ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ

0 244

ଭଦ୍ରକ, ୨୨/୮(ଏସଏସନିୟୁଜ)ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କୁ ଆକ୍ରମଣ ହୋଇଥିବାର ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଯୁବକ ମାରଣାସ୍ତ୍ର ଦେଖାଇ ଭଦ୍ରକ କୋର୍ଟ ପରିସରରୁ ଉଠାଇ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ।ସେଠାରେ ସଂଘବଦ୍ଧ ଆକ୍ରମଣ କରିବା ସହିତ ପଦ ଛାଡ଼ିବାକୁ ଧମକ ଦେଇଥିଲେ। ସେଠାରୁ ଦୀର୍ଘ ସମୟ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.