୩ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର,୨୮ା୬(ଏସଏସନିଉଜ) ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।ରାଜ୍ୟର ୨୨ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାର ଆକଳନ କରିଛି ପାଣିପାଗବିଭାଗ ।ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ବହିବ ପବନ। ରାଜ୍ୟର ୨୨ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ନେଇ ସୂଚନା ଦିଆଯାଇଛି। ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ଲାଗିରହିବ କାଳବୈଶାଖୀର ପ୍ରଭାବରୁ ବିଜୁଳି , ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦କିମି ବେଗରେ ବହିବ ପବନ। ଆଗାମୀ ୩ଦିନ ପାଇଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି ।

 

- Advertisement -

Leave A Reply

Your email address will not be published.