୨୦୨୪ ମସିହା ଜୁଲାଇ ମାସ ୨୦ ତାରିଖ ଶନିବାର ।ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟ ଦାନ।
ସୁର୍ଯ୍ୟୋଦୟ- ଘ୫/୨୧/୪୪,ସୂର୍ଯ୍ୟାସ୍ତ- ଘ୬/୨୩/୫୬,
ଆଷାଢ଼ ମାସ,ଶୁକ୍ଳ ପକ୍ଷ,ଶୌରି ବାସ,ତିଥି- ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୬/୧୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।
ନକ୍ଷତ୍ର- ପୂର୍ବାଷାଢ଼ା ନକ୍ଷତ୍ର ରାତ୍ରି ଘ୨/୩୮ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ନକ୍ନିଷେଧ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ସନ୍ଧ୍ୟା ଘ୬/୧୧ମି ପରେ ବାୟବ୍ୟ କୋଣରେ। ଶନିବାର, ରିକ୍ତାତିଥି, ବୈଧୃତିଯୋଗ ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର।ଘାତବାର–ବୃଷ,ସିଂହ ଓ କନ୍ୟା ରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୨/୩୮ମି ପରେ ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ନିଷେଧ ବିରି ସନ୍ଧ୍ୟା ଘ୬/୧୧ମି ପରେ ଆମିଷ ଭକ୍ଷଣ ନିଷେଧ।ଶୁଭ ବେଳା- ପ୍ରାତଃ ରୁ ଦିବା ଘ୭/୧ମି ମଧ୍ୟେ, ଘ୪/୪୬ମି ରୁ ଘ୬/୨୪ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧/୩୧ମି ରୁ ଘ୩/୮ମି ପର୍ଯ୍ୟନ୍ତ।(କାଳରାତ୍ରି) ଅସ୍ତରୁ ରାତ୍ରି ଘ୭/୪୫ମି ମଧ୍ୟେ, ଘ୪/୧ମି ରୁ ଘ୫/୨୨ମି ପର୍ଯ୍ୟନ୍ତ।ଅଶୁଭବେଳା–(ଅମୃତ ବେଳା) ଦିବା ଘ୯/୨୪ମି ରୁ ୧୨/୩୬ମି ମଧ୍ୟେ, ରାତ୍ରି ଘ୮/୪୬ମି ରୁ ଘ୧୧/୧୦ମି ମଧ୍ୟେ, ଘ୧୨/୪୬ମି ରୁ ଘ୨/୨୨ମି ମଧ୍ୟେ, ଘ୩/୧୦ମି ରୁ ଘ୪/୪୬ମି ପର୍ଯ୍ୟନ୍ତ ।ମାହେନ୍ଦ୍ର ବେଳା- ନାହିଁ। ପୁଷ୍କର ଦୋଷ ମୃୃତବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷି ହାନି ଓ ଭୂମି ଦାନ। ରାତ୍ରି ଘ୨/୩୮ମି ପରେ ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ।ଶୁଭକର୍ମ- ନାହିଁ।
🐏ମେଷ👉 ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
🐮ବୃଷ👉ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ। ଦେବ କାର୍ଯ୍ୟ କରିବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
👩❤️👨ମିଥୁନ👉ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
🦀କର୍କଟ👉 କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
🦁ସିଂହ👉କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।
🙎♀️କନ୍ୟା👉ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି।
⚖️ତୁଳା👉ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
🦂ବିଛା👉ଶତ୍ରୁତାର ଅବସାନ ଘଟିବ। ସ୍ଥିର ମାନସିକତା ଓ ଧୀର ଚିତ୍ତରେ କାର୍ଯ୍ୟ କରିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
🏹ଧନୁ👉ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
