ଭୁବନେଶ୍ଵର,୬ା୬(ଏସଏସନିଉଜ) ଆସନ୍ତା ୭ ତାରିଖଠାରୁ ଯୁକ୍ତଦୁଇ (+୨) ପ୍ରଥମ ବର୍ଷରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୬ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଛାତ୍ରଛାତ୍ରୀମାନେ ସାମ୍ସ ୱେବସାଇଟ୍ www.samsodisha. gov.inରେ ଆବେଦନ କରିପାରିବେ। ଆବେଦନ ଫି’ ବାବଦକୁ ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ ରହିଥିବାବେଳେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ୟ୍ୟ କରାଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଅଗଷ୍ଟ ପହିଲାରୁ ଦ୍ବାଦଶ ଶ୍ରେଣୀର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡିଛି ।