ଭୁବନେଶ୍ୱର,୩/୨(ଏସଏସନିଉଜ) ଋଷିଆ ଏବଂ ୟୁକେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ଏହି ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁବରଣ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଯୋ ବାଇଡେନ କହିଲେଣି ତୃତୀୟ ବିଶ୍ୱ ଯୁଦ୍ଧ ର ଆବଶ୍ୟକତା ରହିଛି । ଏହା ମଧ୍ୟରେ ଜଣେ ଭାରତୀୟ ଡ଼ାକ୍ତରି ଛାତ୍ର ଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପଟେ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଆଇନ୍ ମହାବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ରଛାତ୍ରୀ ମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରି ଏହି ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶକୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଆମେ ବିଶ୍ୱରେ ଶାନ୍ତି ଚାହୁଁ ଦୟାକରି ଉଭୟ ଦେଶ ଯୁଦ୍ଧ ବନ୍ଦ କରନ୍ତୁ । ଆଇନ୍ ଛାତ୍ର ପ୍ରକାଶ ଦାସଙ୍କ ନେତୃତ୍ବରେ ହେଇଥିବା ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ରେ କଲେଜର ଅଧ୍ୟକ୍ଷା ଓ ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇ ଥିଲେ ।