ଆଜିର ରାଶିଫଳ

ଭଗବତୀଶ୍ୟାମାକାଳୀପୂଜା ,୨୦୨୨ମସିହା ଅକ୍ଟୋବରମାସ ୨୪ ତାରିଖ (ସୋମବାର)କାର୍ତିକମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୪୮/୩୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୪/୨୩ ,ମିଥୁନ ରାଶି ର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ଓ ଅମାବାସ୍ୟାର ଶ୍ରାଦ୍ଧ ବି ମହାଳୟା ବିଧିରେ ହେବ ,ବିରି ସନ୍ଧ୍ୟାଘ୫/୩୭ ଗତେ ସ୍ତ୍ରୀ ତୈଳବର୍ଜନ, ଓ ମସ୍ୟ , ମାଂସ ଭକ୍ଷଣନିଷେଧ ।
ମେଷ-କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦୀଙ୍କ ବିରୋଧାଭାଷାର ଆଭାସ ମାନସିକ ଅଶାନ୍ତିର କାରଣ ହୋଇପାରେ । ଅଧିକ ଲାଭବାନ୍ ହେବା ଆଶାରଖି ଅର୍ଥ ବିନିଯୋଗ କରିପାରନ୍ତି । ସତ୍ସଙ୍ଗୀ ଓ ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି ।
ବୃଷ-ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ସଫଳ ହେବାର ଜଣେ ପୁରାତନ କ୍ଷେତ୍ରରେ ଚେଷ୍ଟା ସଫଳ ହେବାର ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ଖାଦ୍ୟ,ପେୟରେ ତୃପ୍ତି ଲାଭ କରିବେ । ଶାରୀରିକ ପୀଡା ଅନୁଭବ କରିପାରନ୍ତି । ଈର୍ଷାରୁ ନିବୃ ହେଲେ ସାମାଜିକ ସ୍ତରରେ ମାର୍ଯ୍ୟଦା ମିଳିବ । ସ୍ୱାଭିମାନୀ ହେବେ ।
ମିଥୁନ-କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ବ୍ୟବସାୟରେ ଲାଭବାନ୍ ହେବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସେବା ଭାବନା ନେଇ କାର୍ଯ୍ୟ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି ।
କର୍କଟ-ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେବେ । ସାମାନ୍ୟ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ଜୋଇଛି । ମନରେ ଗର୍ବଭାବ ଦେଖା ଦେଇପାରେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ ।
ସିଂହ-ଆଜିର ଯାତ୍ରା ସଫଳ ହେଲେ ମଧ୍ୟ ସମସ୍ୟା ଲାଗି ରହିବ । ଗୃହ ଜଞ୍ଜାଳରେ ବ୍ୟସ୍ତ ରହିବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।
କନ୍ୟା-କେତେକ କ୍ଷେତ୍ରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ନିଜକୁ ନିୟୋଜିତ କରିବେ । ସୁଖ ମିଳିବ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ ।
ତୁଳା-ଦକ୍ଷତା ଓ ସନମୟାନୁବର୍ତ୍ତିତା ହେତୁ କାର୍ଯ୍ୟ କ୍ଷେତ୍ରରୁ ଅର୍ଥ, ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଖୁସି ରହିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ। ମଧୁର ସମ୍ଭାଷଣରେ ଅନ୍ୟମାନଙ୍କର ମନ ନେଇ ପାରନ୍ତି । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିପାରନ୍ତି ।
