ବାରଙ୍ଗରେ ବିକ୍ରିହେଉଛି ସରକାରୀଜାଗା!

0 442

ବାରଙ୍ଗ,୭ା୧୦(ଏସଏସନିଉଜ)ଗତକିଛିମାସଧରି ବାରଙ୍ଗ ତହସିଲ ଅଂଚଳରେ ଥିବା ସରକାରୀ ଜମି ଓ ଶଶ୍ମାନଜମିକୁ ଜବର ଦଖଲ ସାଙ୍ଗକୁ ଖୋଲାଖୋଲି ଭାବେ ବିକ୍ରି କରାଯାଉଛି । ସରକାରୀ ଜାଗାକୁ ମାଫିଆ ମାନେ ନିଜ ନିୟନ୍ତ୍ରଣକୁ ଆଣି ଜବରଦଖଲରେ ରଖି ତାହାକୁ ନିଜ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ପଛଉନାହାନ୍ତି ।କେବଳ ଏତିକିନୁହେ କେତେକ ଜାଗାରେ ଏହି ସରକାରୀଜାଗାକୁ ବିକ୍ରି ମଧ୍ୟ କରାଯାଉଥିବାର ଜଣାପଡିଛି ।ଗତକିଛିମାସ ଧରି ଏହିଭଳି କାମ ବାରଙ୍ଗତହସିଲ ଅଧିନରେ ଥିବା ବିଭିର୍ଣ ଗ୍ରାମପାଖରେ ଥିବା ସରକାରୀ ଜାଗାରେ ଦେଖିବାକୁ ମିଳିଛି ।ଏହି ମାଫିଆମାନେ ଏତିକିରେ ସନ୍ତୁଷ୍ଟ ହୋଇନାହାନ୍ତି ସରକାରୀଜାଗାକୁ ଦଖଲରେ ରଖି ସେଠାରେ ଘରକରି ବ୍ୟବସାୟ ଉଦ୍ଦେଶ୍ୟରେ ଦୋକାନଘରକରି ଭଡାକୁଦେବାକୁ ମଧ୍ୟ ପଛାଉନାହାନ୍ତି । ଏହିଭଳି ଦୃଶ୍ୟ ଦାଢାପାଟଣା ପଂଚାୟତର ଗଦେଇକୁଦ, କୁହ୍ନେଇଁପଡା ପଂଚାୟତର ଫକିରପଡା, ପାଟପୁର, ରାମଦାସପୁର ପଂଚାୟତର ପଦ୍ମନାଭନଗର ମୌଜାର ତ୍ରିଶୂଳିଆ ବାଙ୍କୀ ମୁଖ୍ୟ ରାସ୍ତାକଡ ଉଭୟପାର୍ଶ୍ଵରେ ଥିବ। ସରକାରୀଜମି ଏବେ ଏହି ମାଫିଆମାନଙ୍କ କବ୍‌ଜାରେ ରହିଥିବାର ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି ।ରାସ୍ତାକଡ ସରକାରୀଜାଗାରେ କାଠଗୋଲା କରି କିଏ ବେଶଦିପଇସା ରୋଜଗାର କରୁଛିତ କିଏ ରାସ୍ତାକଡରେ ପାଣିଯାଉଥିବାଜାଗାକୁ ରାତାରାତି ପୋତି ଦେଉଛି ଓ ଅଉକିଏ ସର୍ବସାଧାରଣଙ୍କ ନିମନ୍ତେଥିବା ସରକାରୀଜାଗାକୁ ଅବରୋଧକରି ନିଜେ ବ୍ୟବହାର କରିବାକୁ ପଛାଉନଥିବାରଦୃଶ୍ୟ ଜଳଜଳ ହୋଇଦେଖାଦେଇଛି ।ଏସବୁସତ୍ୱେ ବାରଙ୍ଗତହସିଲ ପକ୍ଷରୁ ସେଭଳି କୈାଣସି ସାଧାରଣଲୋକଙ୍କ ସ୍ୱାର୍ଥନିମନ୍ତେ ଆଖିଦୃଶିଆପଦକ୍ଷପ ଗ୍ରହଣ କରାଯାଉନଥିବାରୁ ସରକାରୀଜମି ଲୁଟେରାମାନଙ୍କ ପାର୍ଦୁଭାବ ବଢିବାରେଲାଗିଛି ।ଗୋଟେପଟେ ସିଡିଏ ପକ୍ଷରୁ ମୁଖ୍ୟରାସ୍ତାକଡରୁ ଉଠା ଦୋକାନୀମାନଙ୍କୁ ଉଛେଦ କରାଯାଉଥିବାବେଳେ ବାରଙ୍ଗତହସିଲ ପକ୍ଷରୁ ସରକାରୀଜମି ଜବରଦଖଲ କାରୀଙ୍କୁ  ହଟାଇବାକୁ ଉଦ୍ୟମ କେବେ କରୁଛନ୍ତି ତାହା ଏବେ ଦେଖିବା ବାକିରହିଛି ।

Leave A Reply

Your email address will not be published.