ଆଜିର ଅନୁଚିନ୍ତା

ତାରିଖ : ୦୨.୧୧.୨୦୨୧,ମଙ୍ଗଳବାର

0 218

ଆଜିର ନୀତିବାଣୀ
➡️”ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି !
➡️”ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ !!
➡️”ଯେଉଁ ଖାତାର ସବୁ ବିଷୟକୁ ସମ୍ଭାଳିବାର କର୍ତ୍ତବ୍ୟ ଥାଏ ସିଏ କେବଳ ରଫ୍ ଖାତା ବନିଯାଏ, ସେହିପରି ପରିବାରର କର୍ତ୍ତବ୍ୟବାନ ମଣିଷର ଅବସ୍ଥା ମଧ୍ୟ ଗୋଟିଏ ରଫ୍ ଖାତା ପରି !!
➡️”ଆପଣଙ୍କର ଦକ୍ଷତା ଆପଣଙ୍କୁ ଶିଖରରେ ପହଞ୍ଚିବାରେ ସାହାଯ୍ୟ କରିପାରିବ, କିନ୍ତୁ ଶୀର୍ଷରେ ରହିବାକୁ ହେଲେ ଚରିତ୍ର ଭଲ ରହିବା ଜରୁରୀ !!
➡️”ସେହି ସମୟରେ ଲୋକମାନେ ଭରସା ଭାଙ୍ଗି ଦିଅନ୍ତି, ଯେତେବେଳେ ଆମେ ସେମାନଙ୍କର ଭରସାର ଉଦାହରଣ ଦେଇ ଥାଉ !!
ଆଜିର ଅନୁଚିନ୍ତା
➡️”ପ୍ରତିଦ୍ବନ୍ଦିତା ଓ ତୁଳନାତ୍ମକ ମନୋଭାବ ନେଇ କୌଣସି ଜିନିଷର ଅସଲ ସ୍ବରୂପ ଦେଖୁ ହୁଏ ନାହିଁ , ଏ ଦୁନିଆକୁ ଦେଖିବାକୁ ହେଲେ ସ୍ବତନ୍ତ୍ର ଦୃଷ୍ଟିଭଙ୍ଗୀ ସହ ମନରେ ଅଲଗା ପ୍ରକାରର ଭାବଟିଏ ଦରକାର !!
➡️”ସମୟ କଥା କହିପାରି ନଥାଏ ସତ , କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହି ଦେଇଥାଏ !!
➡️”ଯେଉଁଠି ଆତ୍ମସମ୍ମାନ ମିଳୁ ନାହିଁ ସେଭଳି ଜନଗହଳି ପରିବେଶ ଅପେକ୍ଷା ଏକା ରହିବା ଭଲ , ଲୋକେ ଏହାକୁ ତୁମର ଆତ୍ମଗର୍ବ କହିପାରନ୍ତି କିନ୍ତୁ ବାସ୍ତବରେ ଏହା ତ ନିଜର ଆତ୍ମସ୍ବାଭିମାନ !!
➡️”ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଇଚ୍ଛା ନେଇ ଆଗକୁ ବଢନ୍ତୁ !!
➡️’ ଅନୁମାନ ‘ ଆମର ଭୁଲ ହୋଇପାରେ କିନ୍ତୁ ଅନୁଭୂତି ” ନୁହେଁ , କାହିଁକିନା ଅନୁମାନ କେବଳ ମନର ଗୋଟିଏ କଳ୍ପନା ହୋଇଥିଲା ବେଳେ ଅନୁଭୂତି ଏକ ଶିକ୍ଷା ହୋଇଥାଏ !!
ଆଜିର ସୁବିଚାର
➡️”ଜିବନରେ ଦୁଇଟି ଜିନିଷ ନିଶ୍ଚୟ କର ମୌନ ରୁହ ଓ କ୍ଷମା କର . ମୌନଠୁ ଭଲ ଉତ୍ତର ନାହିଁ କି କ୍ଷମାଠାରୁ ବଡ ଦଣ୍ଡ ନାହିଁ !!
➡️”ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ . କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ !!
➡️”ଦୁଃଖ ତ ତାକୁ କୁହାଯାଏ ଯାହା ଦୁଇ ଟୋପା ଲୁହ ହୋଇ ଆଖୁରୁ ଝରିଯାଏ !!
➡️”ବେଳେବେଳେ ମଣିଷ ବହୁତ କିଛି ଅକୁହା କଥା କହିବାକୁ ଚାହିଁଥାଏ ହେଲେ ଦୁଃଖର କଥା ଶୁଣିବାକୁ କାହା ପାଖରେ ସମୟ ନଥାଏ !!
➡️”ଖୁସି ମାଗିଲେ ମିଳେନି ସମୟ ଆସିଲେ ଖୁସି ଆପେ ଆପେ ତୁମ ପାଖକୁ ଆସିବ କିନ୍ତୁ ଏ କଥା ମଣିଷ ବୁଝିକି ବି ଅବୁଝା ହୁଏ ମିଛ ମରୀଚିକା ପଛରେ ଧାଇଁ କଷ୍ଟକୁ ନିଜ ଆଡକୁ ଟାଣିଆଣେ !!🙏ଜୟ ଶ୍ରୀ ରାମ🙏ଶୁଭ ସକାଳ,ଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏 ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

 

Leave A Reply

Your email address will not be published.