ଆଜିର ରାଶିଫଳ

0 516

ରମ୍ଭା ତୃତୀୟା,ଗୁରୁବାର୨୦୨୨ ମସିହା ଅଦ୍ୟ ଜୁନ ମାସ ୨ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି-ତୃତୀୟା,ସୁର୍ୟୋଦୟ-ପ୍ରାତଃଘ୫/୧୦/୨୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୩୩,
ତୁଳା ଓ କୁମ୍ଭ ରାଶିର ଘାତ ବାର,କନ୍ୟା ରାଶିର ଘାତ ଚନ୍ଦ୍ର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ ଭକ୍ଷଣ ନିଷେଧ।
🐏ମେଷ👉 ପୂଜାପାଠରେ ସମୟ ବିତିବ। ଆପଣ ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ବଡ଼ ମାନଙ୍କର ସାହାଯ୍ୟ ପାଇବେ।
🐮ବୃଷ👉 ଶାରୀରିକ ଦୃଷ୍ଟିରୁ ଆପଣ ହୃଷ୍ଟପୁଷ୍ଟ ଅନୁଭବ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ବନ୍ଧୁ ଓ ପରିଜନଙ୍କ ସହିତ ସମ୍ବନ୍ଧରେ ଉନ୍ନତି ହେବ।
👩‍❤️‍👨ମିଥୁନ👉ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଠାରୁ ଭଲ ଖବର ଶୁଣିବେ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
🦀କର୍କଟ👉 ଆପଣ ଭଲ କାମରେ ସହଯୋଗ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ହେବ। ପ୍ରେମୀ ଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।
🦁ସିଂହ👉ଜମିରେ ନିବେଶ ପାଇଁ ଚିନ୍ତା କରିବେ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।
🙎‍♀️କନ୍ୟା👉ପିତା ଆପଣଙ୍କୁ ନେଇ ଗର୍ବ କରିବେ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପାଇ ବେ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଘରକୁ ବନ୍ଧୁ ଆସି ପାରନ୍ତି।
⚖️ତୁଳା👉 ଘରେ ଧାର୍ମିକ ଆୟୋଜନ ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କେହି ନିଜର ପିଲା ପାଇଁ ଆପଣଙ୍କ ପାଖରୁ ପରାମର୍ଶ ନେବେ।
🦂ବିଛା👉 ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଆର୍କିଟେକ୍ଟଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।
🏹ଧନୁ👉 ଆପଣ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବା ଦରକାର। ଟିକେ ଚିଡ଼ିଚିଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ମିଳିବ।
🐊ମକର👉ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ସନ୍ତାନଙ୍କ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି।
🏺କୁମ୍ଭ👉ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ କାହାରିକୁ ମନର କଥା କହି ପାରନ୍ତି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
🐟ମୀନ👉ଆପଣ ନିଜ କାମରେ ସର୍ତକତା ଅବଲମ୍ବନ କରନ୍ତୁ। କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ ବିତିବ।
!!ଏଠି ସମସ୍ୟା ଅନେକ , ମାତ୍ର ସମସ୍ୟାର ସମାଧାନ କରୁଥିବା ଲୋକ ବହୁତ କମ , ତେଣୁ ସମସ୍ୟାକୁ ସବୁବେଳେ ନିଜେ ସମାଧାନ କରି ନିଜେ ସମସ୍ୟାର ମାଧ୍ୟମ ହେବାକୁ ଚେଷ୍ଟା କରନ୍ତୁ !!🙏ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ଗଣେଶ🙏🏻

Leave A Reply

Your email address will not be published.