ରାଷ୍ଟ୍ରୀୟ ସାମାଜିଜ ନ୍ୟାୟମଞ୍ଚ ପକ୍ଷରୁ ଆନ୍ଦୋଳନ

0 180

ଜଟଣୀ,୬/୯(ଏସଏସନିୟୁଜ) ଗୁରୁଜୀ ମାନସ ଦାଶ ଗିରଫ ପ୍ରତିବାଦରେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଜଟଣୀ ଶାଖା ପକ୍ଷରୁ ପୋଷ୍ଟ ଅଫିସ ଛକ ଠାରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଏକ ଷଡ଼ଯନ୍ତ୍ରକରି ପୋଲିସ କିଛି କୂଚକ୍ରି ବ୍ୟକ୍ତିଙ୍କ ମିଥ୍ୟା ପ୍ରଚାରରେ ଗୁରୁଜୀଙ୍କୁ ବାସଭବନରୁ ଗିରଫ କରି ଜେଲରେ ରଖିଛନ୍ତି ସରକାର ତାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ତୁରନ୍ତ ନ୍ୟାୟ ପ୍ରଦାନ ସ୍ୱରୁପ ଜେଲରୁ ମୁକ୍ତି କରନ୍ତୁ । ନଚେତ ଆଗାମୀ ଭବିଷ୍ୟତରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଭଗବାନଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥାନ୍ତି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.