୨୮ରେ ୭ ଗ୍ରହଙ୍କ ପରେଡ

ଭୁବନେଶ୍ବର,୨୫।୨(ଏସଏସନିଉଜ)ଆସନ୍ତା ୨୮ତାରିଖରେ ମହାକାଶରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହିଦିନ ୭ଟିଗ୍ରହ ବୁଧ,ଶୁକ୍ର,ମଙ୍ଗଳ, ବୃହସ୍ପତି,ଶନି,ୟୁରେନ୍ସ ଏବଂ ନେପ୍‌ଚୁନ୍‌ ଗୋଟିଏ ଧାଡ଼ିରେ ଆସିବେ। ଗ୍ରହମାନଙ୍କ ଏଭଳି ସଂଯୋଗକୁ ‘ପ୍ଲାନେଟ ପରେଡ’ କୁହାଯାଉଛି। ଏହି ଦୃଶ୍ୟକୁ ଲୋକେ ଖାଲି ଆଖିରେ ମଧ୍ୟ ଦେଖିପାରିବେ।
ତେବେ ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି ଖାଲି ଆଖିରେ ଦେଖାଯିବ। କିନ୍ତୁ ୟୁରେନ୍ସ ଏବଂ ନେପ୍‌ଚୁନ୍‌କୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଟେଲିସ୍କୋପ ବ୍ୟବହାର କରିବାକୁ ହେବ।ଗୋଧୂଳି ସମୟରେ କିମ୍ବା ସୂର୍ଯ୍ୟାସ୍ତରୁ ୪୫ ମିନିଟ ଭିତରେ ଏହି ଦୃଶ୍ୟ ସର୍ବାଧିକ ଦୃଶ୍ୟମାନ ହେବ। ଏହା ପରେ ୨୦୪୦ ପର୍ଯ୍ୟନ୍ତ ଆଉ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ।

- Advertisement -

Leave A Reply

Your email address will not be published.