତ, ଆପଣଙ୍କର ଗ୍ରହସମସ୍ୟା ମଧ୍ୟ ସମାପ୍ତ ହୁଏା
ଚଳିତବର୍ଷ ଶାରଦୀୟ ନବରାତ୍ରୀ ୧୫ଅକ୍ଟୋବର ରବିବାରଠାରୁ ଆରମ୍ଭ ହେବ । ୨୨ଅକ୍ଟୋବରରେ ମାଙ୍କ ଅଷ୍ଟମୀ ଏବଂ ୨୩ଅକ୍ଟୋବରରେ ନବମୀ ପାଳନକରାଯିବ । ଏହି ନଅଦିନିଆପର୍ବ ୨୪ଅକ୍ଟୋବର ଅର୍ଥାତ ଦଶହରାଦିନ ଶେଷହେବ ।
ଶାରଦୀୟ ନବରାତ୍ରୀ ତିଥି:-
୧୫ ଅକ୍ଟୋବର ୨୦୨୩- ମାଶୈଳପୁତ୍ରୀ(ପ୍ରଥମଦିନ) ପ୍ରତିପଦା ତିଥି
୧୬ ଅକ୍ଟୋବର ୨୦୨୩ – ମାବ୍ରହ୍ମଚାରିଣୀ (ଦ୍ୱିତୀୟଦିନ) ଦ୍ୱିତିୟା ତିଥି
୧୭ ଅକ୍ଟୋବର ୨୦୨୩ – ମାଚନ୍ଦ୍ରଘଣ୍ଟା (ତୃତୀୟଦିନ) ତୃତୀୟା ତିଥି
୧୮ ଅକ୍ଟୋବର ୨୦୨୩ – ମାକୁଷ୍ମାଣ୍ଡା (ଚତୁର୍ଥଦିନ) ଚତୁର୍ଥୀ ତିଥି
୧୯ ଅକ୍ଟୋବର ୨୦୨୩ – ମାସ୍କନ୍ଦମାତା (ପଞ୍ଚମଦିନ) ପଞ୍ଚମି ତିଥି
୨୦ ଅକ୍ଟୋବର ୨୦୨୩ – ମାକାତ୍ୟାୟନୀ (ଷଷ୍ଠଦିନ) ଷଷ୍ଠି ତିଥି
୨୧ ଅକ୍ଟୋବର ୨୦୨୩ – ମାକାଳରାତ୍ରୀ (ସପ୍ତମଦିନ) ସପ୍ତମୀ ତିଥି
୨୨ ଅକ୍ଟୋବର ୨୦୨୩ – ମାମହାଗୌରୀ (ଅଷ୍ଟମଦିନ) ଦୁର୍ଗା ଅଷ୍ଟମୀ
୨୩ ଅକ୍ଟୋବର ୨୦୨୩ – ମହାନବମୀ, (ନବମଦିନ) ଶାରଦୀୟ ନବରାତ୍ରୀ ବ୍ରତ
୨୪ଅକ୍ଟୋବର ୨୦୨୩ – ମାଙ୍କ ବିସର୍ଜନ, ଦଶମୀ ତିଥି (ଦଶହରା)
ପର୍ବପର୍ବଣୀରେ ନବରାତ୍ରକୁ ସାରାଦେଶରେ ଧୂମଧାମରେ ପାଳନକରାଯାଏ।ଏହିସମୟରେ ୯ଦିନ କାଳ ଲୋକେ ଘରେଦୂର୍ଗାଙ୍କ ୯ରୂପକୁ ପୂର୍ଣ୍ଣବିଧିବିଧାନ ସହ ପୂଜାକରିଥାନ୍ତି।ମାନ୍ୟତାରହିଛି ମାଦୁର୍ଗା ନବରାତ୍ର କାଳରେ ପୃଥିବୀଲୋକକୁ ଆସନ୍ତି ଓ ଘରେଘରେ ରୁହନ୍ତି।ଏହିସମୟରେ ସୂଚିମନ୍ତପୂଜାର୍ଚ୍ଚନା କଲେ ମାଦୁର୍ଗା ସନ୍ତୁଷ୍ଟହୁଅନ୍ତି ଓ ଭକ୍ତଙ୍କ ସବୁକଷ୍ଟ ନିବାରଣକରନ୍ତି ବୋଲି ଲୋକଙ୍କ ବିଶ୍ୱାସରହିଛି।
ନବରାତ୍ରକାଳରେ କଳଶସ୍ଥାପନା ବିଶେଷ ଗୁରୁତ୍ୱରହିଛି।ଘରେ ବିଧିବିଧାନପୂର୍ବକ ନବରାତ୍ରକଳଶ ସ୍ଥାପନା କଲେ ନକରାତ୍ମକଉର୍ଜା ଅପସରିଯିବା ସହ ସକରାତ୍ମକଉର୍ଜାର ପ୍ରବାହ ହୋଇଥାଏ ବୋଲି କୁହାଯାଏ।

