ଆଜିର ରାଶିଫଳ

0 254

୨୦୨୩ମସିହା ଜୁଲାଇମାସ ୨୩ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୨/୩୬ ,ସୂର୍ଯ୍ୟାସ୍ତ- ଘ୬/୨୩/୨୨ ,ଶ୍ରାବଣମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ପଞ୍ଚମୀ ଦିବା ଘ୧୧/୫୫ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୮/୩୭ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର।ଚ଼ନ୍ଦ୍ର- କନ୍ୟା ଚନ୍ଦ୍ର (ଅହୋରାତ୍ର)।ସୌର ଚଳନେ କର୍କଟ ଦି୭ନ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବାଘ୧୧/୫୫ମି ପରେ ପଶ୍ଚିମଦିଗରେ।ଅଗନ୍ତବ୍ୟତିଥି ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧୧/୫୫ମି ମଧ୍ୟେ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କରଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ବେଲ, ଦିବାଘ୧୧/୫୫ମିପରେ ନିମ୍ବ ଭକ୍ଷଣନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୬ମି ରୁ ଘ୧/୩୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୬ମି ରୁ ଘ୨/୩୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୧୨ମି ରୁ ଘ୯/୨୪ମି ମଧ୍ୟେ, ରାତ୍ରି ଘ୭/୫୮ମି ରୁ ଘ୯/୩୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟରୁ ଦିବା ଘ୬/୧୨ମି ମଧ୍ୟେ, ଘ୧୨/୩୬ମିରୁ ଘ୧/୨୪ମି ମଧ୍ୟେ, ରାତ୍ରି ଘ୭/୧୦ମି ରୁ ଘ୭/୫୮ମି ମଧ୍ୟେ, ଘ୧୨/୪୬ମିରୁ ଘ୩/୫୮ମି ପର୍ଯ୍ୟନ୍ତ।ଶୁଭକର୍ମ:- ଅଦ୍ୟ ୧୨ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ନୌକାଗଠନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ବାଣିଜ୍ୟକରଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ଅଳଙ୍କାର ଭୂଷଣ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ନିଷେକ।
ମେଷ- ଆର୍ଥିକସମସ୍ୟାର ସମାଧାନ ହେବ। ବ୍ୟବସାୟପାଇଁ ଭଲଅବସର ପାଇବେ। ଅଫିସରେ କୌଣସି ନୂଆପରିଯୋଜନାରେ କାମକରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କଠାରୁ ସୁନ୍ଦର ଉପହାର ମିଳିପାରେ।
ବୃଷ- ଦିନସାରାଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ଚାକିରି ପରିବର୍ତ୍ତନ ଲାଗି ସମୟ ଭଲ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ।
ମିଥୁନ- ଦିମାକରେ ଲାଗି ରହିଥିବା ନକରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ଆପଣଙ୍କ ମନୋକାମନା ପୂରା ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ।
କର୍କଟ- ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଛାତ୍ରଙ୍କ ପାଇଁ ଦିନଟି ଭଲ। ଅଧ୍ୟୟନରେ ମନ ଲାଗିବ।
ସିଂହ-ଦିନଟି ଉତ୍ସାହ ବର୍ଦ୍ଧକ ରହିବ। ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁଙ୍କ ମାଧ୍ୟମରେ ପୂରା କରିବେ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ପରିବାରର କୌଣସି ସଦସ୍ୟଙ୍କ ଠାରୁ ଖୁସି ଖବର ମିଳିବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ।
କନ୍ୟା-ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଅଚାନକ ଧନପ୍ରାପ୍ତି ହେବ। ନିଜ ପାଇଁ ପରିଧାନ କିଣିବେ।
ତୁଳା- ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ରାଜନୀତିରେ ସଫଳତା ମିଳିବ। ବିରୋଧୀପକ୍ଷ ଗୁପ୍ତ ରୂପେ ଆପଣଙ୍କର ପ୍ରଶଂସା କରିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମରେ ସଫଳତା ମିଳିବ।
ବିଛା- ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।
ଧନୁ-ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନଲାଭ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ବୈବାହିକ ସମ୍ବନ୍ଧରେ ମଧୁରତା ଆସିବ।
ମକର-ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଛାତ୍ରଛାତ୍ରୀମାନେ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।
କୁମ୍ଭ- ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଫିସ୍‌ ଓ ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଆର୍ଥିକ ଲାଭ ହେବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ବଢ଼ିଆ ରହିବ।
ମୀନ- ପୂରାଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ ଲାଭ ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ରାଜନେତାଙ୍କ ସହିତ ସଂପର୍କ ମଜଭୁତ ହେବ।

