ଗଞ୍ଜାମ, ୯/୧୧(ଏସଏସନିୟୁଜ) ଭୁବନେଶ୍ୱରରୁ ଅପହରଣ ହୋଇଥିବା ନବମ ଶ୍ରେଣୀ ଛାତ୍ରୀଙ୍କୁ ରମ୍ଭାରୁ ଉଦ୍ଧାର କରାଯାଇଛି। ଗତ ୨୭ ତାରିଖରେ ଛାତ୍ରୀ ଜଣଙ୍କ ସ୍କୁଲରୁ ନଫେରିବାରୁ କ୍ୟାପିଟାଲ୍ ଥାନାରେପରିବାରପକ୍ଷରୁ ଏତଲା ଦିଆଯାଇଥିଲା ।ପୋଲିସ ତଦନ୍ତ ବେଳେ ଜଣେ କଳା ଶିକ୍ଷକ ଏହି ଘଟଣାର ମାଷ୍ଟରମାଇଣ୍ଡ୍ ବୋଲି ଜାଣିବାକୁ ପାଇଥିଲେ ।ପରେ ଅଧରକ ପଚରାଉଚରା କରି ଗତକାଲି ରମ୍ଭା ପୁଲିସ ସହାୟତାରେ ରମ୍ଭା ମିଞ୍ଚିଣିପାଟଣା ଅଞ୍ଚଳର ଏକ ବନ୍ଦ ଘରୁ ନାବାଳିକାକୁ ଉଦ୍ଧାର କରିଛନ୍ତି। ଏକତରଫା ପ୍ରେମ ପାଇଁ ଏପରି ହୋଇଥରବାର ପୋଲିସ ତଦନ୍ତ ବେଳେ ଜାଣିବାକୁପାଇଥିବାବେଳେ ଶିକ୍ଷକ ଜଣଙ୍କ ଫେରାର ଥିବାର ଜଣାପଡିଛି ।