ଆଜିର ରାଶିଫଳ

ଧନତେରସରେ ଘରକୁ ଆଣିଲେ ବଢିବ ଧନ !

ଅକ୍ଟୋବରମାସ ୨୯ତାରିଖ ୨୦୨୪ମସିହା (ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୧୦/୨୩ଗତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/ ୨୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧ /୩୬,ଯୋଗିନୀ ନୈରୁତେ ଦିବାଘ୧୦/୨୨ଗତେ ଦକ୍ଷିଣେ,ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୦ ଗତେ ଘ୦୨/୩୦ମଧ୍ୟେ,ବାରବେଳା – ଦିବା ଘ୦୭/୧୫ଗତେ ଘ୦୮/୪୧ମଧ୍ୟେ,
ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୪୦ ମଧ୍ୟେ ଓ ଘ୦୮/୪୩ ଗତେ ଘ ୦୧/୨୮ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୮/୨୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ସନ୍ଧ୍ୟା ଘ୦୫/୦୮ଗତେ ଘ୦୭/୨୨ମଧ୍ୟେ,ପୋଇ ଦିବାଘ୧୦/୨୨ ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନର ସୁଯୋଗ ମିଳିବ।
ବୃଷ :-ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ :-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :- ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁଜନଙ୍କ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ :-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

ଧନତେରସରେ ଘରକୁ ଆଣିଲେ ବଢିବ ଧନ !

ଇଂ ୨୯ଅକ୍ଟୋବର୨୦୨୪ରିଖ ମଙ୍ଗଳବାର କାର୍ତ୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପଡୁଅଛି । କାର୍ତ୍ତିକମାସର କୃଷ୍ଣପକ୍ଷର ତ୍ରୟୋଦଶୀଟି ୨୯ଅକ୍ଟୋବର ଦିନ ଦିବାଘ୧୦|୩୩ ମିରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ୩୦ଅକ୍ଟୋବର ଅପରାହ୍ନଘ୧|୧୭ମିରେ ଶେଷ ହେବ। ଏଣୁ ଏହି ଉଭୟଦିନ ଜିନିଷକ୍ରୟ କରିପାରିବେ ହେଲେ ଧନତେରସପୂଜା ୨୯ ତା ମଙ୍ଗଳବାର ରାତ୍ରସମୟରେ ପାଳିତହେବ l
ll ନୂତନଜିନିଷ କ୍ରୟପାଈଁ ଶୁଭ ସମୟ ll
୨୯ତାରିଖ ଦିବାଘ୧୦|୩୩ ମି ଠାରୁ ଘ ୧୨|୫୦ ମି ମଧ୍ୟରେ ଅପରାହ୍ନ ଘ ୫|୯ ମି ଠାରୁ ଘ ୫|୫୦ ମି ମଧ୍ୟରେସନ୍ଧ୍ୟା ଘ ୬|୩୧ ମି ଠାରୁ ଘ ୮|୩୧ ମି ମଧ୍ୟରେ ,୩୦ ତାରିଖ ସ ଘ ୬|୩୯ ମି ଠାରୁ ଘ ୮|୩୫ ମି ମଧ୍ୟରେଦିବା ଘ ଘ ୧୦|୩୯ ମି ଠାରୁ ଘ ୧|୩ ମି ମଧ୍ୟେରେ
ll ନୂତନ ସାମଗ୍ରି ll
ଲୁଣ-ଗୋଟିଏ ଲୁଣପକେଟ ଧନତେରସଦିନ ଘରକୁ ଆଣିବେତାହେଲେ ଆପଣଙ୍କର ଧନରେ ବୃଦ୍ଧି ଘଟିବ ।
ହଳଦୀ-ଧନତେରସଦିନ ଖଣ୍ଡହଳଦୀ ଘରକୁ ଆଣିବେ ଆପଣଙ୍କର ବହୁତଶୁଭ ହୋଇଥାଏ ଓ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ ।
ଗୋମତୀଚକ୍ର-ଧନତେରସଦିନ ଏହାକୁ ଘରକୁଆଣିବେ ତାହେଲେ ଆପଣଙ୍କ ଧନଧାନ୍ୟରେ ବୃଦ୍ଧି ଘଟିବ ।
ଶ୍ରୀଜନ୍ତ୍ର ଓ କୁବେରଜନ୍ତ୍ର-ଧନତେରସଦିନ ଶ୍ରୀଯନ୍ତ୍ର ଓ କୁବେରଯନ୍ତ୍ର ଘରକୁ ଆଣିବେ ତେବେ ଆପଣଙ୍କର ଧନରେ ବୃଦ୍ଧି ଘଟିବ ।
ରୂପାରେତିଆରି ମାଲକ୍ଷ୍ମୀ ବା ଗଣେଶଭଗବାନଙ୍କମୂର୍ତ୍ତି-ଧନତେରସଦିନ ବିଧିବିଧାନତରେ ପୂଜାକରିବା ପରେ ରୂପାରେ ତିଆରି ମାଲକ୍ଷ୍ମୀ ଓ ଗଣେଶଭଗବାନଙ୍କ ମୁର୍ତି ଘରେ ସ୍ଥାପିତକରନ୍ତୁ । ଏହା କରିବାଦ୍ଵାରା ଘରେ କେବେବି ଧନର ଅଭାବ ହୋଇନଥାଏ ।
କଉଡି-ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣ ଏହାକୁ ପୂଜାଘରେ କିମ୍ବା ସିନ୍ଧୁକରେ ସ୍ଥାପନା କରିଦେବେ ତେବେ ଆପଣଙ୍କ ଘରେ ଧନର ବୃଦ୍ଧି ହେବ l
ମୋତିଶଙ୍ଖ-ଦୀପାବଳି କିମ୍ବା ଧନତେରସ ଦିନ ଏହାକୁ ଆପଣ ପୂଜା ଘରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ ।
ତମ୍ବାରପାତ୍ର-ଧନତେରସଦିନ ଆପଣ କିଛି ତମ୍ବାରପାତ୍ର କଣି ଘରକୁ ଆଣିଲେ ଧନବୃଦ୍ଧି ହେବ l
ସୁନାରେ ତିଆରି ଆଭୂଷଣ-ଧନତେରସଦିନ ସୁନା ନିଜ ଘରକୁ ଆଣୁଛନ୍ତି ତେବେ ମଧ୍ୟ ଶୁଭ ଫଳ ପ୍ରାପ୍ତ ହେବ l
ଝାଡୁ-ଧନତେରସ ଦିନ ଝାଡୁ କିଣିଲେ ଗରିବୀ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଝାଡୁରେ ଧଳା ସୁତା ବାନ୍ଧି ଘରକୁ ଆଣିବା ଉଚିତ ସୁଖ ସମୃଦ୍ଧି ପ୍ରାପ୍ତ ହେବ।
ଲଘୁନଡିଆ-ଏହିନଡିଆ ସାମାନý ନଡିଆଠାରୁ ଟିକେ ସାନହୋଇଥାଏ ।ଏହାକୁ ଶ୍ରୀଫଳ ବି କୁହାଯାଏ ଅର୍ଥାତ ମାଲକ୍ଷ୍ମୀଙ୍କ ଫଳ । ଧନତେରସ କିମ୍ବା ଦୀପାବଳିଦିନ ପୂଜା କରିବାପରେ ଏହି ନଡିଆକୁ ଲାଲକପଡାରେ ବାନ୍ଧି ଏମିତିଜାଗାରେ ରଖିଦିଅନ୍ତୁ ଯେଉଁଠି ସମସ୍ତଙ୍କରଆଖି ନପଡିବ ।
ଅଶୁଭସାମଗ୍ରୀ : – ଲୁହା , କଳା , କାଚ , ତେଲଜନିତ ଜିନିଷ ଏହିଦିନ ଘରକୁ ଆଣିବେନି l
ଧଂ ଧନ୍ୱନ୍ତରୟେ ନମଃ ॥ଧଂ ଧନ୍ୱନ୍ତରୟେ ନମଃ ॥ଧଂ ଧନ୍ୱନ୍ତରୟେ ନମଃ ॥