ବିଛା-କିଛି ଅସୁବିଧା ନ ଥିଲେ ମଧ୍ୟ ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦ୍ ବେଗ ରହିପାରେ । କାର୍ଯ୍ୟରେ ଢେର ଉନ୍ନତି ଦେଖା ଦେବ । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନ ଶୀଳ,ଶାନ୍ତିପ୍ରିୟ ଓ ଉଦାର ବୁଦ୍ୟାପ୍ରେମୀ ହେବେ ।
ଧନୁ-ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରିପାରନ୍ତି ।ଗୃହକାର୍ଯ୍ୟରେ ଲାଗିପଡିବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଶାରିରୀକ ଶକ୍ତି ବୃଦ୍ଧି ହେବ । ଐଶ୍ୱର୍ଯ୍ୟ ଯୁକ୍ତ ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ ।
ମକର-ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଠିକ୍ ଭାବେ ଅ୍ଧଙ୍ଗକ୍ସ୍ମୃ କରିବା କଷ୍ଟକର ହୋଇପାରେ । ନିଜ ପ୍ରଭାବର ଉପଯୋଗ କରିବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଗୁପ୍ତବିଦ୍ୟାରେ ରୁଚି ରହିବ ।
କୁମ୍ଭ-ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ ହେବାରେ ବନ୍ଧୁ ସାହାର୍ଯ୍ୟ କରିବେ । ବ୍ୟବସୟରେ ବାଦାନୁବାଦ ଉପୁଜିଲେ ବି ଭଲ ଆୟ ହେବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଯାନବାହନ ସୁଖ ମିଳିବ ।
ମୀନ-ଫେରନ୍ତା ବାଟକୁ ଗୃହକୁ କିଛି ମୂଲ୍ୟବାନ କିମ୍ବା ସୌଖୀନ ପଦାର୍ଥ ଆଣିପାରନ୍ତି । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କର୍ମତତ୍ପରତା ପ୍ରକାଶ ପାଇବ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।

ନିତୀବାଣୀ-ପ୍ରକୃତରେ ଉପଯୁକ୍ତ ବୁଦ୍ଧି,ସଚ୍ଚା ଭାବନା ଓ ଅଟଳବିଶ୍ବାସର ଜୀବନ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ,କଥାରେଅଛି ମନୋବଳ ସୁଦୃଢଥିଲେ ମୃତ୍ୟୁକୁ ମଧ୍ୟ ପରାସ୍ତ କରିହେବ।
ବାସ୍ତୁ ଟିପ୍ପଣୀ-ଶୋଇବାଘରେ ଦର୍ପଣରଖିବା ଠିକ୍ ନୁହେଁ। ଯଦିଅଛି ଶୃଙ୍ଗାରପରେ ଦର୍ପଣରେ ପରଦାପକାଇ ଦିଅନ୍ତୁ। କୁହାଯାଏ, ସ୍ବାମୀସ୍ତ୍ରୀ ଏକତ୍ର ଥିବାବେଳେ ଦର୍ପଣରେ ଛବିଆସିଲେ ଅଶୁଭ ହେଇଥାଏ। ଶୋଇବା ସମୟରେ ଦର୍ପଣରେ ଯେଉଁ ଅଂଶ ଦେଖାଯାଏ ସେହି ଅଂଶରେ ପୀଡ଼ା ଅନୁଭବ ହୁଏ ବୋଲି ବିଶ୍ବାସ କରାଯାଏ।
ଶୟନକକ୍ଷରେ ପୂଜାଘର କରିବା ବା କୌଣସି ଠାକୁରଙ୍କମୂର୍ତ୍ତି ରଖି ପୂଜାକରିବା ଉଚିତ୍ ନୁହେଁ।
ସେହିପରି ଏହିକକ୍ଷରେ କାନ୍ଦୁରାଚିତ୍ର, ମୃତବ୍ୟକ୍ତିଙ୍କ ଚିତ୍ର, ଯୁଦ୍ଧଚିତ୍ର ଆଦି ନରଖି ପତିପତ୍ନୀଙ୍କ ଖୁସି ସମୟର ଯୁଗଳ ଚିତ୍ରଯୋଡି କିମ୍ବା ଚଢେଇଙ୍କଚିତ୍ର ଅବା ରାଧାକୃଷ୍ଣଙ୍କ ଯୁଗଳଚିତ୍ର ରଖିବା ଶୁଭ ହୋଇଥାଏ।
ଶୋଇବାଘରର ରଙ୍ଗ ସର୍ବଦା ହାଲୁକାହେଲେ ଭଲ ନିଦହୋଇଥାଏ ବୋଲି ବି ବିଶ୍ୱାସ କରାଯାଇଥାଏ। ଏହାସହ ମନକୁ ଶାନ୍ତି ମିଳିଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.