ଏପ୍ରିଲ ୨୮ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

0 364

ଭୁବନେଶ୍ୱର, ୧୭/୩(ଏସଏସନିଉଜ)ଆସନ୍ତା ଏପ୍ରିଲ ୨୮ରୁ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା। ଚଳିତ ବର୍ଷକଳା, ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଶିକ୍ଷାର ପରୀକ୍ଷା ଅଫ୍‍ ଲାଇନରେ ହେବା ନେଇ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କରୋନା ମହାମାରୀ ପାଇଁ ପରୀକ୍ଷାରେ ବ୍ୟବସ୍ଥା କେହାଳ କରାଯାଇଥିବା ସହ ଦୈନିକ ଗୋଟିଏ ସିଟିଂ ସକାଳ ୯ଟାରୁ ପରୀକ୍ଷା କରାଯିବ। ମୂଲ୍ୟାଙ୍କନ ନେଇ ମଧ୍ୟ ଦୁଇଟି ସ୍କିମ ମାଧ୍ୟମରେ ପରୀକ୍ଷାରେ କରାଯାଇଥିବା ପ୍ରଦର୍ଶନ ଅନୁସାରେ ମାର୍କ ମିଳିବ। ପ୍ରଥମ ଟି ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ ଓ ଅନ୍ୟଟି ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାଟର ଏଣ୍ଡର ୨୦% ଅନୁସାରେ ମାର୍କ ମିଳିବ। ଦୁଇଟିରୁ ଯେଉଁଥିରେ ଅଧିକ ରହିବ ତାହା ଚୁଡାନ୍ତ ହେବ । ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ନିଜ ଶିକ୍ଷକମାନଙ୍କ ଦ୍ୱାରା କରାଯିବ।

- Advertisement -

Leave A Reply

Your email address will not be published.