ଡେଲାଙ୍ଗ, ୨/୩(ଏସଏସନିଉଜ)ଗୁଆଳିଡା ପଞ୍ଚାୟତ ଅଧିନ ହୁମର ଗ୍ରାମରେ ମହାଶିବରାତ୍ରୀ ସନ୍ଧ୍ୟାରେ ନିଆଁ ଲାଗି ୧୦ ବଖରା ଘର ପୋଡି ଯିବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ରାଜନୈତିକ ହିଂସାହୋଇଥାଇପାରେ ବୋଲି ଚର୍ଚ୍ଚା ଚାଲିଛି ।ମଙ୍ଗଳବାର ସନ୍ଧ୍ୟାରେ ବ୍ରଜକିଶୋର ପରିଡାଙ୍କ ଘରୁ ନିଆଁ ଲାଗି ନିମିଷକ ମଧ୍ୟରେ ପଡୋଶୀ ଘରକୁ ବ୍ୟାପି ଯାଇଥିଲା ।ଏହାପରେ ପୂର୍ଣ୍ଣଚନ୍ଦ୍ର ପରିଡ଼ା,ନଳିନୀ ପରିଡ଼ା,ଗଙ୍ଗାଧର ପରିଡ଼ା ଓ ଧ୍ୱଜ ପରିଡ଼ାଙ୍କ ୧୦ ବଖରାରୁ ଉର୍ଦ୍ଧ୍ୱ ଘର ପୋଡି ପାଉଁଶ ହୋଇଯାଇଛି । ଖବର ମିଳିବା ପରେ ଡେଲାଙ୍ଗରୁ ଦୁଇଟି ଦମକଳ ଆସି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ ।ଏହି ଅଗ୍ନିକାଣ୍ଡରେ ଆସବାବପତ୍ର ସମେତ ବାସନକୁସନ,ଧାନଚାଉଳ,ଦରକାରୀ କାଗଜପତ୍ର ଆଦି ପୋଡି ନଷ୍ଟ ହୋଇଯାଇଥିବାର ଜଣାପଡିଛି । ଏହି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗଇଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।