ଅସୁରକ୍ଷିତ ପର୍ଯ୍ୟଟକ !

ବିନା କାଗଜପତ୍ରରେ ଚାଲିଛି ସଫାରୀ ବସ

0 274

ବାରଙ୍ଗ,୧୯/୫(ଏସଏସନିଉଜ)ଅଧିକ ରାଜସ୍ୱ ପାଇବା ଆଶାରେ ନନ୍ଦନକାନନ କର୍ତୁପକ୍ଷ ପାକିଁ,ସଫାରୀ ,ବେଟାରୀ ଚାଳିତଅଟୋ ଓ ବୋଟିଂକୁ ଘରୋଇକରଣରେ ଦେଇଛନ୍ତି । ଘରୋଇକରଣ ଦେଇଦେଇ ଥିଲେ ମଧ୍ୟ ତା ଉପରେ ଆଉ ନଜର ଦେଇନାହାନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ସଫାରୀରେ ଚାଲିଥିବା ବସ କ୍ଷେତ୍ରରେ ଦେଖିବାକୁ ମିଳିଛି ।ସଫାରୀରେ ଚାଲିଥିବା ୪ଟି ବସ ମଧ୍ୟରୁ ।କାହାର ଫିଟନେସ କାହାର ଇନସୁରାନ୍ସ ନାହିଁ ତ କିଏ ଟ୍ୟାକ୍ସ ଠିକିଚାଲିଛି ।ସବୁଠାରୁ ବଡକଥା ହେଲା ଟେଣ୍ଡର ସମୟରେ ନନ୍ଦନକାନନ ପକ୍ଷରୁ ରଖାଯାଇଥିବା ସର୍ତ ଅନୁଯାୟୀ ତନଟି ବସର ବୟସ ୩ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ସେ ଏଠାରେ ଚାଲୁଛି ।ନନ୍ଦନକାନନର ରାଜସ୍ୱ ବୃଦ୍ଧି କର୍ତୁପକ୍ଷ ଆଖିବୁଜିଦେଇଥିବାବେଳେ ଏହି ସୁଯୋଗରେ ବସମାଲିକମାନେ ପରିବହନବିଭାଗକୁ ଆଖିଠାରମାରି ଗାଡି ଚଳାଇ ବେଶ ଲାଭବାନ ହେଉଛନ୍ତି ।

