୮ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ

ବାରଙ୍ଗ,୬/୧୨(ଏସଏସନିଉଜ) ସବୁବର୍ଷ ଭଳି ଚଳିତବର୍ଷ୨୧ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ୮ତାରିଖରୁ ମହାସମାରୋହ ସହଆରମ୍ଭ ହେବାକୁ ଯାଉଛି।ଗଣ୍ଡରପୁର
ୟୁନାଇଟେଡ ୟୁଥ୍ ସ୍ପୋର୍ଟସ କ୍ଲବ ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୮ଦିନ ବ୍ୟାପୀ ହେବାକୁ ଥିବା ଏହି ଟୁର୍ଣ୍ଣ।ମେଣ୍ଟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଦୁଇଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଟିତ ହେଵ। ଗ୍ରାମାଞ୍ଚଳ ଏ-ଡିଭିଜନ୍‌ରେ ଦେଉଳୀ ୪୨ମୌଜା, ୟୁଜିସି ୟୁନିଭରସିଟି, ମୁଣ୍ଡମୁହାଣ, ଉଷୁମା, ବଉଳକୁଦ,ମଧୁବନ,ଜୟପୁର, ସାଇଁଶୋ,ବରହୀପୁର,ଟାଙ୍ଗିବନ୍ତ, ଘାଟିକିଆ,ବେଲଗଛିଆ, ଗୋଠପୁର,ମଇନ୍ଦପୁର,ଶରଧାପୁର, ନରଣପୁର ଦଳକୁ ନେଇ ୧୬ଟିଦଳ ଓ ଗ୍ରାମାଞ୍ଚଳ ବି-ଡିଭିଜନରେ ଗବବସ୍ତ, ଅଡଶପୁର,ନରିଶୋ କଣ୍ଟାପଡା, ତଣ୍ଡିକଣା,ଉରାଳୀ, ପଦ୍ମକେଶରପୁର, କୁରାଙ୍ଗ, ଆମଣ ଦଳକୁ ନେଇ ୮ଟିଦଳଭାଗ ନେବାର କାର୍ଯ୍ୟକ୍ରମ ରହିଛି।ସେହିପରି ଭାବେ ସହାରାଞ୍ଚଳ ବିଭାଗରେ ଓଡ଼ିଶାରୁ ସ୍ପୋଟ୍ସହଷ୍ଟେଲ,ଜଗାୟୁନାଇଟେଡ-ଭୁବନେଶ୍ଵର,ସନ୍‌ରାଇଜ କ୍ଲବ୍-କଟକ, ରାଉରଲେକା-ରେଡ୍, ସମଲେଶ୍ଵରୀ ସ୍ପୋଟିଂ-ସମ୍ବଲପୁର ଦଳକୁ ନେଇ ୫ଟି ଦଳ,ଓଡ଼ିଶାବାହାରୁ ୱାଡ଼ିସି- ମଣିପୁର, ତାମିଲନାଡ଼ୁ ପୋଲିସ୍ ଓ କେମରୁନ୍- ଦଳକୁ ନେଇ ୩ଟିଦଳ ଭାଗ ନେବେ। ଟୁର୍ଣାମେଣ୍ଟର ଗ୍ରାମାଞ୍ଚଳ ଏ-ଡି଼ଭିଳନ ଚମ୍ପିଆନଦଳଙ୍କୁ ଟ୍ରଫି ସହିତ ନଗଦ ୧ଲକ୍ଷ ଓ ରନର୍ସ ଅଫ୍ ଦଳଙ୍କୁ ଟ୍ରଫି ସହିତ ନଗଦ ୭୫ହଜାରେ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଗ୍ରାମାଞ୍ଚଳର ସର୍ବଶ୍ରେଷ୍ଠ ଖେଳାଳୀଙ୍କୁ ଏକ

ବୁଲେଟ ମୋଟରସାଇକେଲ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।ସେହିପରି ସହରାଞ୍ଚଳର ଚମ୍ପିଆନ ଦଳଙ୍କୁ ଟ୍ରଫି ସହିତ ଟ୭୫ ହଜାରେଟଙ୍କା ଓ ରନର୍ସ ଅଫ୍ ଦଳଙ୍କୁ ୬୦ହଜାରେ ଟଙ୍କା
ଦିଆଯିବ ।ଗ୍ରାମାଞ୍ଚଳ ବି–ଡ଼ିଭିଜନ ଚମ୍ପିଆନଦଳଙ୍କୁ ଟ୍ରଫି ସହିତ ୨୦ ହଜାରେ ଏବଂ ରନର୍ସ ଅଫ୍ ଦଳଙ୍କୁ ଟ୍ରଫି ସହିତ ୧୫ହଜାରେ ଟଙ୍କା ପ୍ରଦାନ କରାଯିବ ।ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ଦର୍ଶକ ଦରବାର ପାଇଁ ମାଗଣା ଲଟେରୀ କାର୍ଯ୍ୟକ୍ରମ ରହିଛି ଯେଉଁଥୁରେ ଦର୍ଶକମାନେ ସଂପୂର୍ଣ ମାଗଣାରେ ଖଣ୍ଡେଖଣ୍ଡେ ଟିକେଟ୍ କାଟି ଟିଭି, ଫ୍ରିଜ୍, ୱାସିଂମେସିନ୍, ସାଇକେଲ, ଆଲମିରା ଇତ୍ୟାଦି ବଡ଼ବଡ଼ ଉପହାର ଜିତି ପାରିବେ । ଏହି ଟୁର୍ଣ୍ଣାମେଣ୍ଟରେ କେମ୍‌ରୁନ୍-୧୧ ଦଳରେ ୧୧ ଜଣ ନାଇଜେରିଆ ଖେଳାଳୀ ବିଶେଷ ଆକର୍ଷଣ ସାଜିବାକୁ ଯାଉଛନ୍ତି।ପ୍ରତିଦିନ ପୂଜ୍ୟପୂଜାକୁ ସମ୍ମାନ ଦେବା ଓ ଭାଇଚାରା

ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ଭର୍ଦ୍ଧନା ଦିଆଯିବ ।ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଶୁକ୍ରବାର ରାତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଟସ କ୍ଲବ ଉପଦେଷ୍ଟା ଜ୍ଞାନରଞ୍ଜନ ରାଉତ (ହିରୋ) ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ମାନସରଂଜନପଢ଼ିଆରୀ ,ଗଣ୍ଡରପୁର ଗ୍ରାମ କମିଟିରସଭାପତି ଭାସ୍କରଚନ୍ଦ୍ର ପଢ଼ିଆରୀ,କୈଳାସଚନ୍ଦ୍ରରାଉତ, ବସନ୍ତରଥ,ଜିତେନ୍ଦ୍ର ସାସମଲ , ସଭାପତି ଲକ୍ଷ୍ମଣରାଉତ,ପ୍ରଶାନ୍ତ ପ୍ରଧାନ,କାଶୀନାଥରାଉତ,ଜିତେନ୍ଦ୍ର ସେନାପତୀ,ପ୍ରଶାନ୍ତପଢ଼ିହାରୀ ,ସଚ୍ଚିଦାନନ୍ଦପଢିହାରି ପ୍ରମୁଖ ଉପସ୍ଥିତ ଥିଲେ ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ )

- Advertisement -

Leave A Reply

Your email address will not be published.