ଦୁଇଦିନହେବ ଲାଇନମ୍ୟାନ ନିଖୋଜ

ଥାନାରେ ଅଭିଯୋଗ

0 67

 

ବାରଙ୍ଗ,୧୫/୯ (ଏସଏସନିଉଜ) ଭୁବନେଶ୍ଵର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗ୍ରାମରେ ଘରଭଡ଼ା ନେଇ ରହି ଆସୁଥିବା ଜଣେ ଯୁବ ବିଦ୍ୟୁତ୍ କର୍ମଚାରୀ ନିଖୋଜ ହୋଇଯାଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକ ହେଉଛନ୍ତି ବାରଙ୍ଗ ବିଦ୍ୟୁତ କାର୍ଯ୍ୟାଳୟରେ ଲାଇନ୍ ମ୍ୟାନ ଭାବେ କାର୍ଯ୍ୟରତ ଥିବା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେସୁଗୁରାପାଲ ଗ୍ରାମର କାହୁଁ ସୁତାର (୩୩)। ସୂଚନା ମୁତାବକ ବାରଙ୍ଗ ବିଦ୍ୟୁତ କାର୍ଯ୍ୟଳୟ ଅଧିନସ୍ଥ କଳାରାହାଙ୍ଗ କ୍ୟମ୍ପରେ କାର୍ଯ୍ୟରତ ଥିଲେ କାହ୍ନା। ସେ ଦୀର୍ଘ ୧୨ବର୍ଷ ଧରି ଟାଙ୍ଗିବନ୍ତ ଗ୍ରାମରେ ଘରଭଡ଼ା ନେଇ ରହି ଆସୁଛନ୍ତି। ଗତ ୬ମାସ ତଳେ ସେ ବିବାହ କରିଥିଲେ। ବିବାହ ପରେ ତାଙ୍କ ପତ୍ନୀ ମଧ୍ୟ ସେଠାରେ ରହୁଥିଲେ। ବିବାହ ପରଠାରୁ ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା। ଯେଉଁଥି ପାଇଁ ସେ ଅଧିକାଂଶ ସମୟ ଚିକିତ୍ସା ପାଇଁ ଡାକ୍ତରଖାନା ଯାଉଥିଲେ। ଗତକାଲି ଅର୍ଥାତ୍ ଶନିବାର ଦିନ ମଧ୍ୟ ନିଜର ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ନିଜ ଭାଇଙ୍କ ସହ ଡାକ୍ତରଖାନା ଯାଇଥିଲେ। ସେଠାରୁ ଫେରିଲା ପରେ ଅପରାହ୍ନ ପ୍ରାୟ ୧ଟା ବେଳେ ବିଦ୍ୟୁତ କାର୍ଯ୍ୟାଳୟକୁ ଯିବେ ବୋଲି କହି ଏକ ମୋଟର ସାଇକେଲ ଯୋଗେ ଘରୁ ବାହାରି ଆସିଥିଲେ। ଆସିଲା ବେଳକୁ ସେ ତାଙ୍କର ମନି ପର୍ସ, ମୋବାଇଲ ଆଦି ଘରେ ଛାଡି ଆସିଥିଲେ। ଘରୁ ବାହାରି ଆସିବା ପରେ ରାତିସୁଦ୍ଧା ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଆଖପାଖ ଅଞ୍ଚଳରେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ରାତି ହୋଇଯିବାରୁ ପରିବାର ପକ୍ଷରୁ ତାଙ୍କ ଭାଇ ମଞ୍ଚେଶ୍ୱର ଥାନାରେ ନିଖୋଜ ହୋଇଥିବା ନେଇ ଏକ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଚଳାଇଛି। ହେଲେ ଏଠାରେ ପ୍ରଶ୍ନ ଉଠେ, ଜଣେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀ ହଠାତ୍ କେଉଁଆଡେ କିପରି ନିଖୋଜ ହୋଇଗଲେ, ନା ତାଙ୍କୁ କେହି ଅପହରଣ କରିନେଲେ କିମ୍ବା ତାଙ୍କ ସହ କୌଣସି ଅଘଟଣ ଘଟିଛି ତାହା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି।

Leave A Reply

Your email address will not be published.