🐊ମକର👉ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
🏺କୁମ୍ଭ👉ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
🐟ମୀନ👉ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ।
ସକାଳୁ ଉଠିବା ମାତ୍ରେ ଚୋବେଇ ଖାଆନ୍ତୁ ଏହି ତିନିପତ୍ର; ଡାଇବେଟିସ ଓ ବ୍ଲଡପ୍ରେସର ହେବ କଣ୍ଟ୍ରୋଲ……
ଡାଇବେଟିସ(Diabetes)ଗମ୍ଭୀର ଓ ମୂଳରୁ ଆରୋଗ୍ୟ ହେଉନଥିବା ରୋଗ । ଯାହାକୁ କେବଳ ସୁସ୍ଥ ଖାଦý ଓ ଉନ୍ନତ ଜୀବନଶୈଳୀ(HealthyLifestyle) ଜରିଆରେ କଣ୍ଟ୍ରୋଲ କରାଯାଇପାରେ । ମଧୁମେହ ରୋଗୀଙ୍କର ବ୍ଲଡସୁଗାର ସ୍ତର ବଢ଼ିବାକୁ ଲାଗିଥାଏ । ଯାହାଦ୍ୱାରା ଅନେକ ଗମ୍ଭୀରସମସ୍ୟାର ଭୟ ରହିଥାଏ ।ଏହିକାରଣରୁ ବ୍ଲଡସୁଗାରକୁ କଣ୍ଟ୍ରୋଲରଖିବା ବହୁତ ଜରୁରୀ ହୋଇଥାଏ ।ସେହିଭଳି ହାଇବ୍ଲଡପ୍ରେସର(High Blood Pressure)ମଧ୍ୟ ଏକ ସାଧାରଣ ସମସ୍ୟା ହୋଇଯାଇଛି ।ଏହିଦୁଇଟି ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଅନେକ ସମସ୍ୟାକୁ ଆମନ୍ତ୍ରଣ କରିପାରେ ।ମଧୁମେହପାଇଁ ଘରୋଇଉପଚାର ଏବଂ ଉଚ୍ଚରକ୍ତଚାପ ପାଇଁ ପ୍ରାକୃତିକଉପଚାର ଅତ୍ୟନ୍ତ ଲାଭଦାୟକ ଓ ପ୍ରଭାବଶାଳୀ ହୋଇପାରେ । ଚାଲନ୍ତୁ ଜାଣିବା ଏକ ପ୍ରାକୃତିକଉପାୟ ବାବଦରେ ଯାହାଆପଣଙ୍କୁ ରୋଗକୁ ଚୁଟକିରେ ସଫାକରିଦେବ ।ଏଥିପାଇଁ ଆପଣଙ୍କୁ ତିନୋଟିପତ୍ର ଖାଇବାକୁ ପଡ଼ିବ।ଯାହାକୁ ପ୍ରତିଦିନସକାଳେ ଖାଲିପେଟରେ ଖାଇଲେ ମଧୁମେହ ଓ ଉଚ୍ଚରକ୍ତଚାପ କୁ ନିୟନ୍ତ୍ରଣକରିବାରେ ଆଶ୍ଚର୍ୟ୍ୟଜନକକାମ କରିଥାଏ ।
ନିମ୍ୱପତ୍ର:-ନିମ୍ୱପତ୍ରର ଅନେକ ସ୍ୱାସ୍ଥ୍ୟଉପକାର ମଧ୍ୟ ଅଛି ।ପ୍ରତିଦିନ ନିମ୍ୱପତ୍ର ଖାଇବାଦ୍ୱାରା ରକ୍ତରେ ସୁଗାରସ୍ତର କମିଯାଏ । ଯଦି ଆପଣଙ୍କର ମଧୁମେହଅଛି, ତେବେ ନିୟମିତଭାବରେ ଆପଣଙ୍କର ରକ୍ତରେ ସୁଗାରସ୍ତର ଉପରେ ନଜରରଖନ୍ତୁ କାରଣ ଅଧିକ ଖାଇବାଦ୍ୱାରା ଆପଣଙ୍କ ରକ୍ତରେ ସୁଗାର ବହୁତକମ୍ ହୋଇପାରେ ।
ତୁଳସୀପତ୍ର:-ତୁଳସୀକୁ ଔଷଧୀୟଗୁଣର ରାଣୀକୁହାଯାଏ ।ଏହା ଆମଶରୀରକୁ ଅନେକରୋଗରୁ ରକ୍ଷାକରିଥାଏ ।ଅନେକ ଅଧ୍ୟୟନରୁ ଜଣାପଡିଛିଯେ ଖାଲିପେଟରେ ତୁଳସୀପତ୍ର ଖାଇବାଦ୍ୱାରା ଟାଇପ୍-୨ମଧୁମେହ ରୋଗୀଙ୍କ ରକ୍ତରେସୁଗାର ଲେଭଲ କମିଯାଏ । କିନ୍ତୁ ଯଦି ଆମେ ଏହାକୁ ଅଧିକମାତ୍ରାରେ ଖାଇଲେ ଦାନ୍ତର ଏନାଲ୍ କ୍ଷତିହୋଇପାରେ । ତେଣୁ ଏହିପତ୍ରଗୁଡ଼ିକୁ ଏକ ମିଶ୍ରଣରେ କିଛିପାଣି ସହିତ ମିଶାଇ ଏହାକୁ ଖାଇବା ଭଲ ।
ଭୃଷଙ୍ଗପତ୍ର:-ଭୃଷଙ୍ଗପତ୍ର ଭାରତୀୟପତ୍ରରେ ବ୍ୟବହୃତ ହେଉଥିବା ତରକାରୀପତ୍ର ଏକ ସାଧାରଣଉପାଦାନ ।ପତ୍ରଗୁଡ଼ିକ କେବଳ ଆପଣଙ୍କ ଖାଦ୍ୟରେ ସୁଗନ୍ଧ ଯୋଗାଏନାହିଁ ବରଂ ଅନେକ ସ୍ୱାସ୍ଥ୍ୟଉପକାର ମଧ୍ୟ କରିଥାଏ ।ତରକାରୀପତ୍ରର ନିୟମିତବ୍ୟବହାର ଇନସୁଲିନ୍ ତିଆରି କରୁଥିବା କୋଷଗୁଡ଼ିକୁ ସୁସ୍ଥରଖିବାରେ ସାହାଯ୍ୟ କରିଥାଏ । ଏହି କୋଷଗୁଡ଼ିକ ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରଣକରିବାରେ ସାହାଯ୍ୟ କରିଥାଏ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!