୧-ଆଖୁ କିଆରିରୁ ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁକୁ ଗିରଫ କଲା ପୋଲିସ ।
୨-ଗତ ୮ ତାରିଖରେ ନିଖୋଜ ହୋଇଥିବା ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ କେନ୍ଦ୍ର କରି ଅକ୍ଟୋବର ୨୦ରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି।
୩-ସ୍କୁଲ ଷ୍ଟାଡିୟମରୁ ମିଳିଲା ମମିତାଙ୍କ ଗଳିତ ମୃତଦେହ । ମିଳିଲା ସୁନା ଚେନ୍, ପାଉଁଜି ଓ ବ୍ୟାଗର କିଛି ଅଂଶ ।
୪-ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଗୃହ ମନ୍ତ୍ରୀଙ୍କ ବହିସ୍କାର ଦାବିକରି ବିକ୍ଷୋଭ କଲା ରାଜ୍ୟ ମହିଳା କଂଗ୍ରେସ ।
୫-‘ହିନ୍ଦୀ’କୁ ନେଇ ବିବାଦ! ଗ୍ରାହକଙ୍କୁ କ୍ଷମା ମାଗିଲେ Zomato, ଫେରାଇଲେ ପଇସା
୬-ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି, ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ।
୭-ମହାପ୍ରସାଦକୁ ଅସମ୍ମାନ, ସମୁଦ୍ର କୂଳରେ ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ : ଭିଡିଓ ଭାଇରାଲ୍ ।
୮-ଗୃହରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କଲେ ଛାତ୍ର କଂଗ୍ରେସ – ସଭାପତି ୟାସିର ନୱାଜ ଗିରଫ
୯-ସର୍ଲିନ ଚୋପ୍ରାଙ୍କ ଉପରେ ମାନହାନୀ ମକଦ୍ଦମା ଦାଖଲ କଲେ ରାଜ କୁନ୍ଦ୍ରା ଓ ଶିଳ୍ପା, ସର୍ଲିନଙ୍କ ଅଭିଯୋଗକୁ କହିଲେ ମିଥ୍ୟା ।
୧୦-୨୦୨୦ ଓ ୨୦୨୧ ବର୍ଷ ପାଇଁ ମୋଟ ୧୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର
୧୧-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା । କାଶ୍ମୀର ପ୍ରସଙ୍ଗରେ ଆଲୋଚନା ।
୧୨-ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ, ମୋଦୀ ଓ ଶାହାଙ୍କୁ ଜଣାଇଲେ କୃତଜ୍ଞତା ।
୧୩-ଲକ୍ଷ୍ମୀ ପୂଜା, କାଳୀ ପୂଜା ଓ କାର୍ତ୍ତିମ ପୂର୍ଣ୍ଣିମା ପାଇଁ ଆସିଲା ଗାଇଡଲାଇନ୍ ।
୧୪-ବାଙ୍ଗଲାଦେଶରେ ହିନ୍ଦୁ ମନ୍ଦିର ଓ ଘରମାନଙ୍କରେ ହମଲା ଘଟଣାରେ ୭୧ଟି ମାମଲା ରୁଜ୍ଜୁ: ୪୫୦ ଗିରଫ .
୧୫-ଅମାନିଆ ଉତ୍ତର କୋରିଆ: ଜାପାନ ସାଗରରେ ନିକ୍ଷେପ କଲା ଦୁଇଟି ବାଲିଷ୍ଟିକ ମିସାଇଲ, ନୌସେନାକୁ ସତର୍କ କରାଇଲା ଜାପାନ ।
୧୬-ସରକାରୀ ମେଡିକାଲ କଲେଜରେ ୪୫ % ପଦବି ଖାଲି: ଏନ୍ଏମ୍ସି ତଥ୍ୟ ମାଗିବା ପରେ ବଢ଼ିଲା ଚିନ୍ତା ।
୧୭-ନୂଆ ଦଳ ଗଢିବେ ଅମରିନ୍ଦର ସିଂ; ବିଜେପି ସହିତ ମେଣ୍ଟ ସମ୍ଭାବନା ।
୧୮-ଉତ୍ତରପ୍ରଦେଶରେ ମହିଳା କାର୍ଡ ଖେଳିଲା କଂଗ୍ରେସ । ମହିଳାଙ୍କ ପାଇଁ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ ।ଶୁଭ ସକାଳ,ସୁପ୍ରଭାତ
ସମ୍ପର୍କର ସଂଜ୍ଞା ସେହିମାନେ ବୁଝିପାରନ୍ତି ନାହିଁ….ଯେଉଁମାନେ ନିଜ ସ୍ୱାର୍ଥ ହାସଲରେ ବ୍ୟସ୍ତ ଥାଆନ୍ତି….ସରକାରୀ ବିଦ୍ୟାଳୟ ରେ ପଢ଼ନ୍ତୁ କି ବେସରକାରୀ ବିଦ୍ୟାଳୟରେ ପଢ଼ନ୍ତୁ କିନ୍ତୁ ପ୍ରକୃତ ଶିକ୍ଷା ଓ ସଂସ୍କାର ପିଲାମାନେ ପରିବାରରୁ ପାଇଥାନ୍ତି।
ॐଜୟ ମାଲକ୍ଷ୍ମୀ
ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