କଳସସ୍ଥାପନାର ଶୁଭମୁହୂର୍ତ୍ତ-
କଳଶ ବା ଘଟସ୍ଥାପନା ନବରାତ୍ର ପ୍ରଥମଦିନହିଁ କରାଯାଏ।ଏଣୁ ନକରାତ୍ମକଉର୍ଜାକୁ ଦୂରେଇ ରଖିବାପାଇଁ ଉପଯୁକ୍ତବିଧିବିଧାନ ଓ ମୁହୁର୍ତରେ କଳଶସ୍ଥାପନା କରିବାର ପ୍ରଥାରହିଛି।ଶାରଦୀୟନବରାତ୍ର ପ୍ରତିବର୍ଷ ଆଶ୍ୱିନମାସ ଶୁକ୍ଳପ୍ରତିପଦାରୁ ଆରମ୍ଭ ହୋଇଥାଏ।ଚଳିତବର୍ଷ ଏହିତିଥି ୧୪ଅକ୍ଟୋବର ରାତି୧୧ଟା ୨୪ ମିନିଟ୍‌ରୁ ଆରମ୍ଭହୋଇ ୧୫ଅକ୍ଟୋବର ରାତି୧୨ଟା ୩୨ମିନିଟ୍ ପର୍ଯ୍ୟନ୍ତରହିବ।ଉଦୟତିଥି ଅନୁସାରେ ଚଳିତବର୍ଷ ନବରାତ୍ର ଅକ୍ଟୋବର୧୫ତାରିଖରୁ ଆରମ୍ଭହେବ ଓ କଳଶସ୍ଥାପନା ମଧ୍ୟ ଏହିଦିନ ହେବ।
କଳଶସ୍ଥାପନା ନିମନ୍ତେ ମୁହୁର୍ତ୍ତ ୧୫ଅକ୍ଟୋବର ପୂର୍ବାହ୍ନ୧୧ଟା ୪୪ମିନିଟ୍‌ରୁ ଆରମ୍ବହୋଇ ମଧ୍ୟାହ୍ନ୧୨ଟା ୩୦ମିନିଟ୍ ମଧ୍ୟରେ ରହିଛି।ଏଥିପାଇଁ ନବରାତ୍ର ପ୍ରଥମଦିନ ପ୍ରତ୍ୟୁଷରୁ ବିଛଣାତ୍ୟାଗ କରିବାପରେ ସ୍ନାନଶୌଚ ଶେଷକରି ହଳଦିଆବସ୍ତ୍ର ପରିଧାନକରନ୍ତୁ।ଏହାପରେ ନବରାତ୍ର କଳଶସ୍ଥାପନା ନିମନ୍ତେ ଆୟୋଜନକରନ୍ତୁ। କଳଶସ୍ଥାପନା ନିମନ୍ତେ ମାଙ୍କନିମନ୍ତେ ଏକଚୌକିର ବ୍ୟବସ୍ଥାକରନ୍ତୁ।ଏହାଉପରେ ନାଲିରଙ୍ଗର ବସ୍ତ୍ରପାରି ମା ଦୁର୍ଗାଙ୍କଫଟୋ ସ୍ଥାପନାକରନ୍ତୁ।କଳଶ ସ୍ଥାପନାନିମନ୍ତେ ତମ୍ବା ଅଥବା ମାଟିରପାତ୍ରରେ ସ୍ୱଚ୍ଛଜଳ ଭରନ୍ତୁ। ଏହି କଳଶରେ ଏକମୁଦ୍ରା,ଗୁଆ ଓ ଲବଙ୍ଗ ପକାନ୍ତୁ।ଏହାପରେ ଏକନଡିଆକୁ ନାଲିଓଢଣୀ ଓ ସୂତାବାନ୍ଧି କଳଶ ଉପରେରଖନ୍ତୁ।ଏହାପରେ ଏକମାଟିର ପାତ୍ରନିଅନ୍ତୁ ଏଥିରେ ମାଟିପକାଇ ଜବବୁଣି ଦିଅନ୍ତୁ।ଏହିସବୁ କାମ ସାରିବାପରେ ମାଟିପାତ୍ରରେ ଜବ ଓ କଳଶକୁ ମାଦୁର୍ଗାଙ୍କ ଡାହାଣପଟେ ସ୍ଥାପନାକରି ଦିଅନ୍ତୁ ଓ ବିଧିବିଧାନ ସହ ମାଦୁର୍ଗାଙ୍କ ପୂଜାର୍ଚ୍ଚନାକରନ୍ତୁ। ନବରାତ୍ର ପ୍ରଥମଦିନକୁ ମାଶୈଳପୁତ୍ରୀଙ୍କ ସ୍ୱରୂପରେପୂଜା କରାଯାଏ।
ଚଳିତବର୍ଷ ମା ହସ୍ତୀ ବାହନରେ ଆସିବେ । ଏହା ସୁଖ ଏବଂ ସମୃଦ୍ଧତା ବୃଦ୍ଧି କରିବାର ଆଗାମି ସୂଚନା ଅଟେ । ଏହା ସହିତ ସମଗ୍ରଦେଶରେ ଶାନ୍ତିପାଇଁ ପ୍ରୟାସ ସଫଳହେବ ।ଏହାରଅର୍ଥ ଚଳିତବର୍ଷର ନବରାତ୍ରୀ ସମଗ୍ର ଦେଶପାଇଁ ଶୁଭ ପ୍ରମାଣିତହେବ।ଜୟା ମା ଦୁର୍ଗେ ।

 

 

 

Leave A Reply

Your email address will not be published.