ଭୁବନେଶ୍ୱର, ୧୩/୩(ଏସ ଏସ ନିଉଜ)କରୋନା ପୁଣି ତାର କରାଳ ରୂପ ଚୀନ୍ରେ ଦେଖାଇଛି ।ଦକ୍ଷିଣ ଚୀନର ବୈଷୟିକ ହବ ଭାବେ ବେଶ ପରିଚିତ ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି ।ଏହାସହ ଶାଂଡୋଙ୍ଗ ପ୍ରାନ୍ତର ଚୁଚେଙ୍ଗ ଏବେ ଲକଡାଉନରେ ରହିଛି।ଫଳରେ ସହରରେ ବସବାସ କରୁଥିବା ପାଖାପାଖି ୧କୋଟି ୭୦ ଲକ୍ଷ ଲୋକେ ଘରେ କବାଟ କିଳି ରହିବାକୁ ବାଧ୍ୟ ହୋଇଛନ୍ତି। ସେପଟେ ଚୀନ୍ର ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି। ଫଳରେ ପ୍ରଦେଶର ୯୦ ଲକ୍ଷ ଲୋକେ ଗୃହବନ୍ଦୀ ହୋଇଥିଲେ।ହଙ୍ଗକଙ୍ଗରେ ନିୟମିତ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି ।ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୭୨୯ରେ ପହଂଚିଲାଣି।କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସାଂଘାଇରେ ସ୍କୁଲ ଓ ପାର୍କ ବନ୍ଦ ରଖାଯାଇଛି ।ଏହାସହ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ।ଅନ୍ୟପଟେ ଅତ୍ୟନ୍ତ ଜରୁରି ନଥିଲେ ଲୋକେ ସହର ମଧ୍ୟ ଛାଡନ୍ତୁ ନାହିଁ ବୋଲି ବେଜିଂ ପ୍ରଶାସନ ସତର୍କ କରାଇଛନ୍ତି।