ପୁଣି ବଢିଲା ଚିନ୍ତା:ଗୋଟିଏ ଦିନରେ ୧୩ କେରାନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର:୨୦/୪(ଏସଏସଏନ୍) କିଛି ଦିନ ହେବ କରୋନା ରେ ଆକ୍ରାନ୍ତ ସଂଖ୍ୟା ବଢୁନଥିବା ବେଳେ ଏହି ଭୁତାଣୁ ଦ୍ବାରା ପୂର୍ବରୁ ଆକ୍ରାନ୍ତ ହୋଇଥିବା ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏହି ଖବର ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ହୋଇଥିଲା । ହେଲେ କିଛିଦିନ ନିରବତା ପରେ  ସୋମବାର ସକାଳେ ୭ ଜଣ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୬ଟି ଚିହ୍ନଟ ହୋଇଥିବା ସୁଚନା ମିଳିବା ପରେ ରାଜ୍ୟବାସୀଙ୍କ ପାଇଁ    ପୁଣି ଚିନ୍ତା ଦ୍ବିଗୁଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ସକାଳେ ୭ଟି ବୃଦ୍ଧି ପାଇ ୬୮ ହୋଇଥିବା ବେଳେ ପୁଣି ୬ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି ।୬ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ୫ଜଣ ଥିବା ବେଳେ ସୁନ୍ଦରଗଡ଼ର ଜଣେ ଥିବା ଜଣାପଡିଛି। ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଜଣେ, ଯାଜପୁର ବ୍ଲକରେ ୩ଜଣ ଓ ଦଶରଥପୁରରେ ଜଣେ କାରନାରେ ଆକ୍ରାନ୍ତ ହୋଇଥିବା ଯାଜପୁର ଜିଲ୍ଲାପାଳ କହିଛନ୍ତି। ସେମାନେ ଗତ ମାସ ୨୯ରେ କୋଲକାତାରୁ ଆସିଥିବା ସନ୍ଦେହ କରାଯାଉଛି। ଯାଜପୁରର ଆକ୍ରାନ୍ତ ୫ ଜଣ ପୁରୁଷ ହୋଇଥିବା ବେଳେ ଜଣଙ୍କ ବୟସ ୨୮ ଓ ଅନ୍ୟ ଜଣଙ୍କ ବୟସ ୩୨ ହୋଇଥିବା ବେଳେ ବାକି ୩ଜଣଙ୍କ ବୟସ ୫୫ରୁ ଅଧିକ ବୋଲି କୁହାଯାଇଛି।ଗତକାଲି ସୁଦ୍ଧା ମୋଟ୍‍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୭୪ଟି ନମୁନା ପଜିଟିଭ୍‍ ଆସିଛି। ଏବେ ସକ୍ରିୟ ଭାବେ ୪୯ଜଣଙ୍କୁ ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ୨୪ଜଣଙ୍କୁ ସୁସ୍ଥ ହେବା ପରେ ଡିସ୍‍ଚାର୍ଜ କରାଯାଇଛି। ପୂର୍ବରୁ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା।

- Advertisement -

Leave A Reply

Your email address will not be published.