ପାଖେଇ ଆସିଲାଣି ଦୀପାବଳି। ଏହିଦିନ ମାଲକ୍ଷ୍ମୀଙ୍କପୂଜା ସହ ଘରକୁ ଆଲୋକମାଳାରେ ସଜାଯାଇଥାଏ। ଏହିଦିନ ମାଲକ୍ଷ୍ମୀଙ୍କ ସହ ଭଗବାନ ଗଣେଶ ଓ କୁବେରଙ୍କ ପୂଜା କରାଯାଇଥାଏ।ଏହିଦିନ ମାଲକ୍ଷ୍ମୀ ଧରାପୃଷ୍ଠରେ ଅବତରଣକରି ଭ୍ରମଣକରିଥାନ୍ତି ବୋଲି ବିଶ୍ୱାସରହିଛି। ତେଣୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନକରିବା ନିମନ୍ତେ ଘରଦ୍ୱାରକୁ ପରିଷ୍କାରକରାଯିବା ସହ ନୂଆବଧୂ ପରି ସଜାଯାଇଥାଏ।କିନ୍ତୁ ଅଜାଣତରେ ଆମେ ଘରେ ଏପରି କିଛିଜିନିଷ ରଖିଥାଉ ଯେଉଁଥିପାଇଁ ମା’ କୋପକରିବା ସହ ଘରୁ ଫେରିଯାଇଥାନ୍ତି ବୋଲି ବିଶ୍ୱାସରହିଛି। ତେଣୁ ଜାଣିବା ଘରେଥିବା ଏପରି ଜିନିଷସମ୍ପର୍କରେ ଯାହାକୁ ବାହାର କରିବାଦ୍ୱାରା ମାଙ୍କ ଶୁଭଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ।
ଆପଣଙ୍କଘରେ ଭାଙ୍ଗିଯାଇଥିବା ମୂର୍ତ୍ତିଥିଲେ ତାହାକୁ ଅଣଦେଖା କରନ୍ତୁନାହିଁ।ତୁରନ୍ତ ଉକ୍ତମୂର୍ତ୍ତି ସବୁକୁ ପାଣିରେ ବିସର୍ଜନକରନ୍ତୁ।ଘରେ ଏପରି ଭାଙ୍ଗିରୁଜିଯାଇଥିବା ଦେବୀଦେବତାଙ୍କମୂର୍ତ୍ତି ରଖିବାକୁ ଅଶୁଭବିବେଚନା କରାଯାଏ।ଘରେ ଏପରିମୂର୍ତ୍ତି ଦେଖିଲେ ମାଲକ୍ଷ୍ମୀ ଅପ୍ରସନ୍ନ ହେଉଥିବା ବିଶ୍ୱାସ ରହିଛି।
ସେହିପରି ଘରେ ଭାଙ୍ଗିଯାଇଥିବା କାଚ ରଖନ୍ତୁନାହିଁ।ଘରଉପରେ ଏହା ନକରାତ୍ମକପ୍ରଭାବ ପଡ଼ିଥାଏ।ତେଣୁ ଦୀପାବଳିପୂର୍ବରୁ ଘରର ସଫା କରୁଥିବାବେଳେ ରହିଯାଇଥିବା ଭଙ୍ଗାକାଚକୁ ଫୋପାଡ଼ିଦିଅନ୍ତୁ ।
ଏଥିସହ ଆପଣଙ୍କଘରେ କାଠସରଞ୍ଜାମ ଭାଙ୍ଗିରୁଜିଯାଇଥିବା ଅବସ୍ଥାରେଥିଲେ ତାହାକୁ ବି ତୁରନ୍ତ ଘରୁ ବାହାରକରି ଦିଅନ୍ତୁ। ଏହାସବୁବେଳେ ଆପଣଙ୍କ ଉନ୍ନତିରେ ବାଧାସୃଷ୍ଟି କରିଥାଏ।ଏଥିସହ ପରିବାରସଦସ୍ୟଙ୍କ ସ୍ୱାସ୍ଥ୍ୟଉପରେ ବି ଏହାର ନକରାତ୍ମକପ୍ରଭାବ ପଡ଼ିଥାଏ।ସେହିପରି ଦୀପାବଳିପୂର୍ବରୁ ଘରେଥିବା ଖରାପ ଲୁହାରସାମଗ୍ରୀକୁ ବି ଘରୁ ବାହାରିକରି ଫୋପାଡ଼ିଦିଅନ୍ତି।କାରଣ ଘରେ ଖରାପ ଲୁହାରସାମଗ୍ରୀ ଥିବା ବେଳେ ଶନି ଓ ରାହୁଙ୍କ କୋପଦୃଷ୍ଟି ପଡ଼ିଥାଏ ବୋଲି କୁହାଯାଏ।କେବଳ ଏତିକିନୁହେଁ ଖରାପହୋଇଯାଇଥିବା ତଥା ଅଚଳ ହୋଇଯାଇଥିବା ଘଣ୍ଟାକୁ କେବେ ବି ଘରେ ରଖନ୍ତୁନାହିଁ। ତେଣୁ ବନ୍ଦଘଣ୍ଟାକୁ ଦୀପାବଳିପୂର୍ବରୁ ଠିକ୍ କରି ଦିଅନ୍ତୁ ନଚେତ ବାହାରେ ଫୋପାଡ଼ିଦିଅନ୍ତୁ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.