ରାଜ୍ୟ ବରିଷ୍ଠନାଗରିକସଂଘର ୧୧ତମ ପ୍ରତିଷ୍ଠା ଦିବସ

0 374

ଚନ୍ଦ୍ରଶେଖରପୁର,୧୮/୧୧(ଏସଏସନିୟଜ) ରାଜ୍ୟ ବରିଷ୍ଠ ନାଗରିକ ସଂଘର ଏଗାରତମ ପ୍ରତିଷ୍ଠା ଦିବସ ହାଇଟେକ୍ ମେଡିକାଲ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଧୁମାଧବ ଜେନାଙ୍କର ପୌରହିତରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଂଗୀତଗାନ କରାଯ୍ଧବ ଏଗାରଟି ପ୍ରଦୀପ ପ୍ରଜ୍ବଳନ କରାଯାଇ ଏହାକୁ ଉଦଘାଟନ କରାଯାଇଥିଲା । ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ବାର୍ଷିକ ବିବରଣୀ ପାଠ କରି ସଂଘର ମହତ୍ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । କୋଷାଧକ୍ଷ ପ୍ରଭାକର ନାୟକ ଆୟ ବ୍ୟୟର ହିସାବ ଦେଇଥିଲେ ।ଭୁବନେଶ୍ୱରଉତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ବିଜେପିର ସଜନ କୁମାର ଶର୍ମା, ହେଲ୍ପ ଏଜ ଇଣ୍ଡିଆର ଓଡିଶାର ମୁଖ୍ୟ ଶ୍ରୀମତୀ ଭାରତୀ ଚକ୍ର, ଓଁ ଶାନ୍ତିର ବି.କେ.ଗୀତା, ସମ୍ମାନୀୟ ଅତିଥିଭାବେ ଯୋଗଦେଇ ନିଜର ସୁଚିନ୍ତିତ ମତ ବ୍ୟକ୍ତକରି ଥିଲେ । ହୃଦରୋଗ ବିଶେଷଙ୍କ ଡାକ୍ତର ଅକ୍ଷୟ

କୁମାର ସାମଲ ଅନ୍ୟତମ ଅତିଥିଭାବେ ଯୋଗଦେଇ ହୃଦରୋଗର ନିରାକରଣ ବିଷୟରେ ବୁଝାଇବାସହ ବରିଷ୍ଠ ନାଗରିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଡାକ୍ତର ବାସୁଦେବ ବେହେରା, ଡାକ୍ତର ମହେନ୍ଦ୍ର ତ୍ରିପାଠୀ ଡାଇରେକଟର ଓ ସୁରେନ୍ଦ୍ର ବେହେରା ଡାଇରେକ୍ଟରଙ୍କ ଉପସ୍ଥିତିରେ ଏହି କାର‌୍ୟ୍ୟକ୍ରମ ଚାଲିଥିଲା । ସଂଘର ଉପସଭାପତି ଅକ୍ଷୟ କୁମାର ମିଶ୍ର ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ, ଉପସ୍ଥିତ ଅଥିତିଗଣ ଓ ସର୍ବୋପରି ହାଇଟେକ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ ନିୟମ ଅନୁଯାଇ ପରିଚାଳିତ ଏହି ଜନ୍ମୋତ୍ସବ କାର‌୍ୟ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶହେରୁ ଅଧିକ ବରିଷ୍ଠ ନାଗରିକ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଇଂ ଦିଲୀପ କୁମାର ସାହୁ, ମଦନ ମୋହନ ଭୂୟାଁ ଏବଂ ପୁରୀର ଗୋଲଖ ଜେନା । ସର୍ବ ଶେଷରେ ଜାତୀୟ ସଂଗୀତ ଗାନକରା ଯାଇ ଏହି ୧୧ ତମ ଜନ୍ମୋତ୍ସବ କାର‌୍ୟ୍ୟକ୍ରମର ପରିସମାପ୍ତି ହୋଇଥିଲା ।

Leave A Reply

Your email address will not be published.