ପୁରୀ, ୮/୩(ଏସଏସନିଉଜ)ପୁରୀରେ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର । ପୁରୀର ସିପସରୁବାଲିରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ସ୍ତରର ଗ୍ରିନ୍ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆଧାରରେ ଯେଉଁ ସର୍ଭେ ରିପୋର୍ଟ କେନ୍ଦ୍ରୀୟ ଟିମ୍ ଦେଇଥିଲା ତାହା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିସାରିଛି। ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସି ଏହିଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି ।ଏହାସହ ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଥିବାର ଜଣାପଡିଛି ।