ସୋମବାରରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

0 176

ଭୁବନେଶ୍ୱର,୨୭/୨(ଏସଏସନିଉଜ) ସୋମବାରଠାରୁ ପ୍ରଥମରୁ ୭ମ ଶ୍ରେଣୀ ଖୋଲିବାନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରି ନାହାନ୍ତି। କୋଭିଡ ପାଇଁ ଦୁଇ ବର୍ଷ ପରେସ୍କୁଲ ଖୋଲୁଥିବାରୁ ପ୍ରଥମ ସପ୍ତାହର ୬ଦିନ କେବଳ ବିଭିନ୍ନ ଆକ୍ଟିଭିଟି ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର‌୍ୟ୍ୟରେ ନିୟୋଜିତ କରାଯିବ । ମାର୍ଚ୍ଚ ୯ରୁ ୩ ଦିନ ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯିବ ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ ହେବ। ଫଳରେ ଦୁଇ ବର୍ଷ ହେବ ଶ୍ରେଣୀ ପାଠପଢ଼ା ଦୂରରେ ଥିବା ପିଲାମାନେ ପଛେଇ ଯିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ଗତକାଲି ଅଭିଭାବକ ସମ୍ମିଳନୀ ହୋଇଥିଲା । ଏଥିରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଇଛି । ଘରୁ ପିଲାଙ୍କୁ ସଚେତନ କରି ପଠାଇବାକୁ ଅଭିବାଭକ-ଶିକ୍ଷକ ବୈଠକରେ ଅନୁରୋଧ କରାହୋଇଛି।

Leave A Reply

Your email address will not be published.