ନୀତିବାଣୀ-ଗୋଟିଏହସ ହଜାରହଜାର ଦୁ୍ଃଖକୁ ଭୁଲାଇଦେଇଥାଏ , ଜୀବନରାସ୍ତାରେ ସମ୍ଭାଳିକରି ଚାଲିବବନ୍ଧୁ କାହିଁକିନା ଗୋଟିଏଭୁଲ ହଜାରହଜାର ସ୍ବପ୍ନକୁ ପୋଡି ପାଉଁଶରେ ପରିଣତ କରିଦିଏ।
ମହାଦେବଙ୍କପ୍ରିୟପୁଷ୍ପ-ହିନ୍ଦୁଧର୍ମରେ ପ୍ରତ୍ୟେକ ଶୁଭକାମ, ପୂଜାପାଠରେ ଫୁଲ ବ୍ୟବହାର କରାଯାଏ। ବିଭିନ୍ନ ଦେବଦେବୀଙ୍କୁ ଭିନ୍ନଭିନ୍ନ ପୁଷ୍ପ ଅର୍ପଣ କରାଯାଏ। ଏହିକ୍ରମରେ ମହାଦେବଙ୍କୁ କେଉଁଫୁଲ ଅର୍ପଣ କଲେ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା।
ଦୁଦୁରା-ଶିବଲିଙ୍ଗରେ ନିୟମିତ ଦୁଦୁରା ଫୁଲ ସହ ବେଲପତ୍ର ଓ ଦୂବ ଅର୍ପଣ କଲେ ଧନପ୍ରାପ୍ତି ହୋଇଥାଏ। ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ମହାଦେବଙ୍କୁ ଏହି ଫୁଲ ଅର୍ପଣ କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଅରଖ-ଅରଖଫୁଲ ଅର୍ପଣ କରିବା ଦ୍ୱାରା କର୍ମ କ୍ଷେତ୍ରରେ ସଫଳତା ମଳିବା ସହ, ଆର୍ଥିକ ଉନ୍ନତି ଘଟିଥାଏ । ବିଦ୍ୟାର୍ଥୀମାନେ ଶିବଲିଙ୍ଗରେ ଅରଖ ଫୁଲ ଅର୍ପଣ କଲେ ବିଦ୍ୟା କ୍ଷେତ୍ରରେ ଉନ୍ନତି ହୋଇଥାଏ। ଯେଉଁ ବ୍ୟକ୍ତି ନିୟମିତ ଅରଖ ଫୁଲ ଅର୍ପଣ କରେ, ତା’ର ମୃତ୍ୟୁପରେ ତାକୁ ଶିବଲୋକ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।
କନିଅର-ଏହି ଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣ କଲେ ନିଜ ଇଚ୍ଛା ଅନୁଯାୟୀ ଭଲ ଜୀବନ ସାଥୀ ପ୍ରାପ୍ତି ହୋଇଥାଏ। ଶିବପୁରାଣରେ ଏହି ଫୁଲର ବିଶେଷତ୍ବ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରରେ କୁହାଯାଇଛି ଯେ, ଏକଲକ୍ଷ କନିଅର ଫୁଲ ଶିବଙ୍କୁ ଅର୍ପଣକଲେ ସମସ୍ତ ରୋଗ ଓ ଶୋକ ନାଶ ହୋଇଥାଏ।
ଅଗସ୍ତି-ଏହାକୁ ଅର୍ପଣ କଲେ ସମାଜରେ ମାନସମ୍ମାନ ଓ ଖ୍ୟାତି ପ୍ରାପ୍ତି ହୋଇଥାଏ। ଯେଉଁ ବ୍ୟକ୍ତି ଅଗସ୍ତି ଫୁଲ ମହାଦେବଙ୍କୁ ଅପର୍ଣ କରେ, ସେ ଶ୍ରୀହରିଙ୍କ ମଧ୍ୟ ପ୍ରିୟ ହୋଇଥାଏ।
ସେଫାଳି-ଭଗବାନ ଶିବଙ୍କୁ ସେଫାଳି ଅର୍ପଣ କଲେ ମାନସିକ ଶାନ୍ତି ମିଳିବା ସହ ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଥାଏ। ମହାଦେବଙ୍କୁ ଏହି ଫୁଲ ଅତ୍ୟନ୍ତ ପ୍ରିୟ, ତେଣୁ ଏହାକୁ ଅର୍ପଣ କଲେ ମୋକ୍ଷପ୍ରାପ୍ତି ହୋଇଥାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

 

 

Leave A Reply

Your email address will not be published.