ଭୁବନେଶ୍ବର,୨୪/୨(ଏସଏସନିଉଜ) ଗୁରୁବାର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ପ୍ରଥମଥର ବ୍ଲକ କାର୍ୟ୍ୟାଳୟରେ ଭୋଟ ଗଣନା କରାଯିବ ।ଏଥିପାଇଁ ଫେବୃଆରୀ ୨୬,୨୭ ଓ ୨୮ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ୨୬ ରେ ୩୧୫ ଜୋନ, ୨୭ରେ ୩୦୭ ଜୋନ ଏବଂ ୨୮ରେ ୨୨୯ ଜୋନ ପାଇଁ ଭୋଟ ଗଣତି କରାଯିବ। ରାଜ୍ୟ ନିର୍ବାଚନ ଆୟୁକ୍ତ ନିର୍ଦେଶକ୍ରମେ ଜିଲାପାଳମାନେ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ୟ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବେ ବୋଲି କୁହାଯାଇଛି । ମତଗଣନା ସଂପର୍କିତ ସମସ୍ତ କାର୍ଯ୍ୟ ର ଭିଡ଼ିଓଗ୍ରାଫି କରାଯିବ ।ଭୋଟଗଣତି ସମୟରେ ଗୋଟିଏ ଟେବୁଲ୍ ପାଇଁ ନିର୍ବାଚନ ଅଧିକାରୀ ଜଣେ ଗଣତି ସୁପରଭାଇଜର, ଦୁଇଜଣ ସହକାରୀ ଗଣତି ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ୪ଜଣ ନିୟୋଜିତ ହେବେ। ସରପଞ୍ଚ , ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ଜଣେ ଲେଖାଏଁ ଏଜେଣ୍ଟ ନିଯୁକ୍ତ କରିପାରିବେ। ଗ୍ରାମପଞ୍ଚାୟତ ସଂଖ୍ୟା ଅନୁସାରେ ଜିଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଏଜେଣ୍ଟ ଦେଇପାରିବେ ।