ଦୋକାନ ଚାବିଭାଙ୍ଗୁଥିବା ବେଳେ ଧରାପଡିଲେ

0 249

ସାକ୍ଷୀଗୋପାଳ,୪/୮(ଏସଏସନିୟୁଜ) ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ଏକ ଦେକାନ ଚାବି ଭାଙ୍ଗି ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ କାବୁ କଲେ ବ୍ୟବସାୟୀ । ଅଳଗୁମ ଜାଗେଶ୍ୱରୀ ମନ୍ଦିର ପଛପଟ ହନୁମାନ ମନ୍ଦିର ନିକଟରେ ଦୋଳମଣ୍ଡପ ସାହିର ରବି ପଣ୍ଡା ଙ୍କର ଲେଡିଜି କର୍ଣ୍ଣର ଦେକାନରୁ ରାତିରେ ଦୁଇଜଣ ଯୁବକ ଚାବି ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରିଥିଲେ ।କିନ୍ତୁ ଦିନରେ ଏହି ଯୁବକଦ୍ୱୟ ଦେକାନ ଆଗରେ ଏପଟ ସେପଟ ହେଉଥିବା ଦେଖି ପାଖ ଦେକାନୀମାନେ ସନ୍ଦେହ କରିବା ସହ ସଜାଗ ରହିଥିଲେ ।ଚାବିଭାଙ୍ଗୁଥିବାବେଳେ ବ୍ୟବସାୟୀମାନେ ଯୁବକଦ୍ୱୟ ଅଳଗୁମ ବାରିକ ସାହିର ଦୀପା ବାରିକ ଓ ଟିକରପଡା ଗ୍ରାମର ଟିକିନା ନାୟକ ଙ୍କୁ କାବୁକରି ପୋଲିସ କୁ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.