ପ୍ରକାସ ଯେ,ଗତବର୍ଷ ଏପ୍ରିଲମାସରେ ୪ଟି ସଫାରୀ ପାଇଁ ଟେଣ୍ଡର ହୋଇଥିଲା ।ଜୈନିକ ଠିକାଦାର ଏହାକୁ ଗୋଟେ ବର୍ଷପାଇଁ ମାସିକ୬ଲକ୍ଷ୫୦ହଜାରେ ଟଙ୍କାଦେବା ଚୁକ୍ତିରେ ନେଇଥିଲେ । ଟେଣ୍ଡର ପେପରରେ ସଫାରୀ ପାଇଁ ବ୍ୟବହାର ହେବାକୁଥିବା ବସର ବୈଧ କାଗଜପତ୍ର ଫିଟନେସ,ପଲ୍ୟୁସନ.ଟ୍ୟାକ୍ସ,ଇନସୁରାନ୍ସ ଆଦି କାଗଜପତ୍ର ପୈଠ କରିବାକୁ କୁହାଯାଇଥିଲା ।ସବୁଠାରୁ ବଡକଥାହେଲା ଚାଲିବାକୁ ଥିବା ବସଗୁଡିକ ୩ବର୍ଷ ମଧ୍ୟରେ ହୋଇଥିବାର ମଧ୍ୟ ଉଲ୍ଲେଖ ହୋଇଥିଲା ।କିନ୍ତୁ ଏବେ ଚାଲିଥିବା ୪ଟି ବସ ମଧ୍ୟରୁ ୩ଟି ୩ବର୍ଷରୁ ଉର୍ଦ୍ଧ ହୋଇଥିବାର ଜଣାପଡିଛି ।ନନ୍ଦନକାନନକୁ ପ୍ରଦ୍ୟୁଷଣମୁକ୍ତ କରିବାପାଇଁ ଦୀର୍ଘଦିନହେବ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଚାଲିଥିବା ବସଗୁଡିକ ଏଥିପାଈଁ ବାଧକ ସାଜିଛନ୍ତି ।ବସ ଚାଲିବା ପୁର୍ବରୁ ନନ୍ଦନକାନନ ପକ୍ଷରୁ କରାଯାଇଥିବା ନୀୟମାନୁସାରେ ସଫାରୀ କାମରେ ନିୟୋଜିତ ଥିବା ୩ବର୍ଷ୫ମାସର ଏହି ଓଡି୦୨-ଏଏଚ୍‌-୫୧୦୧ନଂ ବସଟିର ପଲ୍ୟୁସନ ନାହିଁ । ୩ବର୍ଷ୨ମାସର ଓଡି୦୨-ଏଏଚ୍‌-୬୬୨୬ନଂ ବସଟି ଚାଲୁଛି ।୩ବର୍ଷ୬ମାସର ଓଡି୦୨-ଏଜେଡ୍‌-୨୭୪୭ନଂ ବସଟିର ଜାନୁୟାରୀମାସଠାରୁ ଟ୍ୟାକ୍ସ ଓ ଇନସୁରାନ୍ସ ନାହିଁ ।ସେହିଭଳିଭାବେ ଓଡି୦୨-ବିଏଚ୍‌-୦୩୪୩ନଂ ବସଟିର କାଗଜପତ୍ର ସଠିକଥିବାର ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ବାହନ ଆପଦ୍ୱାରା ଏହା ଜଣାପଡିଛି ।
ନିତୀନିୟମକୁ ଜଳାଞଳ ଦେଇ ବସ ମାଲିକମାନେ ନିଜ ସ୍ୱର୍ଥ ତଥା ଲାଭପାଇଁ ପର୍ଯ୍ୟଟକମାନଙ୍କ ଜୀବନ ସହ ଖେଳ ଖେଳୁଥିଲେ ମଧ୍ୟ ନନ୍ଦନକାନନ କର୍ତୁପକ୍ଷଙ୍କ ପାଖରେ ଏହି ଖବର ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏବିଷୟରେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଡ.ସଞିତକୁମାରଙ୍କୁ ପଚାରିବାରୁ ସେକହିଲେ ଯେ,ଠିକାଦାର ଦାୟିତ୍ୱ ନେବାପୁର୍ବରୁ ସମସ୍ତବସର ବୈଧ କାଗଜପତ୍ର ପ୍ରଦାନ କରବାକୁ କୁହାଯାଇଥିଲା ।ଯଦି ଚାଲୁଥିବା ବସଗୁଡିକର ଶଠିକକାଗଜପତ୍ର ନାହିଁ ସେମାନେ ପରିବହନବିଭାଗକୁ ଠିକବା ସହ ଆମ୍ଭ ଚୁକ୍ତିକୁ ଖିଲାପ କରୁଛନ୍ତି ସେଥିପାଇଁ ଆମେ ଠିକାଦାରକୁ ଚିଠିକରିବୁ ।ଏହାସହ ଟେଣ୍ଡର ସମୟରେ ବସ ପାଇଁ ହୋଇଥିବା ନିତୀନୀୟମାନୁସାରେ ଆବଶ୍ୟକତାଥିବା ବୈଧ କାଗଜପତ୍ର ଯାଂଚ କରିବୁ ।ଯଦି ସେଭଳି ଜଣାପଡେ ତୁରନ୍ତ ସେହିଗାଡିଗୁଡିକୁ ପରିବର୍ତନ ପାଇଁ କହିବୁ ବୋଲି କହିଥିଲେ ।

Leave A Reply

Your email address will not be published.