ପୁରୀ,୧୩ା୯(ଏସଏସନିଉଜ)ଶ୍ରୀମନ୍ଦିର ରୋଷଘରେ କେମିତିପଶିଲା ଲୁହାକଡ଼େଇ ? କାହିଁକି ଲୁହାକଡ଼େଇରେ ହେଲା ରୋଷେଇ ? ପରମ୍ପରାଭଙ୍ଗ କାହିଁକି ହେଲା ? କାହାର ଭୁଲ୍, ଏମିତି କେମିତି ହେଲା ? ସେପଟେ ଏହାକୁ ଅତି ଗୁରୁତର ସହ ନେଇ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗରେ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ୟ୍ୟକାରିତା ରିପୋର୍ଟ ଦେବାକୁ କହିଛନ୍ତି ।ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହ ରୋଷଘର ପରଖିବେ ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଓ ଦେଉଳକରଣା