ବାରଙ୍ଗ,୨୭/୧୦(ଏସଏସନିୟୁଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ଭିତରେ ଟୁରିଷ୍ଟ ଗାଇଡ୍ଙ୍କୁ ଆକ୍ରମଣକରିଛି ଅଣ୍ଡିରା ଭାଲୁ। ପର୍ଯ୍ୟଟକଙ୍କୁ ବୁଲାଇ ଆଣୁଥିବା ବେଳେ ଗାଇଡ୍ଙ୍କୁ ଭାଲୁ ଆକ୍ରମଣ କରିଥିଲା। ବସ୍ ଝରକାରେ ବାହାର କରି ଭାଲୁକୁ ଖଇବାକୁ ଦେବାକାଳ ସାଜିଲା । ଗାଇଡ୍ଙ୍କ ହାତକୁ ଝୁଣି ପକାଇଥିଲା ଭାଲୁ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।ଆଜି ଅପରାହ୍ନ ପ୍ରାୟ ସାଢେ୪ଟା ସୁଦ୍ଦା ୩୪ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ୍ ଭାଲୁ ସଫାରୀ ଭିତରେ ପ୍ରବେଶ କରିଥିଲା।ବସରେ ରହିଥିଲେ ଗାଇଡ୍ ଟୁଲୁ ବେହେରା। ସଫାରୀରେ ଯାଉଥିବାବେଳେ ରାସ୍ତାକଡରେ ରହିଥିବା ଏକ ଅଣ୍ଡିରା ଭାଲୁ ପାଖରେ ବସଟି ରହିଥିଲା ।ପର୍ଯ୍ୟଟକମାନେ ପାଖରୁ ଭାଲୁକୁ ପାଇ ମଜା ଉଠାଉଥିବାବେଳେ ଟୁଲୁ ସାଙ୍ଗରେ ଆଣିଥିବା ପଲଥିନରେ ଥିବା ପନିଅରକୁ ଝରକାବାଟେ ଖାଇବାକୁ ଦେଇଥିଲା ।କିନ୍ତୁ ଭାଲୁଟି ଜରିରେ ଥିବା ପନିଅର ସହ ଟୁଲୁହାତର ପାପୁଲିକୁ କାମୁଡିଧରିଥିଲା ।ଏହାଦେଖି କିଛି ପର୍ଯ୍ୟଟକ ମୁଥା ଓ ଗୋଇଠା ଭାଲୁର ମୁହଁକୁ ମାରିବାପରେ ଭାଲୁଟି ଛାଡିଦେଇଥିଲା ।କିଛି ସମୟ ପରେ ଚାଳକ ବସ୍ଟିକୁ ଭାଲୁ ସଫାରୀ ବାହାରକୁ ନେଇ ଆଣିଥିଲେ।ଏହାପରେ ସଫାରୀର କର୍ମଚାରୀମାନେ ଗୁରୁତର ଆହତଟୁଲୁକୁ ଚିକିସ୍ାପାଇଁ ବେସରକାରୀ ମେଡିକାଲରେ ଭର୍ତ୍ତି କରିଥିବାର ଜଣାପଡିଛି ।ଅନ୍ୟପଟେ ଘରୋଇକରଣରେ ନେଇଥିବା ସଫାରୀ ଠିକାଦାରଙ୍କୁ ନନ୍ଦନକାନନ କର୍ତୁପକ୍ଷ ଗୁରୁବାରଦିନ ଡାକି ପର୍ଯ୍ୟଟକମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବେ ବୋଲି ଜଣାପଡିଛି ।