ମନ୍ଦିରଛାଡ଼ି ରାଜରାସ୍ତାରେ ପୂଜକ

0 171

କଟକ . ୨୬ା୧୨(ଏସଏସନିଉଜ) ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୂଜକ ସମାଜ ମନ୍ଦିର ଛାଡ଼ି ରାଜରାସ୍ତାରେ ବସିଛନ୍ତି । ବଡ଼ଓଷାଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର‌୍ୟ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁଙ୍କ ଲାଗି ଦର୍ଶନ ବନ୍ଦ ରହିଛ । ବାରମ୍ବାର ଆଲୋଚନା ସ୍ବତ୍ତ୍ବେ ମନ୍ଦିର ଖୋଲିବା ନେଇକୈାଣସି ଉଦ୍ୟମ କରାନଯିବାପ୍ରତିବାଦରେ ପୁଜକମାନେ ଅତିଷ୍ଠ ହୋଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ମନ୍ଦିରର ମୁଖ୍ୟଫାଟକ ଆଗରେ ମନ୍ଦିରପୂଜକ ଧାରଣାରେ ବସିଛନ୍ତିା ଝୁଲାପୋଲ ମରାମତି ପାଇଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ବଡ଼ଓଷାଠାରୁ ଭକ୍ତଙ୍କୁ ମନ୍ଦିର ଛଡ଼ା ଯାଉନଥିବା ପ୍ରତିବାଦରେ ମନ୍ଦିରର ପୂଜକ ରାସ୍ତାରୋକ କରିଥିବା ସୂଚନା ମିଳିଛି। ଗୁଜୁରାଟ ଘଟଣାପରେ ଗତ ଅକ୍ଟୋବର ୩୦ ତାରିଖରେ ଧବଳେଶ୍ଵରପୀଠକୁ ସଂଯୋଗ କରୁଥିବା ଝୁଲାପୋଲକୁ ବିପଦସଙ୍କୁଳ ଘୋଷଣାକରି ବନ୍ଦ କରି ଦିଆଯାଇଥିଲା।

- Advertisement -

Leave A Reply

Your email address will not be published.