ନୂଆପଡ଼ା, ୨୮/୯(ଏସଏସନିୟୁଜ)ଏବେବି ଜାତିଆଣକୁ ନେଇ ବାଛବିଚାର ରହିଛି ।ଯୁଗ ପରିବର୍ତନ ହେଉଥିବାବେଳେ କେତେକଙ୍କ ମାନସିକତାରେ ପରିବର୍ତନ ହୋଇପାରିନାହିଁ ।ଯାହାଫଳରେ ପ୍ରେମୀଯୁଗଳଙ୍କୁ ଆମ୍ହତ୍ୟା କରିବାକୁ ପଡିଛି ।ଏହି ଘଟଣା ଗତତିନିଦିନ ତଳେ ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ଥିବା ଗୋଧସ ଜଳପ୍ରପାତରେ ଦେଖିବାକୁ ମିଳିଥିଲା । ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳିଲାନାହିଁ ।ଜାତି ଅଲଗା ହିଁ ବାଧକ ସାଜିଥିଲା । ପ୍ରେମ ବିବାହ ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ। କିନ୍ତୁ ସ୍ୱୀକୃତି ନ ମିଳିବାରୁ ଆତ୍ମହତ୍ୟା କରିଥିଲେ ସୁଇସାଇଡ ନୋଟରେ ଏହିଭଳି ଲେଖା ରହିଥିଲା ।ଗୋଧସ ଜଳପ୍ରପାତ ଉପରୁ ଡେଇଁ ୩ ଦିନ ତଳେ ନିଖୋଜ ହୋଇଥିବା ପ୍ରେମୀଯୁଗଳଙ୍କ ମୃତଦେହକୁ ୪୬ ଘଣ୍ଟା ପରେ ନୂଆପଡ଼ା ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ।ସେମାନେ ହେଲେ ପଡ଼ୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁଆପାନି ଗାଁର ଧନିରାମ ଅଁଟି (୧୮) ଓ ଦେମତି ସୋରି ବୋଲି ଜଣାପଡ଼ିଛି।