ବନ୍ଧୁକ ଦେଖାଇ ଲୁଟ୍

0 275

ଭୁବନେଶ୍ୱର,୨୧/୬(ଏସଏସନିୟୁଜ) ଜଣେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଏବଂ ମୋବାଇଲ ଲୁଟି ନେବାଭଳି ଘଟଣା ବାଲିପାଟଣା ଥାନା ଅଞ୍ଚଳରେ ଘଟିଛି ।ସୋମବାରଦିନ ସୂର‌୍ୟୋଦୟ ଫାଇନାନସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ବାଲିପାଟଣା ଥାନା ଅଧିନସ୍ଥ ନୋଦା ଏବଂ ଗୋପାଳ ନଗରରୁ ଟଙ୍କା ଆଦାୟ କରି ଫେରୁଥିବାବେଳେ ଭାକରସାହି କେନାଲ ବନ୍ଧ ରାସ୍ତାରେ ତାଙ୍କୁ ତିନିଜଣ ଯୁବକ ଏକ ବାଇକରେ ଆସି ରୋକିଥିଲେ ।ବନ୍ଧୁକ ଦେଖାଇ ପ୍ରକାଶକୁ ଭୟଭିତ କରିବା ସହ ତା ବାଇକଡିକିକୁ କଟୁରୀରେ ହାଣି ୨୨ ହଜାର ଟଙ୍କା ଏବଂ ଦାମୀ ମୋବାଇଲ ଫୋନ ଛଡାଇ ନେଇ ପଳାଇଯାଇଥିଲେ । ପ୍ରକାଶ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.