ଉଦଯାପିତ ହେଲା ହରିରାଜପୁର ପଞ୍ଚୁଦୋଳ ମେଳଣ

0 457

ଡେଲାଙ୍ଗ,୨୭/୩(ଏସ ଏସ ନିଉଜ)ଓଡ଼ିଶାର ପ୍ରସିଦ୍ଧ ହରିରାଜ ପୁର ପଞ୍ଚୁଦୋଳ ମେଳଣ ଉଦଯାପିତ ହୋଇଯାଇଛି।୨୪ତାରିଖ ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ମେଳଣ ରବିବାର ରାତିରେ ଗୋଧୂଳି ଲଗ୍ନରେ ଉଦଯାପିତ ହୋଇଯାଇଛି।ଠାକୁରଙ୍କ ହରିହର ଭେଟ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା ।ସନ୍ଧ୍ୟ।ରେ ହରିହର ଭେଟ ପରେ ନିମନ୍ତ୍ରିତ ହୋଇ ଆସିଥିବା ଠାକୁର ଙ୍କ ଦୋଳବିମାନ ନିଜ ଗ୍ରାମମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।ନିମନ୍ତ୍ରିତ ଦୋଳବିମାନ ଯିବା ପର୍ଯ୍ୟନ୍ତ ଥାନପତି ଶ୍ରୀ ପଶ୍ଚିମାସମ୍ଭୁ ସୋମନଥ ଓ ଭସର ଗାଁ ର ନିଳକଣ୍ଠେଶ୍ୱର ଅପେକ୍ଷା କରି ରହିଥିଲେ।ମେଳଣର ଶେଷ ଦିନରେ ଠାକୁରଙ୍କ ଉପରକୁ

ଭକ୍ତମାନେ ଫଗୁ ପକାଇବାର ପରମ୍ପରା ରହିଥିବାବେଳେ ଏଥର ରଙ୍ଗବେରଙ୍ଗର ଫୁଲ ପକାଇ ମନସ୍କମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଥିଲେ।ମେଳଣ ପଡିଆରେ ୫ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା।ତେବେ କିଣାବିକାର ଲମ୍ବା ପସରା ପଡିଥିଲା ।ଶ୍ରଦ୍ଧାଳୁ ମାନେ କିଣାକିଣି କରିବା ସହ ପଡିଥିବା ଖାଦ୍ୟଷ୍ଟଲ ରେ ଭରପୁର ଖାଇଥିଲେ।ସ୍ଥାନୀୟ ପ୍ରଶାସନ ସହ ମେଳଣ ପରିଚାଳନା କମିଟି ଦ୍ୱାରା ଶାନ୍ତିଶୃଙ୍ଖଳାର ସହ ମେଳଣ ସମ୍ପର୍ଣ୍ଣ ହୋଇଥିଲା ।

- Advertisement -

Leave A Reply

Your email address will not be published.