ପାରାମେଡିକାଲ କଲେଜରେ ସ୍ୱାଗତଉତ୍ସବ  

0 152

ମେଣ୍ଢାଶାଳ ୮।୧୦(ଏସଏସନିଉଜ) ଛତାବରସ୍ଥିତ ବିଶ୍ୱାସ ପାରାମେଡିକାଲ କଲେଜରେ ପରିଚାଳିତ ଡି.ଏମ.ଏଲ.ଟି ଓ଼ ଡି.ଏମ.ଆର.ଟି ପାଠ୍ୟକ୍ରମରେ ପଢୁଥବା ସମସ୍ତ ନୂତନ ଛାତ୍ର ଛାତ୍ରୀମାନଙ୍କ ସ୍ୱାଗତ ଉତ୍ସବ କଲେଜର ପ୍ରିନ୍ସିପାଲ ଡ଼ଃ ଅଭୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତା ରେ ବିଶ୍ୱାସକଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ଏକ ଭାବ ବିହ୍ଵଳ ପରିବେଶ ମଧ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ଼ ସମ୍ପାଦକ ନନ୍ଦିନୀ ଘଡେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବାସହ ପାଠ୍ୟକ୍ରମର ଉପକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଶେଷରେ ସନ୍ଧ୍ୟାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.