ବାରଙ୍ଗ,୧୨/୩(ଏସ ଏସ ନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିଲା ଦେଓଗଡ଼ରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଓ ଶାବକ।ଗତ ୭ ତାରିଖରେ ଦେଓଗଡ଼ ଜିଲ୍ଲା ବାରାକୋଟ ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଖବର ପାଇ ଦେଓଗଡ଼ ପୋଲିସ ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲା।ଉଦ୍ଧାର ପରଦିନ ଅର୍ଥାତ ୮ ତାରିଖ ଦିନ ଉକ୍ତ ବଜ୍ରକାପ୍ତାଟି ଏକ ଶାବକ ଜନ୍ମ ଦେଇଥିଲା।ମା ଓ ଶାବକର ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଦେଓଗଡ ବନ ବିଭାଗ ପକ୍ଷରୁ ଶନିବାର ସକାଳେ ଉଭୟଙ୍କୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି।ଏଠାରେ ଉଭୟଙ୍କୁ ପ୍ରାଣୀଉଦ୍ୟାନର ଚିକିତ୍ସକଙ୍କ ତତ୍ତ୍ଵାବଧାନରେ ରଖାଯାଇଛି।ତେବେ ଶାବକଟିର ସ୍ବାସ୍ଥ୍ୟାବସ୍ଥା ଟିକେ ଅସ୍ଥିର ରହିଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ଡ଼ ସଞ୍ଜୀତ କୁମାର ସୂଚନା ଦେଇଛନ୍ତି।