୫୩ବର୍ଷ ପରେ ରଥଯାତ୍ରାଦିନ ବିରଳ ଯୋଗ

ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନଦର୍ଶନ ଓ ଶ୍ରୀଗୁଣ୍ଡିଚା

0 82

ଭୁବନେଶ୍ଵର,୮ା୬(ଏସଏସନିଉଜ) ଚଳିତବର୍ଷ ୧୫ଦିନ ବଦଳରେ ୧୩ଦିନ ଅଣସରନୀତି। ୫୩ବର୍ଷପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ସରକାର ଗଠନ ପରେ ନିଯୋଗ ଏ ଉପରେ ସରକାରଙ୍କ ସହ ଆଲୋଚନା କରିବ ବୋଲି ନିଯୋଗ ନିଷ୍ପତ୍ତି ନେଇଛି। ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ଶେଷ ପାଇଁ ନିଯୋଗ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି।

Leave A Reply

Your email address will not be published.